QUOTES ON #ମୁଁ_ଆଉ_ମୋ_ପିଲାଦିନ

#ମୁଁ_ଆଉ_ମୋ_ପିଲାଦିନ quotes

Trending | Latest
23 MAY 2019 AT 8:08




ଆମ ଗାଁ ଅନ୍ଧାରୁଆ ଗଳି

(ସମ୍ପୂର୍ଣ୍ଣ କବିତାଟି ଅନୁଶୀର୍ଷକରେ)

-


4 JAN 2020 AT 12:57

ମୋ ଠାରୁ ଆମେ ପାଲଟି ଥିବା ସମ୍ପର୍କ
ଆଜି ମୋ ଭିତରେ "ମୁଁ " ହେଇ ରହିଗଲା ।

{ଅନୁଶୀର୍ଷକରେ ସମ୍ପର୍ଣ୍ଣ କାହାଣୀ..}

-


7 MAY 2020 AT 19:11

:: ଶେଷ ଭାଗ::

ମୁଁ ଯେଉଁଠି ବି ଅଛି
ଯାହାବି ହେଇଚି
ଯାହାବି ହେବି
କେବଳି ତୁମରି ମାନଙ୍କ ପାଇଁ
ତୁମେ ମାନେ ମୋ ଜୀବନ ଗଠନ ରେ
ଏକ ମହତ୍ତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଛ
ତୁମମାନଙ୍କୁ ଆଜିବି ସେତିକି ଭଲ ପାଏ
ହୁଏତ ଦୂରତା ବଢିଯାଇପରେ କିନ୍ତୁ ତୁମମାନଙ୍କର ସ୍ମୃତି କୁ ମୁଁ ସେମିତି ମୋ ହୃଦୟ ଭିତରେ
ସାଇତି ରଖିଛି

।। ଇତି ।।
ତୁମମାନଙ୍କର ପ୍ରିୟ ସଖା


-


24 MAY 2019 AT 1:09



ଅତୀତକୁ ଥରେ ଫେରନ୍ତି

(ଶୀର୍ଷକରେ ସମ୍ପୂର୍ଣ୍ଣ କବିତାଟି)

-


29 MAY 2019 AT 20:30

ବିଲ ଝାମ୍ପୁଡ଼ି

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କବିତାଟି)

ପିଲାଦିନର ଏକ ଅବର୍ଣ୍ଣନୀୟ ଘଟଣା

-


14 OCT 2020 AT 17:31

ଦେବୀ ତୁ ଲୋ ମା'
------------------

ରାରା ରାରା ରୁ...ରୁ
ରାରା ରାରା ରୁ...ରୁ,
ମା' ଲୋ ମୋ ମା'
ଦେବୀ ତୁ ଲୋ ମା'। ( ୧ )

ପବନ ବହିଲେ ମାଟିର ମହକ
ତା' ସାଥେ ତୋହରି ଡ଼ାକ,
ଯୁଗେ ଯୁଗେ ତୁ ସ୍ନେହମୟୀ
ମାଆ ଲୋ ତୁ ମମତାମୟୀ। ( ୨ )

ଏଇ ଜନମରେ ସ୍ନେହର କରଜ
ଶୁଝିପାରିବିନି ତୋହରି ମନର ଦରଜ,
ସବୁ ଜନମରେ ତୋହରି ନାଆଁ
ତୁ ପରା ମୋହରି ମାଆ। ( ୩ )

ମୋ ନାଁ ଆଗରୁ ତୁ
ତୋ ନାଁ ପରେ ମୁଁ,
ଜନ୍ମଜନ୍ମାନ୍ତର ଥିବି ମୁଁ ଋଣୀ
ତୋ ନାଁ'ର ହେଉଥିବି ଗୁଣି। ( ୪ )


-


20 JUL 2018 AT 8:51

ଆଖି ନାହିଁ କାନ ନାହିଁ ବାଜି ଗଲେ ଦୋଷ ନାହିଁ କହି ଖେଳିବା ତୋର ମନେ ଅଛି ??
ଆଉ ଚକା ଚକା ଭଉଁରି ମାମୁଁ ଘର ଚଉଁରି ମନେ ରଖିଛୁ ନା ??
ହଁ କାଗଜ କଣ୍ଢେଇ ତ ନିଶ୍ଚୟ ମନେ ଥିବ ।
ନଡ଼ିଆ ସଢ଼େଇ ରେ ଭାତ ରନ୍ଧା,
ଆଉ ଘର ଘର ଖେଳିବା ଭୁଲି ଯାଇନୁ ତ??
ଆ ନା ଥରେ ଖେଳିବା,
ତୋର ମୋର ସାଙ୍ଗ ହେଇ ବୁଲିବା,
ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା
ମୁଁ ଲୁଚିବି ତୁ ମତେ ଖୋଜିବୁ
ରାଗି ପୁଣି ମିଛି ମିଛିକା ରୁଷିବୁ
ହେଲେ ଚାଲ ନା ଥରେ ଫେରିଯିବା
ସେଇ ଦିନ କୁ, ତୁ ଆଉ ମୁଁ

