ଯଦି ମୁଁ କବିତାର ଶୀର୍ଷକ ହୁଏ
ତୁମେ ହେଉଛ ସେଇ କବିତା।
ଯଦି ମୁଁ କାହାଣୀର ନାୟକ ହୁଏ,
ତୁମେ ହେବ ମୋ ନାୟିକା।
ଯଦି ମୁଁ ଏକାଙ୍କିକା ହୁଏ,
ତୁମେ ହେବ ମୋର ଶେଷ ଦୃଶ୍ୟ।
ଯଦି ମୁଁ ଗାଳ୍ପିକ ହୁଏ,
ତୁମେ ହେବ ମୋ ଗଳ୍ପର ପ୍ରତିଟି ବାକ୍ୟ,
ଯାହାକୁ ପଢ଼ି ସଭିଙ୍କ ମନରେ ଭରିଯିବ ଖୁସିର ଭାବ।-
ଶିରୋନାମା :-
ତୁମେ ମୋ କାହାଣୀର ଶିରୋନାମା
ଅଧାବାଟେ ହାତଛାଡି ଯିବନି ଯମା
ପାରିବି ମୁଁ ସହି ତୁମ ମାନ_ଅଭିମାନକୁ
ହେଲେ ପାରିବିନି ସହି ତୁମେ ଗଲେ ଦୂରେ
ହୋ ..... ତୁମେ ଗଲେ ଦୂରେ
ତୁମେ ମୋ ପ୍ରିତୀର ବନ୍ୟା
ମୁଁ ତୁମ ଅଳସୀ କନ୍ଯା
ମରିବାକୁ ରାଜି ତୁମକୁ ପାଇବା ପାଇଁ
ହେଲେ ପାରିବିନି ବଞ୍ଚି କେବେ ତୁମରି ବିନା
ହୋ........ତୁମରି ବିନା
ତୁମେ ମୋ ଜୀବନର ଶେଷ ଠିକଣା
ତୁମ ବିନା ମୁଁ ନିଜ ପାଇଁ ନିଜେ ଅଜଣା
ପାରିବିନି ଦେଇ ଜହ୍ନ ତାରା ସୁଖ
ହେଲେ ନିତି ସଜେଇ ଦେବି ମୁଁ ତୁମ ଓଠରେ ହସ
ହୋ.........ତୁମ ଓଠରେ ହସ-
ପ୍ରତି ଟି ନିଃଶ୍ୱାସ ରେ ମୋର
ତୁମ ବାସ୍ନା ଆସେ
ଯେମିତି ହି ଅଧର ମୋର କମ୍ପିତ ହୁଏ
ସେଇ ପ୍ରକମ୍ପିତ ଓଠ ରେ
ନାଁ କେବଳ ତୁମର ହିଁ ଭାସେ
ଆଜି ଏ ବର୍ଷା ରେ
ତୁମ ସହ ଭିଜିବାକୁ ଇଚ୍ଛା ହୁଏ
ଏ ସ୍ବପ୍ନ ମୋର କେତେ ବର୍ଷ ପୁରୁଣା ଯେ
କେବଳ ତୁମ ଭାବନା ହିଁ ମନ କୁ ଆସେ
ଯେବେ ସେ ବର୍ଷା ର ପ୍ରତ୍ୟେକ ବୁନ୍ଦା
ତୁମ ଓଠ କୁ ଛୁଇଁ ଯାଇ ବୋହି ଆସେ
ସେସବୁ କୁ ଛଡାଇ ଆଣି
ନିଜ ଓଠ ରେ ସଜାଇ ରଖିବାକୁ ଇଚ୍ଛା ହୁଏ-
ସତରେ କଣ,
ମୋ କବିତାରେ ସତ୍ୟତା ନାହିଁ!!
ନା ନାହିଁ ସୌନ୍ଦର୍ଯ୍ୟ!!
ଆନନ୍ଦ ନାହିଁ,ନା ନାହିଁ ଜୀବନ!!
ଆତ୍ମା ନାହିଁ,ନା ନାହିଁ ଆଧୁନିକତା!!
ତୁମେ କୁହ,
ସତରେ କଣ କିଛିନାହିଁ ମୋ କବିତାରେ???
ତୁମେ ହିଁ ତ ମୋର ସତ ପ୍ରେମ,
ତୁମେ ହିଁ ତ ମୋ କବିତାର ସୌନ୍ଦର୍ଯ୍ୟ।
ତୁମେ ହିଁ ଭରିଦେଇଥାଅ ସେଥିରେ ଆନନ୍ଦ,
ତୁମେ ହିଁ ମୋ ଆତ୍ମା,ମୋ ଭବିଷ୍ୟତ।
ତୁମେ ହିଁ ସବୁକିଛି ମୋ କବିତାର,
ତେବେ କିଏ କହୁଛି ସତ୍ୟତା ନାହିଁ ମୋ କବିତାର!!-
ମୋତେ ମାେ ଠାରୁ ବେଶୀ ତୁମେ ବୁଝିଛ,
ନିଜ ଠାରୁ ଅଧିକ ମୋତେ ହିଁ ଭଲ ପାଇଛ।
ମୋର ସମସ୍ତ କ୍ଷତ ରେ ମଲମ ତୁମେ ଭରିଛ,
ଏ ବେରଙ୍ଗ ଜୀବନ ରେ ତୁମ ପ୍ରେମ ତୂଳୀ ରେ
ବିଶ୍ୱାସ ର ରଙ୍ଗ ଭରି ତୁମେ ହିଁ ତ
ମୋ ସ୍ଵପ୍ନ ମାନଙ୍କୁ ରଙ୍ଗାୟିତ କରିଛ।
ପ୍ରତିଟି ମୁହୂର୍ତ୍ତ ରେ ମାେ ହାତ ଧରି ଚାଲିଛ,
ଯେତେବେଳେ ମୁଁ ସମସ୍ତ ଧର୍ଯ୍ୟ ହରାଇଛି
ତୁମେ ହିଁ ତ ମୋ ସାହାରା ସାଜିଛ।
ଜଣା ନାହିଁ କେଉଁଠି ...???
