Swabhaba kabi Gangadhara Meher (Odia: ସ୍ୱଭାବକବି ଗଙ୍ଗାଧର ମେହେର) was a renowned Odia poet of the 19th century. Though poor in wealth and education, he remained one of the most prolific and original contributor to Odia literature.Today is his Death anniversary,
-
କବି ଗଙ୍ଗାଧର
***********
ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ,
ଚୈତନ୍ୟ,ସେବତୀ ଦେବୀଙ୍କର ସନ୍ତାନ ଭାବରେ,
ବରଗଡ଼ ସ୍ଥିତ ବରପାଲି ନାମ ଗ୍ରାମେ,
ଜନ୍ମ ହେଲେ ଜଣେ ଗଙ୍ଗାଧର ମେହେର ନାମେ,
ବାପା ଥିଲେ ବୁଣାକାର ମାଁ ଥିଲେ ଘରଣୀ,
ଅଳ୍ପ ଉପାର୍ଜନେ କଷ୍ଟସାଧ୍ୟ ଥିଲା ଘର ଚଳଣି,
ଉଚ୍ଚ ଶିକ୍ଷା ପାଇଲେନି ଗଙ୍ଗାଧର ସେଥିପାଇଁ,
ଭାବୁଥିଲେ ଲୋକ ତା’ର ଅଧିକ ଜ୍ଞାନ ନାହିଁ,
ହେଲେ ରୁଚି ଥିଲା ବାଲ୍ୟକାଳୁ ସାହିତ୍ୟରେ ତାଙ୍କର,
ଲେଖୁଥିଲେ କବିତା ଯୋଡ଼ି ଭିନ୍ନ ଶବ୍ଦ ଅଳଙ୍କାର,
ପରିଚୟ ମିଳିଲା ଦିନେ କବି ଗଙ୍ଗାଧର ନାମେ,
ରୀତି ଯୁଗ କବି ବୋଲି ପରିଚିତ ହେଲେ ଗ୍ରାମେ ଗ୍ରାମେ,
ଆଧାର କରି ପ୍ରକୃତିକୁ ଲେଖୁଥିଲେ ସେ କବିତା,
ତେଣୁ ପ୍ରକୃତି କବି ଭାବେ ସମ୍ମାନିତ ହେଲେ ସିଏ ଏକା,
ମାନବ ସ୍ୱଭାବକୁ ନେଇ ଲେଖିଲେ ଭିନ୍ନ କବିତା,
ତେଣୁ ସ୍ଵଭାବ କବି ବୋଲି ତାଙ୍କ ନା ଆଗରେ ଯାଏ ଲେଖା,
କାବ୍ୟ କବିତା ସଙ୍କଳନ କେତେଯେ ହୋଇଅଛି ଲେଖା,
ଅହଲ୍ୟା ସ୍ତବ, ରସ ରତ୍ନାକର ଠାରୁ ଆରମ୍ଭ ତାଙ୍କର ଲେଖା,
କାବ୍ୟ ଇନ୍ଦୁମତୀ ଆଧୁନିକ ଶୈଳୀରେ ହୋଇଛି ଲେଖା,
ସୁପ୍ରସିଦ୍ଧ କୀଚକ ବଧ ପୁଣି ତପସ୍ୱିନୀ ଇତିହାସର ଦୃଶ୍ୟ ଦେଖା,
ଅର୍ଘ୍ୟଥାଳି ସଙ୍କଳନର ଲୋକଙ୍କ ପ୍ରିୟ ଭକ୍ତି କବିତା,
ଅର୍ପଣରେ ସମର୍ପଣର ଲକ୍ଷଣ ହୋଇଅଛି ଜଗତକୁ ଦେଖା,
ତାଙ୍କ ରଚିତ ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର,
ପୁଣି ବସନ୍ତର ପତ୍ର, ନର ଓ ମୟୂର କବିତା ଲାଗେ ଶ୍ରୁତି ମଧୁର,
ବ୍ୟାଖ୍ୟା କଲେ ସରିବନି ତାଙ୍କ ରଚନାର ଗୁଣଗାନ,
ଅର୍ପଣ କରେ ତାଙ୍କ ପଦରଜେ ମୋହର ଅଶେଷ ସମ୍ମାନ ।-
