ତମକୁ ପସନ୍ଦ ସେଇ କେଫେ ର ବାସି ବିରିୟାନୀ
ମୁଁ ପ୍ରେମୀ, ରାସ୍ତା କଡ "ବରା" ର
ଚାଳିଆ ଘରେ ପରିଶ୍ରମି ମଉସା ହାତରନ୍ଧା
ତାଜା ତାଜା ସ୍ୱାଦର
ହଁ ହେଇପାର ତମେ ବଡ ଲୋକ!!!
ହେଲେ ଏ କାହାଣି ମୋ ଗରିବ ମନର........ 😇❤💫
-
ଘର ତାର ଚାଳ ଛପର
ବର୍ଷା କୁ ଭାରି ଡର,
ଖଟି ଖଟି ଦେଖାଯାଏ ପିଞ୍ଜରା ହାଡ ....
ଲୋଭ ନାହିଁ ତାର କଂସା ପିତଳ
ଲୋଡ଼ା ଦୁଇ ମୁଠେ ପଖାଳ ....
କର୍ମ ତାର ଜୀବନ
କର୍ମ ଭୂମି ଭଗବାନ,
ଦେଶ ପାଇଁ ସେ କେତେ ମହାନ ....
କଳକାରଖାନା ଠୁ ଖଦାନ
ସବୁଠି ତାର ଅନେକ ଅବଦାନ
ତଥାପି ଏ ଦେଶ ରେ ମିଳେନାହିଁ ଉପଯୁକ୍ତ ସମ୍ମାନ...
ରକ୍ତ କୁ ଝାଳ କରେ
ନିର୍ମାଣ ଠୁ ଯୋଗାଣ ସବୁ ସୁବିଧା ସେ କରେ
ତଥାପି ଦଳିତ କହି ଏ ସମାଜ ତାକୁ ବାରେ....
ସବୁପରେ ସରକାରଙ୍କ ପ୍ରହସନ
ନିରୀହଙ୍କ ଉପରେ କରନ୍ତି ଶାସନ....
ଖରା ବର୍ଷା କୁ ଏଡାଇ ଲାଗେ ଦେଶ ସେବାରେ
ତାର ପ୍ରାପ୍ୟ ଅଧିକାର ଦେବାକୁ ଏଡାନ୍ତି ପାଦରେ....
ଯେଉଁ ଦିନର ଶ୍ରମିକ ଖୁସିରେ ହସିବ
ଶ୍ରମିକ ଦିବସ ର ଶ୍ରମ ସେବେ ସାର୍ଥକ ହୋଇବ.....
✒....✍ଲକି-
ଏ ରାଜଧାନୀ
ଏଠି ଆଖିର ସ୍ବପ୍ନ
ଜଳୁଥିବା ରାସ୍ତାର ଆଲୁଅ ଠାରୁ ଅଧିକା ✨️
ସେଇ ଆଖିରେ👀 ଯେବେଠୁ
କ୍ଲବ ରଙ୍ଗୀନ ଆଲୁଅର ଆସ୍ତରଣ ଜମାଟ ବାନ୍ଧେ
ସ୍ୱପ୍ନର ରକ୍ତ ଶୁଖି, ଦରମରା ହେଇଯାଏ........
✍️ଲକି ❣️
-
ରଙ୍ଗଭଳି ବଦଳୁଥିବା,
ରଙ୍ଗୀନ ସ୍ବପ୍ନ ଦେଖାଇ...
ଅନ୍ଧାର କୁ ଠେଲି ଦେଉଥିବା ଲୋକଙ୍କୁ ବି
ହୋଲି ର ଶୁଭେଚ୍ଛା 😊🥳-
ପରିଚିତ କଣ୍ଠ ସ୍ୱର
ଗୁଞ୍ଜି ଉଠିବ ଶ୍ରବଣେ ତୁମର,
ବିବେକ କରୁଥିବ ପରିହାସ
କେମିତି କରିଦେଲୁ ପର.........
