ଏବେ ବି ବଞ୍ଚିଛି, ବୁନ୍ଦାଏ ରକ୍ତର ଜୀବନ,
ଶିରା,ଧମନୀରେ ବହୁଛି ବୁନ୍ଦା ବୁନ୍ଦା ରକ୍ତ,
ବହି ଚାଲିଛି ବଞ୍ଚିବାର ବାହାନା ନେଇ,
ପ୍ରାର୍ଥନାର ଶକ୍ତି ରେ ନିଜକୁ ଶକ୍ତ କରୁଛି,
କରୁଣ ବିଳାପ,ଆକୁଳ ଚିତ୍କାର ଶୁଭୁଛି,
ଆଉ କାହାର ଭାବି ନୀରବି ଯାଉଛି,
ବୁନ୍ଦା ବୁନ୍ଦା ରକ୍ତ ଧାର ଧାର ବହି ଚାଲିଛି,
ମାଟି ରୁଧିର ପରଶେ ଲାଲ ହୋଇଚାଲିଛି,
ସେ ରଙ୍ଗ କେବେ ଯେ ଲିଭିବ ନା ଲିଭିବନି,
ମାଟି ବି ଜାଣିନି, ଆକାଶ ବି ଜାଣିନାହିଁ,
ତଥାପି ବୁନ୍ଦାଏ ରକ୍ତର ଜୀବନ ବଞ୍ଚିଚାଲିଛି।
-
ନୂପୂରର ଧ୍ବନି ଏକ ସ୍ବର ତୋଳେ,
ଜୀବନ ର ସଙ୍ଗୀତର ଧୂନରେ,
ନବ ନବ ଛନ୍ଦରେ,ତାଳ,ଲୟରେ,
କଲମ ବି ନାଚିଯାଏ ତ ନୂପୂର ଧ୍ବନିରେ,
କବିତାକୁ ଏକ ନୂତନ ରୂପରେ,
ସଜାଇବାକୁ ତତ୍ପର ହୋଇଉଠେ।-
ଛନ୍ଦା ଚରଣରେ ବନ୍ଧା ନୂପୁର ଧ୍ବନି ରେ,
ଅଙ୍ଗେ ଅଙ୍ଗେ ଭାବ ର ପରିପ୍ରକାଶ ରେ,
ନୃତ୍ୟ ଛନ୍ଦ ତୋଳେ ସୁର,ତାଳ,ଲୟରେ
ନୃତ୍ୟ ର ତାଳେ ତାଳେ ଜୀବନ ହସୁଥାଏ।।-
ନିଃଶ୍ବାସ ଜୀବନକୁ ବାନ୍ଧି ରଖିଥାଏ,
ବନ୍ଧନ ଛିଣ୍ଡିଗଲେ, ଜୀବନକୁ ନିଃଶ୍ବାସ ଠୁଁ ମୁକ୍ତି ମିଳିଯାଏ।-
ପୃଥ୍ବୀ କ୍ଷଣ କ୍ଷଣକେ ଆନ,
ଖୋଜୁଛି ନିରନ୍ତର ଶାନ୍ତି ଏଇ ମନ,
ସ୍ବାର୍ଥ, ଅହଂ ଚରିତାର୍ଥେ କୁଟିଳ ଏ ମନ,
ଚାଲେ ଘରେ ବାହାରେ ଯୁଦ୍ଧ ଘମାସନ,
ପାପ,ପୂଣ୍ୟର ଶୋଚନା କରୁନାହିଁ ଏ ମନ,
ଶୁଆ କହେ ଶାରୀ ଲୋ,
ଧରିତ୍ରୀ କରୁଛି ରୋଦନ,
ସତେ କି ଏ ଯୁଗ ର ହେବ ଅବସାନ???-
ଫେରିଗଲା ବେଳେ ,
ରାଗ,ରୁଷା,ମାନ,ଅଭିମାନ,
ଗର୍ବ, ଅହଂକାର,ଧନ,ଜନ,
ସ୍ନେହ,ମମତାର ଫୁଲ ର ସମ୍ଭାର,
ସବୁ ପଛ କରିଦେଇ,ଏଇ ବାଟ ଦେଇ,
ସଭିଏଁ ଯାଆନ୍ତି ମୁଠାଏ ଶୂନ୍ୟତା ନେଇ।।-
कुछ खट्टी,कुछ मीठी,कुछ आंसू,कुछ हंसी,
आंचल में , समेट लिया है खुशी- खुशी।-
तेरी यादों को लेकर हवा के झोंके आयेगी,
इसीलिए याद की एक खिड़की खुली रह गयी।।-
ଶୁଷ୍କ ପତ୍ର ସମ ସମୟ ନଦୀର ସ୍ରୋତରେ,
ସ୍ମୃତି ହୋଇ ବେଳ,ଅବେଳରେ ମନେପଡେ,
ହେଲେ ହଜିଯାଇଥିବା ଅତୀତ ଆଉ ନ ଫେରେ,
ଅତୀତ ସୃତି ଖାଲି ଯାହା ହୃଦୟକୁ ମନ୍ଥୁଥାଏ।
-