ନିଜକୁ ହଜାଇ ଦେଇଥିଲି ମୁଁ
କିନ୍ତୁ ତୁମେ ତୁମ ପ୍ରୀତି ର ଚାଦର ତଳେ ଢାଙ୍କି ଦେଇ
ତୁମ ପ୍ରେମ ର ଉଷ୍ମତା ମଧ୍ୟେ ମୋତେ ସାଇତି ରଖିଛ।
💕
- Broken Soul 💔
-
ଆପେକ୍ଷାର ମିଳନର ସଂପୂର୍ଣତା ପାଇଁ,
ରୁହ ତାରି ବାଟକୁ ଆଉ କିଛିଦିନ ଚାହିଁ ।
ଯାହା ପାଇଁ ଆଜିର ସମୟରେ ତମ ଏଇ କଷ୍ଟ,
ସିଏ ହି ପୂର୍ଣ୍ଣ କରିବ ତମ ଜୀବନର ଅବଶିଷ୍ଟ ।-
ଶୁଷ୍କ ମରୁଭୂମି ରେ ଏକ ଜଳ ର ବିନ୍ଦୁ ଟୋପା ଭଳି
ମୋ ହୃଦୟ ମନ୍ଦିର ରେ ଏକ ଉଜ୍ଜ୍ଵଳିତ ଦୀପ ର ଶିଖା ତୁମେ
କେବେ ଯେ ଅଜଣା ପଥ ର ବାଟୋଇ ତ କେବେ
ମୋ ମନ ଅଗଣା ର ସୁଗନ୍ଧିତ ଫୁଲ ତୁମେ
ଆଶା ଯେ ଅନେକ କରିବି ନିଜର
ଦବକି ସେ ଅଧିକାର ମତେ ତୁମେ-
ଅସଂପୂର୍ଣ୍ଣ ହୋଇ ଅଛି
ମୋ କବିତାର ସବୁ ଧାଡି
ଜୀବନର କିଛି ସ୍ମୃତି ବାକି ଅଛି
ଘଣ୍ଟାକୁ ଦେଖେ ଘଡି କି ଘଡି..
323/443-
ତୁ ମୋର ନିହାତି ଦରକାର
---------------------------
କଣ୍ଟା ଅଛି ଫୁଲ ବି ଅଛି
ଏଇ ଆମ ଜୀବନେ,
ପ୍ରେମ ଅଛି ପ୍ରତାରଣା ବି ଅଛି
ତୁମେ ଆଉ ମୋ ସପନେ। ( ୧ )
ତୁ ମୋର ନିହାତି ଦରକାର
ମୁଁ ତୋର କେବଳ ହକଦାର,
ଆଶା ଅଛି ନିରାଶା ବି ଅଛି
ନିଶା ଅଛି ପ୍ରଣୟ ଦୂରେଇ ଯାଇଛି। ( ୨ )
ମୁଁ ଝୁରେ ତୋ ପାଇଁ
ତୁମେ ଝୁର ମୋ ପାଇଁ,
ସ୍ମୃତି ଫଗୁଣର ପହିଲି ପରଶ
ପ୍ରୀତି ଶ୍ରାବଣର ଅମାନିଆ ହସ। ( ୩ )
ସାଥି ତୁମେ ସ୍ପନ୍ଦନ ମୋ ଜୀବନର
ନାୟିକା ତୁମେ ମୋ ସ୍ୱପ୍ନର ନିଜର,
ନା ତୁମେ ଭୁଲି ପାରୁଛ ନା ମୁଁ ଭୁଲି ପାରୁଛି ମନ
କିଏ ଜାଣେ ଏଇ ରଙ୍ଗଭରା ଆମ ପ୍ରଣୟ ସପନ। ( ୪ )
ପ୍ରେମ ସୀମାହୀନ ନୀଳ ସାଗର
ଆମ ସମ୍ପର୍କ ସାତ ଜନ୍ମ ଜନ୍ମର,
ସାକ୍ଷୀ ଏଇ ମଥା ସିନ୍ଦୂର
ପ୍ରେମ ଆମ ଦୁଇଟି କଅଁଳ ହୃଦୟର। ( ୫ )
ତୁମେ ମୋର...
ମୁଁ ତୁମର... ( ୨ ଥର )-
ସୁନ୍ଦର ଚେହେରା କୁ ପସନ୍ଦ କରିବା ଟା ତ ପ୍ରେମ ନୁହଁ ନା??
ପ୍ରେମ ତ ସେଇଟା ଯେଉଁଠି ଭଲ ପାଉଥିବା ମଣିଷ ଜଣକ
ନିଜ ନଜରରେ ଦୁନିଆ ର ସବୁଠାରୁ ସୁନ୍ଦର ବ୍ୟକ୍ତି ହେଇଥାଏ
💕-