ନିଶିଥରେ ଯେବେ ସପନ ଭାଙ୍ଗିବ
ଉଠିବ ତୁମେ ନିଶ୍ଚେ ଚମକି
ଉଷୁମ ଅନୁଭବରେ ବକ୍ଷ ଉଠିବ ତୁମର ଦମକି!....
ମୁହଁରୁ ତୁମର ହସ ଟିକେ ମାଗି
ନିସ୍ଵାର୍ଥେ ହସାଇଥିଲା ଯେ ଦୁନିଆ
ତୁମ ସନ୍ଦେହୀ କର୍ମ!
ଜାଳି ଲଗାଇଦେଲା ନିଆଁ.........
ପ୍ରେମ କୁ ଅଜାଡି ତୁମ ପାଦେ
କି ଅବା ପାଇଲା କୁହ,
ବିଳାସହୀନ ହୃଦୟ କୁ ତ୍ୟାଗୀ
ହେଲା ତାର କି ଲାଭ ନା ଅପଚୟ
ଜାଣି ଵି ପାଉନି ଆଜି
କେତେ ଥିଲା ସତ ପୁଣି କେତେ ତୁମ ଅଭିନୟ
✍️ଲକି ❣️-
ମୁଁ ତା ହସ ରେ ଦୁନିଆ ଦେଖୁଥିଲି
ଋତୁ ଭଳି ତା ଓଠ ର ହସ ଆଉ ହସାଉଥିବା ମଣିଷ ବଦଳେ ବୋଲି ଅଜ୍ଞାନ ଥିଲି....-
ସେ ଶବ୍ଦ ସମାହାର ରେ ଧାଡି ଲେଖୁଥିଲା,
ଆଉ ମୁଁ ଭାବନା ର ସମାହାର କବିତା ଭାବୁଥିଲି 💫💔
✍️ଲକି ❣️-
ମିଳେନି ସାବାଳକ ହୋଇ ମତଦାନ ର ସୁଯୋଗ
ପରିଚୟ ପତ୍ର ନେଇ ବହୁତ ଅଭିଯୋଗ,
ନା ଭୁଲ କୁ ଗାଁ ଭୁଲ ଭୁଲ ଏଠି ହୁଏନି ସଂଶୋଧନ ......
ସବୁଠି ଖାଲି ପ୍ରହାସନ,
ଲୋକତନ୍ତ୍ର ନା ରେ ଲୋକଙ୍କୁ ଶୋଷଣ (1)
ଧନ୍ୟ ସେ ସ୍କୁଲ ସାମାଜିକ ବହି ,
ଦିନେ ପଢ଼ାଇଥିଲା 18ରେ ସାବାଳକ ହବୁ ରେ ତୁହି...
ପରିଚୟ ପତ୍ର ଆସେ ଡେରିରେ
ସାବାଳକ ଦିଏନି ଭୋଟ ଅଠର ବର୍ଷ ରେ ..
ୱେବ୍ସାଇଟ ଶ୍ଲୋ କୁ ଅଫିସ ମେଲା ,
ନିୟମ ଏଠି ବହୁତ ଢିଲା......(2)
ଠିକ ସମୟ ରେ ହେଲେ ପଞ୍ଜିକରଣ
ସମ୍ଭିଧାନ ନିୟମ ହବ ଠିକ ପ୍ରଣୟନ
ସୁ-ପ୍ରାର୍ଥୀ ଚୟନ ରେ ଯୁବ ପିଢ଼ି ଲାଗିବ,
ସୁ-ରାଷ୍ଟ୍ର ଗଠନ ରେ ଯୁବ ପିଢ଼ିଙ୍କ ଭୂମିକା ବଢିବ........(3)
ଲକି✍️❣️
#ପ୍ରଥମ ଭୋଟ 20ବର୍ଷ ରେ.....😂-