विश्वास
विश्वास ना कर रे मानव
ये कपटी दुनिया के लोगों से
सामने सलामी पीछे चाकू चलादेंगे
खुद पे करो तुम विश्वास
त चांद सितारों चुमेगें क़दमे तेरी
हद से ज्यादा दूसरे पे करोगे विश्वास
त खुद को तुम खोदोगे-
।।। ବିଶ୍ୱାସ ।।।
ବିଶ୍ୱାସ,
ଏକ ସୂତା ଖିଅ ପରି,
ବାନ୍ଧି ଦିଏ,
ଗୋଟିଏ ମନରେ ଅନ୍ୟଟିକୁ ।
ବିଶ୍ୱାସ,
ସେଇ ମୃଦୁ ମଳୟ ପରି,
ଯାହା ଛୁଇଁ ଗଲେ,
ଆସେ ପରିତୃପ୍ତି ।
ବିଶ୍ୱାସ,
କେବେ ଚଗଲା ଫଗୁଣ ପରି,
କଳା-ଧଳା ଜୀବନରେ,
ବୋଳି ଦିଏ ରଙ୍ଗ ଅବିର ।
ବିଶ୍ୱାସ,
କେବେ ଶ୍ରାବଣ ର ବର୍ଷା ସାଜି,
ପଡିଆରେ ବି ଖେଳାଏ କୁସୁମ,
ଓଠ ଧାରେ ଆଙ୍କି ଦିଏ ହସ ଏକ ଉଷ୍ଣ ।
ବିଶ୍ୱାସ,
କେବେ ନିଶ୍ୱାସ ପରି,
ଆଙ୍କି ଦିଏ ଜୀବନ ରେଖା,
ଅବିରତ ଦିଏ ବଞ୍ଚିବାର ଆଶା ।-
ପ୍ରେମର ଅନ୍ୟ ନାମ ବିଶ୍ୱାସ,
ବନ୍ଧୁତ୍ୱର ଅତୁଟ ଜୋଡ ବିଶ୍ୱାସ,
ପରିବାରର ମୂଳଚେର ବିଶ୍ୱାସ,
ଜୀବନର ସତ୍ୟ ବିଶ୍ୱାସ ।-
ସେ ପଚାରିଲା ପ୍ରେମ ରେ ବିଶ୍ୱାସ କେତେ ଦରକାର ?
ମୁଁ କହିଲି ବଞ୍ଚିବା ପାଇଁ ନିଶ୍ୱାସ ଯେତେ ଦରକାର ପ୍ରେମରେ ବିଶ୍ୱାସ ବି ସେତେ ଦରକାର ।-
ସମ୍ପର୍କ ଚଢ଼େଇ ହେଲେ ବିଶ୍ୱାସ ତା' ପର,
ସମ୍ପର୍କ ଗଛ ହେଲେ ବିଶ୍ୱାସ ତା' ଚେର..
ସମ୍ପର୍କ ଘର ହେଲେ ବିଶ୍ୱାସ ତା' ଭିତ୍ତି,
ସମ୍ପର୍କ ଚାନ୍ଦ ହେଲେ ବିଶ୍ୱାସ ତା' ରାତି..-
କୁହଇ ଜଗନ୍ନାଥ ଦାସ
ମୂଳଟି ଅଟଇ ବିଶ୍ୱାସ ।
କୁହଇ ଏହି ପ୍ରମିତାପ
ଅନ୍ଧବିଶ୍ୱାସ ମହାପାପ ।
ବିଶ୍ୱାସ ମୂଳେ ସର୍ବସିଦ୍ଧି
ଲାଭ ହୁଅଇ କୋଟିନିଧି।
ଅନ୍ଧବିଶ୍ୱାସର ମହାମାରୀ
ପୀଡିତ ହୁଅନ୍ତି ସଂସାରୀ ।
ଶ୍ରଦ୍ଧାରୁ ଉତ୍ପତ୍ତି ବିଶ୍ୱାସ
ଈଶ୍ୱର ପ୍ରାପ୍ତିର ଆଭାସ ।
ମୁର୍ଖତା ଭିଆଏ ଅନ୍ଧବିଶ୍ୱାସ
ଅମୂଲ୍ୟ ମୁହୁର୍ତ୍ତ ର ନାଶ ।
-
ଘରର ଏରୁଣ୍ଡି ବଂଧରେ ହେଉ;
କି ରାସ୍ତା ରେ ଏକା ଚାଲୁ ଚାଲୁ;
ଝୁଣ୍ଟି ପଡିଲେ,
ଅନ୍ୟମନସ୍କ ଭାବେ ପାଟିରୁ ବାହାରି ଆସେ " ମା' "
ଏଇ ତ ବିଶ୍ୱାସ ତା' ଅଖଣ୍ଡ ନାରୀତ୍ୱ ଉପରେ ।।-
ପ୍ରୀତି ଭିଜା ରାତି,ଅଥୟ ଅଧରେ
ଅକୁହା ପ୍ରେମ ର ଆଵେଗ,
ଦେହ ର ସାହିତ୍ୟ,
ରଚନା କରୁଛି ନୂଆ ଏକ ଗଳ୍ପ ।
ଏକାନ୍ତ ଶରୀର, ନିଜେ ଆଜି ନୁହେଁ ମୁଁ ନିଜର,
ନୂଆ ଅନୁଭୂତି, ନୂଆ ନୂଆ ଲାଜ,
ବନ୍ଦୀନି ମୁଁ ,ତଥାପି ସତେଜ ଓ ଅଵାଧ,
ଆଜି ସୃଷ୍ଟି ର ବାସ୍ତବିକତା ସହ ହେଲି ପରିଚିତ।
ମୋ ଦୁନିଆ କୁ କରି ଦେଇ ପର,
ତା ଦୁନିଆ ର ଗଭୀରତା ରେ,
ମନ ତଳେ ଅଜଣା ଭୟ,
ହେଲେ ସବୁ ସହଜ ତୁ ଥିଲେ ସାଥିରେ ।
ସେଇ ନିଶ୍ୱାସ, ସେଇ ଵିଶ୍ଵାସ,
ସେଇ ତାର ମିଠା ସ୍ପର୍ଶ,
ବାଖ୍ୟା କରେ ତା ମନରେ ସାଇତା,
ଭଲ ପାଇଵାର ପ୍ରକୃତ ପରିଭାଷା।
କେତେ ଯେ ଦାୟିତ୍ୱ ଆଗାମୀ ଦିନରେ,
ତଥାପି ସମ୍ଭାଳି ନଵୁ ଧୈର୍ଯ୍ୟର ସହ,
ନୁହେଁ ମୁଁ ରାଜକନ୍ୟା ଆଜି,
ମାତ୍ର ରାଣୀ ତା ରାଜଉଆସ ର ।
-