ଯଦି ଜଟିଳ ପରିସ୍ଥିତିରେ ଦୁଇ ପକ୍ଷକୁ ସୁହେଇଲା ଭଳି ଆମେ ଉପଯୁକ୍ତ ମତ ପୋଷଣ କରିପାରୁ ନାହେଁ,
ତେବେ ସେହି ପରିସ୍ଥିତିରେ ନୀରବତାର ସୂତ୍ର ପ୍ରୟୋଗ କରିବା ହିଁ ସର୍ବଥା ବିଧେୟ।-
ଛୋଟିଆ ମନ ତା ବିଶାଳ ହୃଦୟ,
କର୍ତ୍ତବ୍ୟର ଦାନେ କେତେ ସହେ ସେ ଅନ୍ୟାୟ
ଭର୍ତ୍ସନା କଟୁକ୍ତି ଭରା ନିଏ ସେ ବିଦାୟ।
କ'ଣ ବା କହିବି ସେ ଆଲୋଚ୍ୟ ବିଷୟ,
ସବୁ ଉକ୍ତି ପରେ ସେ ଯେ ସମ୍ମାନୀୟ।
ସେ ମହିୟସୀ, ମହିମାମୟୀ,ଦୁହିତା ଧରିତ୍ରୀ
ଭକ୍ତିଭାବେ ପ୍ରଣମୁଛି ଆଗୋ ଶିକ୍ଷୟତ୍ରୀ।-
କୋଉଠୁ ଆରମ୍ଭି କେଣେ ସମାପିବି
ପାଏ ନାହିଁ ତାର ଖିଅ,
ଅଭିଶାପ ନୁହଁ ଆଶୀର୍ବାଦ ଏତ
ଭଗିନୀ ଜନନୀ ଝିଅ।
ଏ ଦୁନିଆ ଜାଣିଛି ପ୍ରଥା ଯେ ରହିଛି
ଆଜି ସମାଜ ନରପ୍ରାଧାନ୍ୟ,
ଉତ୍ପତ୍ତି ଯେ ତୁମ ତା ଠାରୁ ହୋଇଛି
କାହିଁ ଦେଖୁଅଛ ତାକୁ ନ୍ୟୂନ?
କର୍ତ୍ତବ୍ୟ ଭୁଲିଲ ପ୍ରଭୁତ୍ୱ ଦେଖାଇ
ବଳୟେ କରି ଆବଦ୍ଧ,
ଅନେକ ଗୁଣରେ ମହିୟସୀ ସେ ଯେ
କରନାହିଁ ତାକୁ ରୁଦ୍ଧ।
ଯେତେ ଗରଜିଲେ ଗଳା ଫଟେଇକି
ହେବନାହିଁ ନାରୀବାଦ,
ନାରୀ ସ୍ୱାଧୀନତା ମର୍ଯ୍ୟାଦାର ପଥେ
ଅଛି ସବୁ ଅଭିନବ ଲାଭ।
ବେଶ ପରିପାଟ୍ଟୀ ପୋଷାକ ବାହୁନା
ଛଳନାର ଏକ ମଞ୍ଜି,
ଆଖି ଯେ ଫିଟିନି ଚମ କଅଁଳିନି
ସେ କି କପଡା ପାରିବ ଖଞ୍ଜି?
