Motherland
-
ଗାଁର୍ ଗଉରେନ୍ ର ଜୀବନର୍ ଗୁଟେ ଘଟ୍'ନା
“ପଶ୍ଚିମ୍ ଓଡିଶାର୍ ଗୁଟେ ପରମ୍ପରା”
ପଢୁନ୍ ଅନୁଶୀର୍ଷକ୍ ନୁ....-
ସେ ରଜନୀ ର ନୀରବତାରେ
ଏ ହୃଦୟ ର ନୀରବତା କୁ
କେଉଁ ଗୋଟେ କୋଣରେ
ଦବିରହିଥିବା କୋହ
ଭାଙ୍ଗିଦେଇ ଯାଏ।
ବୋଧହୁଏ ଏ ନୀରବତା
ସେଥିପାଇଁ ଏତେ ଗଭୀର
ସେ ଯେଉଁ ରଙ୍ଗ ହୀନ ଲୁହ ର
କାହାଣୀ ଲୁଚାଏ !-
ବାର୍ ମାସେ ତେର ତିହାର୍,,,
ଆର୍ ସେ ତିହାର୍ ମାନକର୍ ଭିତରେ୍ ଆମର୍ ବଡଖା୍ ତିହାର୍ ହେଉଛେ "ନୂଆଖାଇ",,,
କେତେ ପୁର୍ ଷା୍ ନୁ ଇ ପରମ୍ପରାର୍ ମୂଲ୍ ହେଇଛେ ଯେ କହେବାର୍ ସହଜ୍ ନୂହେଁ,,ପୀଢି ଉତାରୁ ପୀଢି ଜତନେ ଇଟା ଉତରି ଆସିଛେ ।
ଗାଁ ଖୁଲି ମହକି ଗଲା ନ ଢେକି କୁଟାର୍ ଶବଦ୍ ଥିନ୍,,ଗାଁ ମାଁ ର୍ ଡକରା ନେ ଗହକି ମନେ ଫିରୁଛନ୍ ବାହାରେ ରହେଲା ପୋ ବହ,ଆର୍ ଗାଁ ଖୁଲି ନେ ଛୁଆ ପିଲା ଛଥର୍ ଲେଖେଁ ଇନୁ ସେନକେ ହେଇ ଟହଲି ବୁଲୁଛନ୍,,
ବହିଦାର କୁଟୁମ୍ ଆଡୁ ଆପଣ ମାନ କେ ନୂଆଁଖାଇ ର ଜୁହାର ,
ମାଁ ସମଲେଇ ନେ ସବ କର୍ ହସି ଖୁସି ଲାଗି କରୁଛେ ଗୁହାର,,,-
ମହକି ଉଠୁଛେ ମୋର ଜନମ ମାଏଟ ଆଏଜ
ଗହକି ଉଠୁଛେ ଗାଁ ଖୁଲି,,,,,,,,
ଜାହାକେ ଦେଖଵ ନୂଆଖାଇ ଜୁହାର
ସବୁଆଡେ ଶୁଭୁଛେ ହୁଲା ହୁଲି ।।।
ନୂଆଁ ଧାନର ନୂଆ ଚୁରା କୁରେ ପତରର ଦନା
ଇ ନୂଆଁଖାଇ ପରବ ସବୁଆଡେ ଜନାଶୁନା ।।।
ଚାଲ ଟିକେ ମାତିଯିମା ସେ ଡାଲଖାଇ ରସଲକେଳି ସୁରେ
ନୂଆଖାଇ ତିହାରକେ ମନାମା ହରସ ମନେ ।।।
-
ଜାଣିଛ! ଯେତେବେଳେ ଲାଗେ
ଏଠି କେହି ମୋ ମନ ର ଭାବନା
ବୁଝିବାକୁ ନାହାନ୍ତି ! ମୁଁ ଲେଖେ,
ମୋ ଭାବନା, ମୋ ଭୟ, ମୋ ଆକାଂକ୍ଷା
ନିଜକୁ ନିଜ ସାନ୍ତ୍ବନା ଦିଏ ।
ଆଉ ଯେବେ ଲେଖି ପାରେନି
ସେ ଅନନ୍ତ ଆକାଶକୁ ଚାହିଁ
ବର୍ଷା ର ବୁନ୍ଦା କୁ ଅପେକ୍ଷା କରେ
ମୋ ଆଖିରେ ଚାପି ରଖିଥିବା ଲୁହ କୁ,
ସ୍ବାଧୀନ କରିଦେବାକୁ !-
ସତରେ, ଜାଣି ହୁଏ ନା!
କେତେବେଳେ ସେ ସୂର୍ଯ୍ୟ ଚନ୍ଦ୍ର ହୋଇଯାଏ,
ସେ ଜୁଳୁଜୁଳିଆ ପୋକ ମାନେ
କେବେ ତାରା ହୋଇ ଯାଆନ୍ତି,
ରାତି ପାହି ସକାଳ ହୁଏ,
ଆଉ ଏହିପରି କେତେ ଯେ ଦିନ ବିତିଯାଏ!
ହଁ, ଏହି କଥା ସବୁ ମନକୁ ଆସେ
ବସ ଯାତ୍ରା କଲାବେଳେ,
ଗଛଲତା ସବୁକୁ ପଛରେ ପକାଇ
ନିଜ ଗନ୍ତବ୍ୟସ୍ଥଳୀ ଆଡକୁ ବଢିଲା ପରି,
ସମୟ କୁ ମଧ୍ୟ ପଛେ ପକାଇ
ଆଗେଇ ଯାଇଥାଏ ଜୀବନ!-