#ମୁଁ_ଆଉ_ମୋପିଲାଦିନ

-


30 JUL 2018 AT 22:04

ସବୁଜ ଘାସ ଉପରେ ଲାଲ ଟୁକ ଟୁକ ସାଧବ ବୋହୂ...
ଅସୁମାରୀ ସ୍ବପ୍ନରେ ସଜା ମୋ କାଗଜ ଡଙ୍ଗା...
ଶାରୁ ପତ୍ର ତଳେ ବେଙ୍ଗୁଲି ରାଣୀ..
ଓଳି ତଳେ ଅସରା ଅସରା ପାଣି...
କାଦୁଅ ବୋଳା ମୋ ଦୁଇ ପାଦ...
ଅନ୍ଧାର ରାତିରେ ଝିଙ୍କାରି ଶବଦ...
ଏ ସବୁ ବୋଧହୁଏ ସେଇଠି ରହିଗଲେ..
ଯୋଉଠି ମୁଁ ମୋ ପିଲାଦିନକୁ ଛାଡି ଦେଲି...

#ମୁଁ_ଆଉ_ମୋ_ପିଲାଦିନ

-


18 JUL 2018 AT 15:17

ସେ କହୁ ଥିଲା ତାକୁ କାଳେ
ଏଇ ସବୁ ଭଲ ଲାଗୁନି
କହିଲା ଏଠି ବୋଉ ଆକଟ କରୁନି
ମୋ ଅଝଟ କେହି ଦେଖୁ ନାହାଁନ୍ତି
ଲୁହ ବି ପୋଛିବାକୁ କେହି ନାହିଁ
ବୁଢ଼ୀ ଅସୁରୁଣୀ ଆଉ କଂସା ମୁଣ୍ଡିଆ ଅସୁର କଥା ବି ନାହିଁ ।
ବାବା ସାଙ୍ଗରେ ବୁଲେଇବାକୁ ନେଉ ନାହାନ୍ତି
କେହି ଏଠି ବାଲି ଘର ଖେଳୁ ନାହାନ୍ତି
ଭଲ ହେଇଛି ମୁଁ ଏଠି ନାହିଁ
ମୋ ପାଖରେ ଏଇ ସବୁ ଅଛି
ତୋ ପାଖରେ ନାହିଁ କହି
ହସି ହସି କୁଆଡେ ହଜି ଗଲା ।

#ମୁଁ_ଆଉ_ମୋ_ପିଲାଦିନ

-


7 DEC 2018 AT 16:06

ଆରେ ଶୁଣୁଛୁ, ତୋର କଣ କିଛି ମନେ ପଡୁନି,
ପାହାନ୍ତି ବେଳର କୁଆଁ ତାରା କଥା,
ଏତେ ଶୀତରେ ତୋର ମନେ ପଡୁନି
ଆମ ଅଗଣାର କଅଁଳିଆ ଖରା କଥା,
ବୋଉ କୋଳର ଉଷୁମ ଚାଦର କଥା,
ସକାଳୁ ଚିକ ଚିକ କରୁଥିବା କାକର ବିନ୍ଦୁ କଥା,
ତୋର ସେ ଟିକି ନାଲି ମଫଲର କଥା ତ ମନେ ଥିବ,
ବାରିପଟେ ଜେଜେ ମା ସଂଗେ ନିଆଁ ସେକିବା ବି ମନେ ନାହିଁ,
ମାଣବସା ଗୁରୁବାରରେ ଦାଣ୍ଡ ଦୁଆରରେ
ବୋଉର ଝୋଟି କଥା,
କଣ କିଛି ବି ମନେ ନାହିଁ ତୋର
କେତେ ଫୁଲେଇ ହଉଛୁ ଯେ,
ଜାଣିଛି ସବୁ ମନେ ଅଛି ତୋର,
ଅଭିମାନ କରିଛୁ ମୋ ଉପରେ,
ବୟସର ପାହାଚ ଚଢି ତତେ
ଅନେକ ପଛରେ ଛାଡି ଆସିଲି ବୋଲି ।।

#ମୁଁ_ଆଉ_ମୋ_ପିଲାଦିନ

-