ଯେବେ ଯେବେ ମୁଁ ଭାବେ,
ଯେ ମୋ ଜୀବନ ମୋ ହାତ ମୁଠାରେ,
ସେତେବେଳେ, ଜୀବନ ମୋତେ
ମୋର ଔକାତ୍ ଦେଖାଇ ଦେଇ ଥାଏ ।
ବାଲି ପରି ହାତରେ ଯେତେ ମୁଠାଇ ଧରେ,
ସେ ସେତେ ଜଲ୍ଦି ଖସି ଯାଇ ଥାଏ ।-
ଜନ୍ମଦିନର ଅନେକ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l ଭଗବାନଙ୍କ ଦୟାରୁ ଆମ ଏଇ ପରିବାର ଆହୁରି ବୃହତ ହେଉ ଓ ଏହାର ଚଲାପଥ କୁସୁମିତ ହେଉ l
ବର୍ତ୍ତମାନ ପରିସ୍ଥିତିରେ ଯେଉଁ ସବୁ lockdown ଓ shot down ଚାଲିଛି, ଘରେ ବସି ବସି ବହୁତ ଉଦାସ ହୋଇଯାଇଥିଲି l ଜଣେ ବାନ୍ଧବୀଠାରୁ ପ୍ରେରଣା ପାଇଲି ଓ ଏହି yq କୁ download କଲି l ପ୍ରଥମେ ଭାବିଲି କେଵଳ English ଓ ହିନ୍ଦୀ ରେ ଲେଖା ଲେଖି ଏଥିରେ ଚାଲିଛି, ମାତ୍ର ଏମିତି ଖୋଜୁ ଖୋଜୁ ଆପଣଙ୍କୁ ପାଇଗଲି l ତାପରେ ତ ନିଜକୁ ଧନ୍ୟ ଧନ୍ୟ ମନେକରି ଲେଖା ଆରମ୍ଭ କଲି l ବାସ୍ତବ ରେ ଆପଣଙ୍କ ଯୋଗୁଁ ହିଁ ମୋର ଲେଖା ଧୀରେ ଧୀରେ ସୁଧାର ହେଉଛି l ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ହୃଦୟର ନିଭୃତ କନ୍ଦରରୁ 🙏 l
ଆଉ ସତରେ ମାତ୍ର କିଛି ଦିନରେ ଏହା ଏହା ମୋର ଅତି ନିଜର ହୋଇଯାଇଛି 😍 l ସକାଳୁ ସକାଳୁ ଏହାର ମୁଖ ଦର୍ଶନ ନ କଲେ ଦିନଟି ଜମା ଭଲରେ କଟୁନି l
ତେଣୁ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ଏହି ପରିବାରଟି ଏମିତି ଆଗକୁ ଆଗକୁ ମାଡି ଚାଲୁ ସଫଳତାର ପଥରେ.....
ଧନ୍ୟବାଦ YQ ଭାଇନା 🙏..
-
ଏଇତ ,ଏବେ ଏବେ ଇତିହାସ ରଚିଗଲା
କାଳ କାଳ ପାଇଁ ଲେଖିହୋଇଗଲା
ସତେ ଯେମିତି କାହାଣୀଟିଏ
କିଏ ମନେ ରଖିଥିବ
କେତେ ଯେ କରୁଣ ବୁକୁଫଟା ପୃଷ୍ଠା
ଲେଖି ହୋଇଯାଇଛି ଏ ଭିତରେ
କିଏ ବା ହିସାବ ରଖିଛି ତାର !!
