QUOTES ON #ବୋଉ

#ବୋଉ quotes

Trending | Latest
20 SEP 2019 AT 19:40

ବୋଉ....

ସମ୍ପୂର୍ଣ୍ଣ କବିତାଟି ପଢନ୍ତୁ ଅନୁଶୀର୍ଷକ ରେ...

-


3 MAY 2020 AT 9:29

ବୋଉ ଯିବା ପରେ ବି ଚାରିପାଖ ମହକୁଥାଏ ବୋଉ ଦେହର ବାସ୍ନା ରେ। ନଶ୍ଵର ସ୍ଥୂଳସତ୍ତା ସିନା ଲୀନ ହେଇଯାଏ କିନ୍ତୁ ତା ସୁକ୍ଷ୍ମ ସତ୍ତା ର ଉପସ୍ଥିତି ଅନୁଭବ କରିହୁଏ ସବୁଠି।

ବୋଉ କୁ ନେଇ ଗପ ଟିଏ। ନା ଗପ ନୂହେଁ, ସତ ଟିଏ ।

ପଢ଼ନ୍ତୁ ଅନୁଶୀର୍ଷକ ରେ........

-


9 DEC 2020 AT 20:52

ବୋଉ କୁହେ....!!
°°°°°°°°°°°°°
ବୋଉ କୁହେ ତୁ ଦୁହିତା ଦୁଇ କୂଳକୁ ହିତା !!

ଯାହା ତୁ କହିବୁ ଯାହା ତୁ କରିବୁ !
ଆମେ ତୋ ନାମେ ହେବୁ ଚର୍ଚିତା !!

ବାପା ଙ୍କ ପାଇଁ ସୁନା ଝିଅ ତୁ !
ମୋ ପାଇଁ ତୁ ଶ୍ରୀଲକ୍ଷ୍ମୀ ପଦବାଚ୍ୟା !!

ଦେଉଛୁ ତୋତେ ଆମେ ସେନେହ ପସରା !
ଶିକ୍ଷା ଦୀକ୍ଷା ରେ ନ କରି ଅବହେଳା !!

ଯେମିତି ଏ ଘରେ ଅଛୁ ଆଜି ଶ୍ରୀଲକ୍ଷ୍ମୀ ହେଇ ତୁ !
ସେମିତି ସେ ଘରେ ହେଉ ଯେମିତି ତୁ ଲକ୍ଷ୍ମୀ ପ୍ରତିମା !!

ଆମ ଝିଅ ହୋଇ ଅଛୁ ଯେମିତି ସେ ମା',
ବାପା ଙ୍କର ହେବୁ ଝିଅ ସମ ବୋହୂ ସେମିତିକା !!

ଖାଦ୍ୟ,ବସ୍ତ୍ର,ବାସଗୃହ କେବଳ ଅପରିହାର୍ଯ୍ୟ ଭାବି ,
ଭାବି ବୁନି କେବେ ସେ ବାପା ମା ଙ୍କୁ ଅଲୋଡ଼ା !!

କେବଳ ତୋ ଖରାପ ସମୟେ ହେବେ ସେ ସାହା ,
ଭଲ ସମୟରେ ଅଜାଡ଼ି ଦେବେ ଆଶିଷ ଯାହା !!

ଏତିକ କଥା ତୁ ରଖିବୁ ମନେ କାରଣ,
ତୁ ଦୁହିତା ଦୁଇ କୂଳକୁ ହିତା !!

-Ehsaas Mitali ki 🙏


-


23 NOV 2020 AT 9:23

"ବୋଉକୋଳରେସ୍ଵର୍ଗ"
❇️✳️✴️✳️✴️✳️✴️✳️❇️

ଯାଇଥିଲି ବୋଉ ତୋ ଠାରୁ ଦୁରେଇ
ନୂଆ ସ୍ଵପ୍ନ ନୂଆ ସମ୍ପର୍କ ସାଥିରେ..!

ଦୁଇ ଦିନ ବି ଦେଲାନି ସେ ସୁଖ
ଲୁହ ଦେଲା ଖାଲି ଆଖିରେ..!!

କହୁଛି ମୁଁ କାଳେ କିଛି କରିନି ତା ପାଇଁ
ଯାଇଥିଲି ତା ସମ୍ପତ୍ତି ଓ ସୌନ୍ଦର୍ଯ୍ୟ ଲୋଭରେ..!

ପ୍ରେମ ମୋର ହେଲା ଅକାରଣ ବୋଉ
ସ୍ନେହ କୁ ଯେ ତୋର ବୋଳି ଯାଇଥିଲି ମାଟି ରେ..!!

ତାରା ର ସହର ବୁଲେଇବ କହି
ରଖିଲା ଅନ୍ଧାର ଘରେ..!

ଫେରିଛି କୋଳ କୁ ପୁଣି ତୋର ବୋଉ ତୋ କୋଳେ
ଦେଖିବି ବୋଲି ସରଗ ର ଜହ୍ନ ତାରା କେତେ...!!

