◤ ଧୋକା ◢
ଏତେ ବଡ଼ ଦୁନିଆରେ
ମୁଁ ହୋଇ ଯାଇଛି ପୁରା ଏକା,
ଭଲ ପାଉଥିଲି ମନ ଦେଇ
ଦେଇ ଦେଲ ତମେ ଧୋକା....୧
ଦିନେ ନ ଦେଖିଲେ ମୋତେ
କାନ୍ଦୁଥିଲ ଫୋନ୍ କରି,
କାହିଁକି ତମେ ଏତେ ବଦଳି ଗଲ
ଅଧାବାଟେ ତମେ ମତେ ଛାଡ଼ି ଦେଲ....୨
ମିଛ କଥା କହି କହି
ଚାରି ବର୍ଷ କଟାଇ ଦେଲ,
କଣ କରିଥିଲି ମୁଁ ତୁମର
ମତେ ଏତେ ଦୁଃଖ କାହିଁ ଦେଲ....୩
କାଲି କହୁଥିଲ
ମୁଁ ତୁମରି ଆଖିର ତାରା,
ଆଜି କହୁଛ
ମୁଁ ହେଇ ଯାଇଛି ତୁମରି ପାଇଁ ଖରା....୪
ଗୋଲାପ ଫୁଲକୁ ଭଲ ପାଇଥିଲି
ନ ଦେଖି ତାର କଣ୍ଟା,
କଣ୍ଟା ଯେ ଏତେ ଆଘାତ ଦେଲା
ଝରି ପଡୁଛି ମୋ ଆଖିରୁ ରକ୍ତ ଧାରା....୫
ଆଜିର ଦିନ ମଧ୍ୟ
ସବୁ ଦିନ ପରି ସରିଗଲା
ଆଖିରୁ ଲୁହ ଝରି ଝରି
ତୁମରି ଛବି ମଧ୍ୟ ବହିଗଲା....୬
✍️ ଡୋଲେନ୍ଦ୍ର ସାହୁ-
❖ ଗଙ୍ଗାଧର ❖
ପିତା ମାତାଙ୍କର ଏକ ମାତ୍ର ପୁତ୍ର
ନାମ ଅଟେ ତାଙ୍କର ଗଙ୍ଗାଧର
୧୮୬୨ ମସିହା ଅଗଷ୍ଟ ୯ ତାରିଖ
ଜନ୍ମ ନେଲେ ସେ ବରପାଲି ସହର....
ପଞ୍ଚମ ଶ୍ରେଣୀ ଯାଏ ସେ ପାଠ ପଢିଲେ
୨ ଟଙ୍କାରେ ସେ ପଞ୍ଚମ ଶ୍ରେଣୀ ସାରିଲେ
ସେ ସମୟ ଥିଲା ବାଲ୍ୟ ବିବାହ ର
ଗଙ୍ଗାଧର କରିଥିଲେ ସାନ୍ତାଙ୍କୁ ବିବାହ....
ସାତ ଟଙ୍କାରେ ଅମିନ ଚାକିରି ଗ୍ରହଣ କଲେ
କିଛି ବର୍ଷପରେ ଅବସର ଗଙ୍ଗାଧର ନେଲେ
ଚାକିରି ସମୟରେ ପଦ୍ମପୁର ଗଙ୍ଗାଧର ଆସିଥିଲେ
ପଦ୍ମପୁର ପାଇଁ କୃଷକ ସଙ୍ଗୀତ କବିତା ରଚନା କଲେ....
ସେ ଆମ ପାଖେ ନାହାନ୍ତି ସତ କିନ୍ତୁ
ସେ ଆମ ପାଇଁ ସବୁବେଳେ ଜୀବନ୍ତ
ସେ ପୁଣି ଆସି ପାରିବେ ନାହିଁ ସତ କିନ୍ତୁ
ତାଙ୍କ କାବ୍ୟକବିତା ରହିଥିବ ସଦା ଜୀବନ୍ତ
✍️ ଡୋଲେନ୍ଦ୍ର ସାହୁ-
◤ ପ୍ରେମ ହେଇଗଲା ◢
ଏବେ କିଛି ଦିନ ହେଲା
କାହିଁକି ଯେ ମତେ ଭଲ ଲାଗୁନି,
ତୁମରୀ ସେ ହସୁ ଥିବା ଛବି ଯେ
ମୋ ମନରୁ କାହିଁକି ଯେ ଯାଉନି....
ଯୁଆଡ଼େ ଦେଖିଲେ ମୁଁ
ଦିଶୁଛି ତୁମରୀ ଛବି
ତୁମରୀ କଥା ଭାବି ଭାବି
ଲେଖୁଥାଏ ହେଇକି ମୁଁ କବି....
ମୋ ମନ କଥା ଯଦି
କହିବି ତମଠୁ ତମେ କଣ
ଭାବିବ ବୋଲି ଦରୁଥାଏ ମୁଁ
ରାତିରେ ଏହାକୁ ଭାବି ଭାବି
ଭଲ ତ ପାଉଛି ତମକୁ ମୋ ମନ ଭିତରୁ
କିନ୍ତୁ କହିବିନି କେବେ ତମଠୁ
ତମେ ଯେହାକୁ ଭଲ ପାଅନା କାହିଁକି
ପାଉଥିବି ସଦା ଭଲ ମୁଁ ତମକୁ....