-
Ek minute mein
jindegi nehin bdalti,
Magar ek minute
soch kar liya hua
faisla puri jindegi
badl deta hein.-
ଯେଉଁ ପାଟି ଦିନେ ପ୍ରଶଂସାର
ସ୍ରୋତସ୍ୱିନୀ ପ୍ରବାହିତ କରିଥାଏ,
ସେହି ପାଟି ପୁଣି ଦିନେ ନିନ୍ଦାର
ବନ୍ୟାକୁ ବରଣ କରିଥାଏ।-
ଦାୟିତ୍ୱବାନ ଲୋକ "ବିନ୍ଦାସ୍" ଜୀବନଠାରୁ ଟିକେ ଦୂରରେ, ଆଉ ବିନ୍ଦାସ୍ ଲୋକ ଦାୟିତ୍ୱବୋଧଠାରୁ ଟିକେ ଦୂରରେ ରହିଥାନ୍ତି।
-
ତୁମ ସହ ଦେଖା ହେଲା କେଜାଣି,
ଆଗକୁ ପଡ଼ିଥିବା ସବୁତକ ରାସ୍ତା
ତୁମ ସାଥିରେ ଚାଲିବାର ଶପଥ କରିଦେଲି।
ଅଚିହ୍ନିତ ମରୁଭୂମିରେ ଚିହ୍ନିତ
କେଇ ବୁନ୍ଦା ବର୍ଷା ବର୍ଷିଗଲା ଗଲା ଯେ,
ଅସମୟେ ବି ଗଜାଗୁଡ଼ା ଫୁଟିବା ପାଇଁ
ଅଭିପ୍ରାୟଲୋଡୁଛନ୍ତି।
ଏହା କଣ ସତରେ ଲୁକ୍କାୟିତ ଭାବେ ସମ୍ପର୍କର
ବିଶାଳକାୟ ଦ୍ରୁମରେ ପରିଣତ ହେବାର ଆଭାସ???
-
କାହା ହିସାବରେ ଅଙ୍କ କଷିବା ଅପେକ୍ଷା,
ନିଜ ହିସାବରେ 'ଶୂନ' ବସାଇବା ହିଁ ଯଥାଯୋଗ୍ୟ ଅଟେ।-
ଆଛା, ଈଶ୍ୱର ତୁମକୁ ବି ମୋର ଗୋଟେ ପ୍ରଶ୍ନ
ତୁମ ଭଣ୍ଡାରରେ କଣ ଖାଲି
ନାରୀମାନଙ୍କ ପାଇଁ କଳଙ୍କର ଛିଟା ରହିଛି,
ପୁରୁଷମାନଙ୍କ ପାଇଁ ସାମାନ୍ୟ ଟିକେ ଦଣ୍ଡବିଧାନ ବି ନାହିଁ??
ଭାରି ନିଷ୍ଠୁର ନା ତମେ.....-
ଆଖି ବନ୍ଦ କରି ଅନ୍ଧାରର ଆପଣା ପାଣିଆକୁ
ଅନୁଭବ କରୁଥାଏ,କେବେ ଛାଇ ଆଲୁଅ ପରି
ଝିଲିମିଲି ତ କେବେ ମରୀଚିକା ପରି ଅପହଞ୍ଚ ।
ତାଠୁ ଆହୁରି ନିଘଞ୍ଚ ଆପଣାର ଲାଗୁଥାଏ
ସେ ବହିଯାଇଥିବା ଅତୀତଟା।
ଆଉ ବର୍ତ୍ତମାନଟା ବି କୁହୁଡ଼ିଆ ପରି,
ଭବିଷ୍ୟତ ବା ଚିନ୍ତା କରିବି କିପରି?
ଭିତରେ ଭିତରେ ବିଳପି ଉଠେ ମନ,
କିନ୍ତୁ ହଠାତ୍ ଅନ୍ଧାରକୁ ଭେଦ କରି
ଚାଳ କଣା ଦେଇ ଜହ୍ନର ତାତ୍ସଲ୍ୟହସଟା
ମୁହଁ ଉପରେ ଏକ ପ୍ରକାର ଟର୍ଚ୍ଚ ଲାଇଟ୍ ର
ଭ୍ରମ ସୃଷ୍ଟି କଲା।
ଅନ୍ଧାରୀ ମୂଲକରେ ଆଲୋକ ରଶ୍ମୀର ଆବିର୍ଭାବରେ
ସତେ ଯେମିତି ବର୍ତ୍ତମାନଟାକୁ ସୁନ୍ଦର କରିବାର
ପାଥେୟରେ ଲାଗିପଡ଼ିଲି.....
-