-
ଷ୍ଟିକର
*******
ଦେଖା ହୋଇ ଗଲା ଅଚାନକ ରାସ୍ତାରେ
କଲେଜ ବେଳ ସାଙ୍ଗ
ହତାତ୍ କହି ପକାଇଲା
ଶାଢ଼ୀ ଟା ଭଲ ହୋଇଛି ତୁମର
ବହୁତ ମାନୁଛି ତୁମକୁ
କେବେ ଆଣିଲ କଳାମନ୍ଦିର ରୁ
ଟଙ୍କା ପନ୍ଦର ଶହ ଦେଇ//
କଲେଜ ରେ ବି ମଜାଦାର ଥିଲା ସେ
ପ୍ରତି କଥାରେ ନେଉଥିଲା ମଜ଼ା
ଏବେ ବି ଠିକ ସେମିତି ଅଛି
ଏଇଆ ଭାବୁଥିଲି ମୁଁ //
ପୁଣି ସେ ଦୋହରାଇଲା କଥାକୁ
ଚମକି ପଡିଲି
ଏ କଣ ମଜ଼ା ନା ସତ କଥା
କିନ୍ତୁ ଏତେ ଦିନ ଦେଖା ନହେବା ସତେ
କେମିତି ଜାଣିଲା ସେ
ଶାଢ଼ୀ ବିଷୟରେ //
ଭାବୁ ଭାବୁ ପୁଣି ପୂର୍ଣଛେଦ
ପକାଇଲା ସେ ମୋ ଭାବନାରେ
କହିଲା ସେ ହସି ଦେଇ
"ହଁ କର୍ମଜୀବୀ ବୋଲି କଣ
ଏତେ ବ୍ୟସ୍ତ ବହୁଳ ଜୀବନ ତୁମର//
କେବେ ତ ନିଜକୁ ଦେଖି ନିଅ
କେବେ ତ ନିଜ ପାଇଁ ସମୟ ଦିଅ
ଆଉ କେବେ ତ ଶାଢ଼ୀ
ପିନ୍ଧିବା ପୂର୍ବରୁ ଷ୍ଟିକର ଟା ଛଡାଇ ନିଅ //
ଷ୍ଟିକର ଆଳରେ ସେ କହିଗଲା
ଅନେକ କିଛି
ଭାବୁ ଭାବୁ ହସିଥିଲୁ ଦୁହେଁ ମନ ଭରି
କିଛି ସମୟ ପାଇଁ ହେଉ ପଛେ //-
ଯନ୍ତ୍ରଣା
******
ନିର୍ଜ୍ଜନ ପଥ ଲଂଘେ
ଅବୁଝା ଲୁହ ସଙ୍ଗେ,
ସ୍ମୃତିପୃଷ୍ଠାର ସେ ନିଆଁ
ନିଶ୍ୱାସ ସ୍ପର୍ଶରେ ଧୂଆଁ।
କାତର ଜୁଇରେ ଜଳୁଛି
ଛାଇପରି ସାଥିରେ ରହିଛି,
ତାରାହୋଇ ବିଞ୍ଚି ଯାଉଛି
ହାତଧରି ସାଥେ ଚାଲୁଛି।
ଭିଜିବା ଆଗରୁ ହସି
ସ୍ୱପ୍ନ ସବୁ ବାସି,
ଯାଯାବର ପଥ ହୃଦୟ
ମରିଚିକା ସ୍ବପ୍ନ ବଳୟ।
ସ୍ମୃତିର ନୂପୁର ରାତି
ଆଖିର ହୃଦୟ ସାଥି,
ଆଗପରି ବସିବିକି ଜଗି
ମୁହଁ ନଫୁଲାଇ ରାଗି।
ପରି ରାଇଜର କଥା
ଅସ୍ତିତ୍ୱର ମରମ ବ୍ୟଥା,
ପାହାନ୍ତି କିରଣରେ ତିନ୍ତି
ଦର୍ପଣ ସାମ୍ନାରେ ବୁଲନ୍ତି।-
ଏଇତ ଜୀବନ କେବେ ମରୁ ମରୀଚିକା
କେବେ ସପନର ବେଳାଭୂମି ଚାଲିବାକୁ ହୁଏ
ଯନ୍ତ୍ରଣାକୁ ଭୁଲି...ଏସ୍ ଏସ୍ ଏନେ✍️..-
କାଲି ତୁ ଜିତିଲୁ ;
ଏତେ ଦିନ ପରେ , ସମ୍ଭାବନା ଦେଖା ଦେଇଆଛି ,
ତୋର ମୋର ସ୍ୱପ୍ନଟି ସତ୍ୟ ହେବାର ।
ଗୋଟେ କଥା ରଖିବୁ କି !
ଏଥର ତୋର ସେପଟୁ ଗୋଟିଏ ବାର୍ତ୍ତା ଆବଶ୍ୟକ !