-


5 JAN 2021 AT 10:53

ବୋଉ.....

ବୋଉ ଏକ ଛୋଟ ଶବ୍ଦଟିଏ
କିନ୍ତୁ, ସେ ଶବ୍ଦର ଗଭୀରତା ସମୁଦ୍ରଠୁ କିଛି କମ୍ ନୁହେଁ

-


25 DEC 2020 AT 21:21

ଶୋଇବାକୁ ଦେ ଆଉ କିଛି ସମୟ ବୋଉ ତୋ କୋଳରେ ,
ଶାନ୍ତିର ନିଦ ମୁଁ ପାଇଛି ଆଜି ବହୁତ୍ ଦିନ ପରେ !!
ନାହିଁ ଏମିତି ଶାନ୍ତି ଆଉ କେଉଁଠି ବି ଏ ପୃଥିବୀ ରେ ,
ମିଛ ମାୟାରେ ଭରି ଯାଇଛି ଏ ସଂସାର ,
କୋଉଠୁ ପାଇବି କହ ସୁଖ ର ଘର !!
ନିଜର ବି କରେ ପର ଦେଇ ମିଛ ଆଶ୍ରୟ କରେ ପଛୁ ପ୍ରହାର !
ନିରାପଦ ନୁହଁ ଏ ସଂସାର ସତ୍ୟ ବି ହାରେ ଏଠି ମିଛ ଆଗର ,
ତୁ ଅଛୁ ବୋଲି ରହିଛି ମୋ ଦେହେ ଜୀବ କି କହିବି ଆଉ ବୋଉ ,
ସହିବା ବି ଅସହ୍ୟ ହେଲାଣି ମିଛ ଆଶା ଖାଲି ବଦଳିବ ଦିନେ ଭାଗ୍ୟ ମୋର !!

-


4 JUN 2021 AT 21:08

ସ୍ମୃତି ହେଇଯିବ ଭାବି ଜୀବନରେ ବହୁତ କାମ ଡରି ଡରି କରିନି,
ମୁଁ ଆଜି ଯାଏଁ ବୋଉ ପାଇଁ ଝୁଣ୍ଟିଆ ହଳେ କିଣି ପାରିନି।।

-


5 JAN 2021 AT 11:06

ବାପା....
ବାପା ଏକ ଦୁଇଟି ବର୍ଣ୍ଣରେ ମିଳିତ ଗୋଟିଏ ଶବ୍ଦଟିଏ
କିନ୍ତୁ, ସେ ଶବ୍ଦର ବିଶାଳତା ଆକାଶଠୁ ବି କିଛି କମ୍ ନୁହେଁ।

-


9 MAY 2020 AT 18:46

ବୋଉ ଦିବସ ଆସିଲେ ବୋଉର ଅଭିମାନ ମନେ ପଡେ
"ତୁ ଫୋନଟାଏ ବି କଲୁନି ଏମିତି ଦିନରେ" !
ମୁଁ ମିଛେଇ କହେ "ତୁ କେବେଠୁ ମଦରସ୍ ଡେ ମାନିଲୁନି" ।ନିଜଭୁଲ ଲୁଚେଇବାକୁ ୟାଡୁ ସ୍ୟାଡୁ ବତାଏ ।
ଏବେ ଫୋନ୍ ଉଠେଇଲେ କାହିଁ ତାରି କଥା ବେଶୀ ମନେପଡେ।
ତା ନମ୍ବର ଆଉ କଲ୍ ହିଷ୍ଟ୍ରିରେ ଖୋଜିଲେ ବି ମିଳେନି ।
ମଦରସ୍ ଡେରେ ମୋର ଆଉ ଭୁଲ୍ ହୁଏନି ।
"ବୋଉ ଦିବସର ଶୁଭେଚ୍ଛା ତୁମକୁ ବୋଉ" କହିପକାଏ
ସେପଟୁ ବୋଉ କହନ୍ତି" ତୋ କଣ୍ଠଟା କାହିଁ ଏତେ ଭାରୀଲାଗୁଛିରେ ମା'।
ତୁ କଣ ପୁଣି ଥରେ ବୋଉ କଥା ଭାବି ମନମାରି ବସିଛୁ ,
ମୁଁ କଣ ତୋର ବୋଉ ନୁହଁ !
କଥା କହୁନଥିବା ବୋଉ ସେପଟୁ ଫୋନ ନପାଇ ବି ହସିଦିଏ ।



-


26 APR 2019 AT 2:57

उसकी भोलीसि सूरत पे
वो प्यारी से हँसी देखे हुए
उसकी गोद में सिर रखके
उससे बातें किए हुए
याद तो बहुत आती है माँ की
कितने दिन हुए
उसके हाथके बने वो
आलू के पराठे खाए हुए

-