✍️ ଡୋଲେନ୍ଦ୍ର ସାହୁ-
❖ ଜୀବନ୍ ସାଥି ❖
ମୋ ସ୍ୱପ୍ନରେ ଭରିଛି ପ୍ରିୟା
ତୁମରି ଛବି,
ମୋ ଦୁନିଆ ରେ ଆସିଛୁ ପ୍ରିୟ
ହୋଇ ମୋ ଜୀବନ୍ ସାଥି....
ମୋ ହୃଦୟରୁ ପ୍ରୀତିଭରା ଗୀତ
ଗାଉ ଥାଏ ପ୍ରିୟା ତୁମରି ପାଇଁ,
ମୋ ଜୀବନର ପ୍ରତି ମୁହୁର୍ତ୍ତ
କରିଦେଇ ଛି ପ୍ରିୟା ତୁମରି ପାଇଁ ....
ମୋ ଛାଇ ଯେମିତି ଚାଲେ
ମୋ ସାଥି ହୋଇ,
ତୁମରି ହୃଦୟ କୁ କରିଦେଇ ଛି
ମୋ ଛାଇ ର ସାଥି....
ମୋ ସାଥେ ତୁ ରହିଲେ ପ୍ରିୟା
ଯାଏଁ ସବୁ ଦୁଃଖ ଭୁଲି,
ଆସୁ ଯାହା ଦୁଃଖ କଷ୍ଟ
ରହିବୁ ପ୍ରିୟା ତୁ ମୋ ଜୀବନ୍ ସାଥି....
✍️ ଡୋଲେନ୍ଦ୍ର ସାହୁ-
◤ ପ୍ରେମ୍ ଦୁନିଆ ◢
ଜୀବନ୍ ଏତେ ଲମ୍ବା ବାଟ୍ ଯେ,
ଚାଲୁଛେ ମୁଇଁ ସତେ ଏକଲା ।
ଦିୱାନା ହେଇ କରି ଭଲ୍ ପାଉଥିଲି,
କାଏଁ ଯେ ଦେଲୁ ମୋତେ ତୁଇଁ ଧୋକା ।
ଦୁନିଆ ସ୍ୱାର୍ଥପର୍ ବୋଲି ଜାନିଥିଲି,
ତୁଇଁ ହାତ୍ ଛାଡି ଦେବୁ ବୋଲି ଭାବି ନାଇଁ ଥିଲି ।
ତୋର୍ ପ୍ରେମ୍ କରବାର୍ ଟା ସ୍ୱାର୍ଥପର୍,
ହେଇଥିବା ବୋଲି ମୁଇଁ କେଭେ ଭାବି ନି ଥିଲି ।
ପ୍ରେମ୍ ଦୁନିଆଁରେ ନାଇଁନ୍ ବୋଲି,
ତୁଇଁ ସାବିତ୍ କରି ଦେଲୁ ।
କାଏଁ ଦୋଷ୍ କରିଥିଲି ପାଗଳି,
ମୋର୍ ହାତ୍ ଛାଡ଼ି ଚାଲିଗଲୁ ।
ତୁଇଁ ସିନା ଛାଡ଼ି ଚାଲିଗଲୁ ମୋତେ,
ହେଲେ ଆଏଜ୍ ବି ମୋର୍ ଦିଲ୍ ଖୁଜୁଛେଁ ତତେ।
✍️ଡୋଲେନ୍ଦ୍ର ସାହୁ-
◤ ପ୍ରଥମ ଦେଖା ◢
ତୁମକୁ ଯେବେ ଦେଖିଲି ପ୍ରଥମେ
ଜାଣିପାରିଲି ପ୍ରେମ କୁ ସେଦିନେ
ନା ନିଜକୁ ରୋକି ପାରିଲି
ନା ତୁମକୁ କିଛି କହିପାରିଲି....
ମୋ ମନ କଥା ଯେବେ ତୁମାରି
ଆଗରେ କହିବାକୁ ଚାହିଁଲି
ଅନ୍ୟଜଣେ ଅଛି ତୁମରି ମନେ
ସେ ଦିନ ମୁଁ ଜାଣିବାକୁ ପାଇଲି....
ସେହି ଦିନ ଠୁ ପ୍ରେମ କୁ ଲୁଚେଇ
ରଖିଛି ତୁମ ଠୁ ବନ୍ଧୁତ୍ୱ ର ସମ୍ପର୍କ
ଯେତେ ବେଶୀ ତୁମକୁ ଜାଣୁଛି
ମୋ ପ୍ରେମ ତୁମରି ପାଇଁ ଆହୁରି ବଢୁଛି....
ଆଜିବି ମୁଁ ତୁମକୁ ଯେବେ ଦେଖେ
ମନରେ ଆସି ଯାଏ ଭାବନା ଟିଏ
ଏବଂ ସେହି ଭାବନା କୁ ମୁଁ
ଲେଖା ଦ୍ଵାରା କରିଦିଏ କବିତା ଟିଏ....
✍️ଡୋଲେନ୍ଦ୍ର ସାହୁ
-