#ରାଜଧାନୀ
ଆଜି ସହରଟା ଖୁବ୍ ଜୋର୍ ରେ ହସୁଥିଲା । ବୋଧହୁଏ ଏତେ ବର୍ଷର ଅଭିଜ୍ଞତାରୁ ସେ ବେଶ୍ ଅବଗତ ହୋଇସାରିଥିଲା ଯେ, ଯେଉଁ ଜ୍ୟୋସ୍ନା ସହ ଅଣନିଃଶ୍ୱାସୀ ହୋଇ ପ୍ରତିଯୋଗିତା କରିବା ପାଇଁ ସେ ଜନ୍ମ ହୋଇଛି, 'ଆଜି' ତାର ଏକ ସାଧାରଣ ମୃତ୍ୟୁ ପରେ ହଜିଯିବ ସବୁ ଆଡ଼ମ୍ବର;
ପୁଣି ଚିରାଚରିତ ଭାବରେ ସେ ଶୁଣୁଥିବ ସେହି ଦୁଇଟି ସମ୍ବୋଧନ,
ନିଜର ମାନେ ପରସ୍ପରର କାନରେ ଫିସ୍ ଫିସ୍ ହୋଇ କହୁଥିବେ,
"ଖାଲି ନାଁ କୁ ମାତ୍ର ରାଜଧାନୀ, କଣଟା ଅବା ଏଠି ଅଛି !"
ଆଉ ପର ମାନେ ନାକ ଟେକି ମୁହଁ ଫଣଫଣ କରି କହିଦେଇଯିବେ,
"ଓଃ! ଏ ସ୍ୱାର୍ଥର ଗନ୍ଧ ଭିତରେ ବଞ୍ଚିବା ମୁସ୍କିଲ୍ ହୋଇଗଲାଣି !"
ବାଲକୋନି ଉପରୁ ସହରଟାକୁ ଅତି ପାଖରୁ ନୀରିକ୍ଷଣ କରୁ କରୁ କେଜାଣି କେତେବେଳେ ଅଜାଣତରେ ମୁଁ ବି ଫିକ୍ କରି ହସିଦେଇଥିଲି....।-
ସେ ପ୍ରେମ ଆମର
ରହିବ ସଦା ଅମର।
ନିରୀହ ମନର ଭାବନା
ହୁଏ ନାହିଁ ବାଟବଣା।
ଛଳ କପଟ ଛନ୍ଦ
ତା ଉର୍ଦ୍ଧରେ ବାଦ ବିବାଦ।
ଯୋଡ଼ି ରଖିଥାଏ ସମ୍ପର୍କକୁ
ଜୀବନ୍ତ ସବୁ ଆଡ଼େଇ ଦୂରତାକୁ।
-
ଆଜି ବି ମୋତେ ଲାଗେ ନୂଆ
ବାଣୀ ବିହାର କଲେଜ ବାରଣ୍ଡା
ନୟାପଲ୍ଲୀ ଛକ ଆଉ ବରମ୍ନୁଣ୍ଡା
ଶ୍ରୀୟା ଟକିଜ୍ ର ସନ୍ଧ୍ୟା ଶୋ
ଜୁନିଅର୍ ଝିଅଙ୍କ ଚୋରା ଚାହାଣି
କାନ୍ଥ ଲେଖା କିଛି ପ୍ରେମ କାହାଣୀ
ଟିଉସନ ଫେରନ୍ତା ସେ କ୍ଳାନ୍ତ ଅପରାହ୍ନ,
ଆଜି ବଦଳି ଯାଇଛି ସବୁକିଛି
ବଦଳି ଯାଇଛି ଏ ସହରର ରୂପରେଖ
ତଥାପି ପାରିନି ବଦଳି
ମୋର ଏ ଅବୁଝା ମନ,
ଆଜି ବି ଲାଗେ ଏ ରାଜରାସ୍ତା
ସେଇ ପୁରୁଣା ଗଳି ପରି
ଆଉ ଆଖି ଖୋଜି ପାଏ
ଗଡ଼ି ଯାଇଥିବା କିଛି;
ଆଟଲାସ୍ ସାଇକେଲର ଚକା ଚିହ୍ନ..!!-
ସ୍ୱପ୍ନର ସହର ଭୁବନେଶ୍ୱର.....
ସେଠି ନିତି କିଣା ବିକା ହୁଏ ଅସଂଖ୍ୟ ଆଶାର
ଫିଙ୍ଗା ଖାଦ୍ୟ ଦେଖି ଭୋକ ମରିଯାଏ ଭୋକିଲା ପେଟର
ଛୋଟିଆ ମଣିଷ ଦାସ ହୋଉ ରୁହେ ଉଚ୍ଚ ଅଟ୍ଟାଳିକାର
ଭଲପାଇବାର ଛଳନା ଫାସରେ ହତ୍ୟା କରାଯାଏ ବିଶ୍ୱାସର
ତଥାପି ପାଦ ଟାଣିହେଇଯାଏ ମାୟାରେ ତାହାର
ବାଃ ବାଃ ରେ ଭୁବନେଶ୍ଵର.....-
ଧଳା ଜହର ଜାଲ ରେ ଭୁବନେଶ୍ୱର
କିଲୋ ତୁଲ ରେ ମିଳୁଛି ସେଠି ଧଳା ଜହର ।
ବଡ଼ବାବୁଙ୍କର ଅଲିଅଳ ଖାଇ କରୁଛନ୍ତି ମାତାଲି ପରି ବ୍ୟବହାର
ଏ ହେଉଛି ସ୍ମାର୍ଟ ସହର ର ସ୍ମାର୍ଟ ବେପାର ।
ରାତି ଲାଗେ ଯେମିତି ସରଗ ପୁର
କ୍ଲବ୍,ବାର୍ ଆଉ ସ୍ପା ରେ ଜମେ ଝିଅପୁଅଙ୍କର ଆଶର ।
ଗାଁ ଝିଅ ପୁଅ ପହଞ୍ଚି ସେଠି ସାଜନ୍ତି ମଡେ଼ଲର
ମୋବାଇଲ୍ ରେ ଛାଡେ ଫୋଟୋ ଦିନକୁ ଦିଚାରି ଥର ।
ପାଶ୍ଚାତ୍ୟ ସଂସ୍କୃତି ରେ ଉବୁଟୁବୁ ରାଜଧାନୀ ଆମର
ଏମିତି ଥିଲା କିଛି ଅନୁଭୂତି ରେ ଭୁବନେଶ୍ୱର ।-