ବାକି ସବୁ ଏପଟେ ହେଇଯିବ ଆପେ ଆପେ ।
ତୋ ସେପଟୁ ଏକ ସୁନେଲି ପଦକ୍ଷେପ ଏବେ ନିତାନ୍ତ ଆବଶ୍ୟକ ।
ବାକି , ମୋ ଉପରେ ଛାଡିଦେ ।
ତୁ ଜମା ଡେରି କରିବୁନାହିଁ ।
ଏ ସୁଯୋଗ , ମୁଁ ହାତଛଡ଼ା କରିବାକୁ ଚାହୁଁନି ।
ତୋତେ ନିଜର କରିବାର ସୁଯୋଗ , ମୁଁ ହାତଛଡ଼ା କରିବାକୁ ଚାହୁଁନି ।।-
ଆନନ୍ଦ
---------
ଆଜି ଦିନଟି ମୋ ପାଇଁ ଆନନ୍ଦ
କାହିଁକି ନା ଆଜି ମୋର ପଦୋନ୍ନତି ହୋଇଛି,
ଏଥିପାଇଁ ମୁଁ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି
ବଡ଼ ସଫଳତାଟିଏ ମିଳିଛି।।
ଆନନ୍ଦ ପରିବାରବର୍ଗଙ୍କୁ ନେଇ
ସାଙ୍ଗସାଥି ସାଥିରେ ହୋଇ,
ପାଳିବେ ମୋ ପାଇଁ ପରବ
କରିବେ ମୋ ଗାଁର ଲୋକ ଗରବ।।
ଅନେକ ଗୁରୁଜନଙ୍କ ଆଶୀର୍ବାଦ ଅଛି
ମୋ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭଲପାଇବା ପାଇଛି,
ମୋ ଦାଦା ମୋ ପାଇଁ ଈଶ୍ୱର
ସେ ମୋ ପାଇଁ ଚଳନ୍ତି ଠାକୁର।।
ମୋ ମା' ମୋ ଆଖି
ତା' ପାଇଁ ଆଜି ମୋ କର୍ମ ସାକ୍ଷୀ,
ମୋ ଗାଁ ମୋ ଅନୁଷ୍ଠାନ ଗର୍ବିତ
ଏହି କଥାଟି ଏକାନ୍ତ ସତ।।-
ପ୍ରିୟ ଡାଏରୀ,
ତୋତେ ତ ମୁଁ ସବୁଦିନ ଦେଖେ,କିଛି କିଛି କୁହେ ଆଉ ତୁ ବି ମୋତେ ଜୀବନର ଅଫେରା ଦିନମାନଙ୍କୁ ନେଇ ଯାଇ କିଛି-କିଛି କହୁ।ଆଜି ମୁଁ ତୋତେ ମୋ ଦିନର ଏକ ବିଶେଷ ଘଟଣା ବିଷୟରେ କହିବି ଯାହା ସବୁବେଳେ ମୋ ପାଇଁ ସ୍ମରଣୀୟ ହୋଇ ରହିବ।
ଏୟାରପୋର୍ଟରେ ବସିଥିଲି।ବିମାନ ଛାଡ଼ିବାକୁ ବହୁତ ସମୟ ବାକି ଥିଲା।ଗୋଟିଏ ବହି ଦୋକାନରୁ ମୋର ପ୍ରିୟ ବହି କିଣି ଅପେକ୍ଷା କରିବାକୁ ଏକ ଚେୟାରରେ ବସିପଡ଼ିଲି।ଘଣ୍ଟାର କଣ୍ଟା ଆଗେଇ ଚାଲୁଥାଏ,ମନ ବି କାହାଣୀ ଭିତରେ ବୁଡ଼ିବାରେ ଲାଗିଥାଏ।ହଠାତ୍ ଜଣେ ଯୁବକ ଆସି ମୋ ପାଖ ସିଟ୍ରେ ବସିପଡ଼ିଲା ।