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ
ସ୍ବଭାବ କବି ଗଙ୍ଗାଧର ,
ମାଁ ମାଟିର ତୁମେ ଯେ ଗର୍ବ,
ମାଁ ସରସ୍ବତୀଙ୍କ ବରପୁତ୍ର,
ଶ୍ରାବଣ ପୂର୍ଣ୍ଣିମା ରେ ଜନମି ଥିଲ,
ବରପାଲି ମାଟି ସେଦିନ ହୋଇଥିଲା ଧନ୍ୟ।
ପ୍ରଣୟ ବଲ୍ଲରୀ, ତପସ୍ଵିନୀ, କୀଚକବଧ,
ପ୍ରକୃତି କବି ଭାବେ ତୁମେ ହେଲ ପ୍ରସିଦ୍ଧ,। କେତେ କାବ୍ୟ, ମହାକାବ୍ୟ ଲେଖନୀ ତୁମର,
ସାହିତ୍ୟ ଜଗତରେ ରଚିଗଲା ଇତିହାସ ,
ଭାଷା, ଶବ୍ଦ,ଛନ୍ଦ, ଅଳଙ୍କାରରେ ସୁସଜ୍ଜିତ,
ତୁମରି ରଚିତ କାବ୍ୟକୃତି ରେ ହେଇଥିଲା ପୂର୍ଣ୍ଣ,
ଓଡ଼ିଆ ସାହିତ୍ୟ ଭଣ୍ଡାର,ଆହେ କବିବର,
ଧନ୍ୟ ତୁମେ ଆହେ ସ୍ବଭାବ କବି ଗଙ୍ଗାଧର ମେହେର,
ଆଜି ତୁମ ପୂଣ୍ୟ ଜନ୍ମତିଥି ରେ ଶ୍ରଦ୍ଧାପୂତ ଶତ ନମନ।
ଆଜି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୂଣ୍ୟ ଜନ୍ମତିଥି ରେ ସେଇ ମହାନ କବିଙ୍କୁ ଶତ ଶତ ନମନ।-
ପୁଣ୍ୟ ତିଥି ପୂର୍ଣ୍ଣିମା ଏ ଶ୍ରାବଣ ମାସର,
ଧରାପୃଷ୍ଠେ ଜନମିଲ କବି ଗଙ୍ଗାଧର ।
ସୃଷ୍ଟିକଲ ତପସ୍ଵିନୀ ରସ ରତ୍ନାକର,
ଅର୍ଘ୍ୟଥାଳି ପରି କେତେ କାବ୍ୟ ର ଭଣ୍ଡାର ।
ଆଙ୍କିଲା ପ୍ରକୃତି ତୁମ କଲମର ଗାର,
ରୀତିଯୁଗେ ବଖାଣିଲ ଖେଦ ଖଦ୍ୟୋତର ।
ସ୍ୱଭାବେ ରଚିଲ କବିତା ହେ ଗଙ୍ଗାଧର,
ତୁମ ଜନ୍ମ ତିଥିରେ ଘେନ ମୋ ନମସ୍କାର ।-
❖ ଗଙ୍ଗାଧର ❖
ପିତା ମାତାଙ୍କର ଏକ ମାତ୍ର ପୁତ୍ର
ନାମ ଅଟେ ତାଙ୍କର ଗଙ୍ଗାଧର
୧୮୬୨ ମସିହା ଅଗଷ୍ଟ ୯ ତାରିଖ
ଜନ୍ମ ନେଲେ ସେ ବରପାଲି ସହର....
ପଞ୍ଚମ ଶ୍ରେଣୀ ଯାଏ ସେ ପାଠ ପଢିଲେ
୨ ଟଙ୍କାରେ ସେ ପଞ୍ଚମ ଶ୍ରେଣୀ ସାରିଲେ
ସେ ସମୟ ଥିଲା ବାଲ୍ୟ ବିବାହ ର
ଗଙ୍ଗାଧର କରିଥିଲେ ସାନ୍ତାଙ୍କୁ ବିବାହ....
ସାତ ଟଙ୍କାରେ ଅମିନ ଚାକିରି ଗ୍ରହଣ କଲେ
କିଛି ବର୍ଷପରେ ଅବସର ଗଙ୍ଗାଧର ନେଲେ
ଚାକିରି ସମୟରେ ପଦ୍ମପୁର ଗଙ୍ଗାଧର ଆସିଥିଲେ
ପଦ୍ମପୁର ପାଇଁ କୃଷକ ସଙ୍ଗୀତ କବିତା ରଚନା କଲେ....
ସେ ଆମ ପାଖେ ନାହାନ୍ତି ସତ କିନ୍ତୁ
ସେ ଆମ ପାଇଁ ସବୁବେଳେ ଜୀବନ୍ତ
ସେ ପୁଣି ଆସି ପାରିବେ ନାହିଁ ସତ କିନ୍ତୁ
ତାଙ୍କ କାବ୍ୟକବିତା ରହିଥିବ ସଦା ଜୀବନ୍ତ
✍️ ଡୋଲେନ୍ଦ୍ର ସାହୁ-