ସେ ଦିନ ରାତିରେ ମୁଁ ମୋ ରୁମ୍ ରେ ଶୋଇଥାଏ। ହଠାତ୍ ବର୍ଷା ଘଡ଼ ଘଡି ରେ ମୋ ନିଦ ଭାଙ୍ଗିଗଲା। ଶୋଇବି ବୋଲି ଚେଷ୍ଟା କରିବାରୁ ଯେତେ ଯାହା କଲେ ବି ରାତି ମୋତେ ଭାରି ଡର ଲାଗିଲା, ମୋ ବେଡ଼ ବି କେମିତି ହଲିଲା ଭଳି ଲାଗିଲା। ଜାଣି ପାରିଲିନି କଣ କରିବି..ସିଧା ମୋ ତକିଆ ଧରି ବାପା-ମା ରୁମ୍ କୁ ଯାଇ ମା ପାଖରେ ପହଞ୍ଚି ଗଲି...ମା କିଛି ପଚାରିଲାନି,ମୋ ପାଇଁ ଜାଗା ଛାଡ଼ି ଦେଇ ଘୁଞ୍ଚି କି ଶୋଇ ପଡ଼ିଲା ଆଉ ମୁଁ ତା ପାଖରେ ନିଶ୍ଚିନ୍ତ ରେ ଶୋଇ ପଡ଼ିଲି। ସେଇଟା ଥିଲା ମା ପାଖରେ ମୋ ଶେଷ ଶୋଇବା। ଆଜି ଖାଲି ଥକା ରେ ଶୋଇ ଯାଉଛି ହେଲେ ନିଶ୍ଚିନ୍ତ ରେ ନୁହେଁ।
© Rashmirekha Behera-
ଶଗର୍ବେ ଦିନ କୁହେ ରାତି କୁ:
ମୁଁ ଏକ ରଙ୍ଗୀନ ସ୍ବପ୍ନ ଆଉ
ତୁ କଣ?
କେବଳ ଏକ ଅନ୍ଧକାର!
ଜନ୍ମ ଯେମିତି ମୁଁ ସେମିତି
ଆଉ ତୁ କଣ?
ମୃତ୍ୟୁ ପରି ଅଲୋଡ଼ା?
ରାତି ହସି ଦେଇ କୁହେ:
ହୁଏ ତ ମୁଁ ମୃତ୍ୟୁ ପରି ଅଲୋଡ଼ା
ହେଲେ ତା ଭଳି ଚିର ସତ୍ୟ ମୁଁ
ହେଇ ପାରୁ ତୁ ଜନ୍ମ ପରି ସୁନ୍ଦର
କିନ୍ତୁ ନିତ୍ୟ ସତ୍ୟ ବି ନୁହେଁ ନା!
ହେଇ ପାରୁ ତୁ ସହରର କୋଳାହଳ
ହେଲେ ମୁଁ ହେଉଛି ଗାଁ ର ସେ ନିର୍ଜନତା
ହେଇପାରୁ ତୁ କାହାର ରଙ୍ଗୀନ ମିଥ୍ୟା ସ୍ବପ୍ନ
ହେଲେ ସାକ୍ଷୀ ମୁଁ ସେଇ ଭଗ୍ନ ସତ୍ୟ ର
ହେଇପାରୁ ତୁ ଏକ ସୁନ୍ଦର ରଙ୍ଗମଞ୍ଚ
ହେଲେ ମୁଁ...
ମୁଁ ହେଲି ଏକ ଆବାସ
ଯେଉଁଥିରେ ନା ଥାଏ ଛଳ,ନା ପ୍ରତାରଣା
ଥାଏ କେବଳ ନିଜସ୍ଵ ପରିଚୟ...
© Rashmirekha Behera-
ଏ ଶୁଣ...
କିଛି କଥା ଅଧା ରହି ଯାଇଥିଲା
ଆଉ କିଛି କହିବ କି?
ଜାଣେନି କାହିଁକି ଇଚ୍ଛା ହୁଏ
ତୁମ ସହ ସମୟ କାଟିବାକୁ
ଇଚ୍ଛା ହୁଏ ତୁମେ କହୁଥିବ
ଆଉ ମୁଁ ...
ଚୁପ୍ ଚାପ୍ ଶୁଣୁଥିବି
ଆଚ୍ଛା ଶୁଣ ନା!!