ମୋର ବିସ୍କୁଟ୍ର ପ୍ୟାକେଟଟି ଚେୟାରର ହ୍ୟାଣ୍ଡେଲ୍ ଉପରେ ଖୋଲା ଥିଲା।ସେ ସେଥିରୁ ଗୋଟିଏ ବିସ୍କୁଟ୍ ନେଇ ଖାଇଲା। ମୁଁ ବି ତାପରେ ବହି ପଢ଼ୁ-ପଢ଼ୁ ଗୋଟିଏ ବିସ୍କୁଟ୍ ବାହାର କରି ଖାଇଲି।ପୁଣି ସେ ଗୋଟିଏ ନେଲା, ମୁଁ ଗୋଟିଏ ନେଲି।ଏମିତି ଚାଲିଲା।ମୋର ଅନୁମତି ବିନା ସେହି ଚୋର ଯେମିତି-ଯେମିତି ସମୟ ଗଡ଼ି ଚାଲିଲା,ସେମିତି-ସେମିତି ପ୍ୟାକେଟ୍କୁ ସଫା କରି ଚାଲିଲା।ମୋର ଇଚ୍ଛା ହେଉଥାଏ,ଯଦି ମୁଁ ଏତେ ଭଲ ହୋଇ ନଥାନ୍ତି,ତାହେଲେ ତା ଆଖି କଳା କରି ତା ମୁହଁରେ କାଳି ବୋଳି ଦେଇଥାଆନ୍ତି।ଶେଷରେ ଗୋଟିଏ ବିସ୍କୁଟ୍ ବଳିଥିଲା। ମୁଁ ନେବା ଆଗରୁ ସିଏ ତାକୁ ନେଇ ଅଧାରେ ଭାଙ୍ଗି କହିଲା,"ଏ ନିଅନ୍ତୁ ନା.."।ଏତେ ଖରାପ୍ କେବେ ଲାଗିନଥିଲା
ବିସ୍କୁଟ୍ ଖଣ୍ଡଟି ଖାଇ ଦେଖିଲି ଫ୍ଲାଇଟ୍ର ବେଳ ହୋଇଗଲାଣି।ଯିବା ପୂର୍ବରୁ ପାଣି ପିଇବା ପାଇଁ ପାଣିବୋତଲ୍ ଆସବାବପତ୍ର ଭିତରୁ ଖୋଜୁ-ଖୋଜୁ ଚକିତ ରହିଗଲି।ମୋ ବିସ୍କୁଟ୍ ପ୍ୟାକେଟ୍ ତ ମୋ ବ୍ୟାଗରେ ଥିଲା।ତାହେଲେ ସେ ବିସ୍କୁଟ୍ ପ୍ୟାକେଟ..।(କ୍ୟାପ୍ସନ୍ରେ)-
ବୁଝିଯା'ରେ ମନ ମୋର
*******************
ବୁଝିଯା'ରେ ମନ ମୋର
ଏ ନୀରବତା ସୁନ୍ଦର,
ଅବୁଝା କାହିଁକି ହେଉ
ସବୁକଥା ମୁଣ୍ଡେ ନେଉ। ( ୧ )
ଶବ୍ଦପୂର୍ଣ୍ଣ ମୋ' ନୀରବତା
ଭୟପୂର୍ଣ୍ଣ ତୋ' ନିର୍ଭୀକତା,
ପ୍ରେମପୂର୍ଣ୍ଣ ଅସ୍ତିତ୍ୱର ବୈରାଗ୍ୟ
ଭାବନା ଶୂନ୍ୟତା ଅନୁରାଗ। ( ୨ )
କିଛି କିଛି କଥା କଳିକା
କିଛି କିଛି ଆଶା ବାଳିକା,
ଠିକଣା ହଜାଇ ମୁଁ ଏକା
ବିଚଳିତ ନୁହେଁ ଛାୟାବାଜି ଫିକା। ( ୩ )
ତୁମ କେନ୍ଦ୍ରବିନ୍ଦୁ ତୃଷାର୍ତ୍ତ ଇନ୍ଦୁ
ଆତ୍ମା ଖୋଜେ ପ୍ରଣୟୀ ସିନ୍ଦୂରବିନ୍ଦୁ,
ମନ ଚିତ୍ରକର ଛବିରେ ତୁମକୁ
କବି କାଳ୍ପନିକ ରଚନା ପ୍ରେମକୁ। ( ୪ )-