ଅବୁଝା ମନ କେବେ ବୁଝେନା
( ଅନୁଶୀର୍ଷକରେ ପଢନ୍ତୁ )-
ମଣିଷ ସେତେବେଳେ ତା ଅପରିଚିତ ଦୁନିଆରୁ ଜଣକୁ ବାଛିନିଏ, ଯେତେବେଳେ କି ସେ ତା ନିଜ ଲୋକଙ୍କ ସ୍ନେହଠାରୁ କିଛିପାଦ ଦୁରେଇ ଯାଇଥାଏ।
-
"ସେ ବହିଯାଏ ବୋଲି
ବୋଧେ ତାର ନାଁ ଲୁହ,
ଆଉ ତୁ ଲୁଚିକି ରହିଯାଉ ବୋଲି
ତୋର ନାଁ କୋହ।"-
ଜୀବନରେ ଯଦି କେବେ କାହା ପାଇଁ ନାଇଁବାକୁ ପଡ଼େ , ତାହେଲେ ପଛ ଘୁଞ୍ଚା ନିଅନ୍ତୁ ନାହିଁ କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟା ରେ ଅସ୍ତ ହୋଇଯାଏ ରାତ୍ରିର ଜହ୍ନ ପାଇଁ ..!
-
ଜୀବନରେ କିଛି ଭଲ କରିବା ପାଇଁ ନିଜକୁ ବେଳେବେଳେ ଅନ୍ୟଆଗରେ ଭୁଲ ପ୍ରମାଣିତ କରିବାକୁ ପଡ଼ିଥାଏ
-
ହୃଦୟତ ସେତେବେଳେ କୋରିହେଇଯାଏ,
ଯେତେବେଳେ ତୁମର ସମସ୍ତ ଗୁରୁତ୍ୱ ଉପରେ ଅଯତ୍ନପଣିଆର ଏକ ଆସ୍ତରଣ ଆଙ୍କି ହୋଇଥାଏ।-
ଭାଇ ଟିଏ ତୁମେ ସାଜିବ....
ରାକ୍ଷୀ ବାନ୍ଧିଥିଲେ ପ୍ରଥମେ ସେଦିନ
ଦ୍ରୋପଦି ତୁମରି ହାତେ ।
କହିଥିଲେ ସଖା ଭଉଣୀ ଟେ ଭାବି
ରକ୍ଷା କରୁଥିବ ମୋତେ ।।
ରାକ୍ଷୀର ମାନ ରକ୍ଷା କରି ଶ୍ୟାମ
କୋଟି ବସ୍ତ୍ର ଦେଇଥିଲ ।
କୁରୁ ସଭାରେ ଭଉଣୀ ମର୍ଯ୍ୟାଦା
ତୁମେ ପୁଣି ରଖିଥିଲ ।।
ସେହି ଦିନଠାରୁ ଏ ରକ୍ଷା ବନ୍ଧନ
ଭାରତେ ଆରମ୍ଭି ଥିଲା ।
ଭଉଣୀ ଲାଜ ଭାଇ ରଖିବ ବୋଲି
ଭଉଣୀ ଭରଷି ଥିଲା ।।
ସବୁ ଭଉଣୀ କି ଦ୍ରୋପଦି ହେଉଛି
ଶ୍ୟାମ ହୁଅଇ କି ଭାଇ ।
କେତେଯେ ଭଉଣୀ ମରଇ ଏଇଠି
ଆଜି ନିର୍ଯାତିତା ହୋଇ ।।
ଦ୍ରୋପଦି ଙ୍କ ଭଳି କେତେ ଭଉଣୀଙ୍କ
ବସ୍ତ୍ର ହରଣ ହୁଏ ।
ଅସହାୟ ହୋଇ କେତେ ଯେ ଭଉଣୀ
ମୃତ୍ୟୁ ମୁଖରେ ଶୁଏ ।।
ଭାବିଲ କି ଶ୍ୟାମ ମହାନ ହୋଇଲ
ଦ୍ରୋପଦି ଙ୍କ ମାନ ରଖି ।
କେତେ ଯେ ଭଉଣୀ ନିର୍ଯାତିତା ଏଠି
ଲୁହରେ ଭିଜୁଛି ରାକ୍ଷୀ ।।
ଗୁହାରି କରୁଛି ଦ୍ରୋପଦି ଙ୍କ ଭଳି
ସଭିଙ୍କ ମର୍ଯ୍ୟଦା ରଖିବ ।
ଅସହାୟ ସେଇ ପ୍ରତି ଭଉଣୀଙ୍କ
ଭାଇ ଟିଏ ତୁମେ ସାଜିବ ।।-
ଆଜି ବି ସେ ଅକୁହା ପ୍ରେମର
ଅତୀତ କାହାଣୀ ଟା
ମୋତେ ଟାଣିଓଟାରୀ
ନେଇ କୌଣସି ଏକ ଅଚିହ୍ନା
ଜାଗାରେ ଫୋପାଡ଼ି ଦେଉଛି।-