କିଛି ପଚାରିବି କି ତୁମକୁ?
ମନରେ ରହିଛି ଅସଂଖ୍ୟ ଅସମାହିତ ପ୍ରଶ୍ନ
ପାରିବ କି ଉତ୍ତର ଦେଇ?
ଜାଣେନି କାହିଁକି ତୁମେ ମୋତେ ନିଜର ଲାଗ
ମୁଁ କଣ ସେତିକି ଭଲ ଲାଗେ କି ତୁମକୁ?
ହଉ ବାବା ଶୁଣ...
କିଛି ମାଗି ପାରିବି କି ତୁମକୁ?
ଜାଣିଛି ମୁଁ କେବେ କେମିତି ଅଳି କରିଦିଏ ତୁମ ପାଖରେ
ଆଉ ତୁମେ??
ତୁମେ ବି ତ ମାନି ନିଅ ସବୁ ଅଝଟ
ଏମିତି ସବୁଦିନ କଣ ରହିପାରିବି କି ତୁମ ହୃଦୟ ରେ!!!
© Rashmirekha Behera
-
ଏ ଶୀତୁଆ ସକାଳ ର କାକର ମୁଁ
ରଖି ପାରିବ ତ ଏକ ସ୍ମୃତି ମୁଁ
ହଜେଇ ଦେଲେ ଗୋଟେ କାହାଣୀ ମୁଁ
ରୋକି ନପାରେ ଯାହାକୁ ଏ ଦୁନିଆଁ
ସେଇ ଏକ ବୁନ୍ଦା ଆଖିର ପାଣି ମୁଁ
ଏଇ ଅଜଣା ଦୁନିଆଁ ରେ ଏକୁଟିଆ ସ୍ବପ୍ନଟେ ମୁଁ
ପ୍ରଶ୍ନ ଠାରୁ ଅଲଗା ଛୋଟ ଉତ୍ତରଟେ ମୁଁ
ଯିଏ ନ ବୁଝିଛି ମୋତେ ତାଙ୍କ ପାଇଁ "କିଏ" ମୁଁ
ଯିଏ ପରଖିଛି ମୋତେ ତାଙ୍କ ପାଇଁ ଖୋଲା ବହିଟେ ମୁଁ
ଆଖିରେ ଦେଖିଲେ ଖୁସିରେ ପାଇବ
ହୃଦୟ ସହକାରେ ପଚାରିଲେ କଷ୍ଟର ବନ୍ୟାଟେ ମୁଁ
ରଖି ପାରିବ ତ ଏକ ସ୍ମୃତି ମୁଁ
ହଜେଇ ଦେଲେ ଗୋଟେ କାହାଣୀ ମୁଁ
କାହିଁକି ନା ...
ଏ ଶୀତୁଆ ସକାଳ ର କାକର ମୁଁ
- Rashmirekha Behera
-
କିଏ କାହାକୁ ହୃଦୟ ରେ ସ୍ଥାନ ଦିଏ?
ଗଛ ବି ଶୁଖିଲା ପତ୍ରକୁ ଝଡା ଦିଏ
ଖୁବ୍ ଜଣା ଏ ଦୁନିଆ ର ବିଧି ମୋତେ
କାମ ସରିଗଲେ ଭୁଲିଯା'ନ୍ତି ସମସ୍ତେ-
सब की असलियत से वाकिफ है हम
खामोश ज़रूर है
अंधे नहीं है हम
#don'ttryoversmart-
ଲୁହ ଜଣେଇ ଦିଏ,
କଷ୍ଟ ର ଗଭୀରତା କେତେ
ଗର୍ବ କହି ଦିଏ,
ପଇସା ର ମୋହ କେତେ
ଶିଷ୍ଟାଚାର କହିଦିଏ,
ପରିବାର କେମିତି
କଥା କହିଦିଏ,
ମଣିଷ କେମିତି
ଝଗଡ଼ା କହିଦିଏ,
ମୁର୍ଖ କେତେ
ଆଘାତ କହିଦିଏ,
ଧ୍ୟାନ କେତେ
ଆଉ.... ନଜର???
ନଜର କହି ଦିଏ
ଉଦ୍ଦେଶ୍ୟ କ'ଣ-