ଏଇଠୁ ଆରମ୍ଭ ....ନୂଆ କାହାଣୀ
ସୁନିତା ରେଷ୍ଟୁରାଣ୍ଟ ରେ ଜିତେନ କୁ ଅପେକ୍ଷା କରିଥାଏ।
-ଆଉ କେତେ ସମୟ ଲାଗିବ ତୁମକୁ ପହଁଚିବାକୁ?
ନିଜେ କହିଥିଲ ଦେଖା କରିବାକୁ ,ଆଉ ତୁମର ହି ଡେରି ହଉଛି! ଟିକେ ଜଲଦି ଆସ- ସୁନିତା ଜିତେନ ସାଂଗେ କଥାହେଇ ଫୋନ ଟା ବ୍ୟାଗ୍ ରେ ରଖିଦେଲା।
ହଁ !ହଁ ! ଜଲଦି ଆସୁଛି,ଆଉ ଦଶ ମିନିଟ- ଜିତେନ ସୁନିତା କୁ ତରତର ରେ କହି ଫୋନ କୁ ରଖିଦେଲା।
(read in caption)
-
Thought creates words,
N words are sparkles,
Decorated in yourquote..... read more
ହେଉଥାଏ ପ୍ରବାହିତ,
କେତେ ଯେ ଲୁକାୟିତ ଭାବନା ର ସ୍ରୋତ ,
ଆଜି ୟୌର୍ କୋଟ୍ ର ମଂଚ ରେ,
ଖୋଜି ପାଇଛି ତାର ଉପକୂଳ!!
ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ !-
ପ୍ରତିଦିନ ର ବ୍ୟସ୍ତ ବିବରଣୀ ରୁ
କିଛି କ୍ଷଣ ଚୋରେଇ ନେଇକି,
ତଥାପି ମୁଁ ଲେଖେ!
ନ ଥିଲେ ବି କଲମ,ନ ଥିଲେ ବି କାଗଜ
ମନର ରଫ୍ ଖାତା ରେ,
ତଥାପି ମୁଁ ଲେଖେ!
ଦୁଇ ଧାଡି,
କିଛି ଟା ଅନୁଭୁତି ରୁ,କିଛି ଟା ଭାବନାରୁ॥-
ତୋ ଭଉଣୀ ତ ମୋ କଥା କିଛି ଶୁଣୁନି,ତୁ ତାକୁ ବୁଝା ଟିକେ,...-ଅଭିମାନ ରେ କୁନା କୁ କହି କହି ମାଆ ଭିତର ରୁମ କୁ ଚାଲିଗଲେ।
ମାଆ ତୁମେ ବ୍ୟସ୍ତ ହୁଅନି,ମୁଁ କଥା ହଉଛି ତା ସାଙ୍ଗେ-ହେଲେ ଗଲା କୁଆଡେ ସେ ବାୟାଣୀ?- କୁନା ମାଆକୁ ହସି କି ପଚାରିଲା।
ମୁଁ ଏଇଠି,ତୁମ ଦୁଇ ଜଣ ଙ୍କ କଥା ସରିଲା ନା ଆଉ ବାକି ଅଛି,କହିବ ଯଦି ସରିଲା ପରେ ଆସିବି- ହାତ ରେ ରାଖି ଆଉ ବନ୍ଦାଣ ଥାଳି ଧରି,ମୁଁହ ଫୁଲେଇ କି ଛିଡା ହେଇଗଲା ରୀମା।
(read in caption)
-
ରାକ୍ଷୀ....
ଏଇ ରାକ୍ଷୀ,
ସେନେହ ଓ ପ୍ରେମ ର ପ୍ରତୀକ,
ଭାଇ ଭଉଣୀ ର ମିଠା ସମ୍ପର୍କ ର ସାକ୍ଷି,
ଯୁଗ ଯୁଗରୁ ଲେଖା ଅଛି,
ଏ ପବିତ୍ର ବନ୍ଧନ ର କାହାଣୀ!!
ଆଜି ଶ୍ରାବଣ ମାସ ର ପୁର୍ନମୀ,
ହସିବ ଫସଲ,ହସିବ ପୁଣି କ୍ଷେତ,
ରାକ୍ଷୀ ସାଙ୍ଗେ ଆଜି ପରା ଗମ୍ହା ପୁନେଇ!!
ଖୁସି ର ସୁଅ କୁ ପୁଣି ଆଣିଛି ଫେରେଇ!!
ଶରଧା ମମତା ମୁଠାଏ ବୋଳି ,
ପଠେଇଚି ଭାଇ ତୁମ ପାଇଁ ରାଖି,
ବାନ୍ଧି ଦବ ହାତେ,
ଖୁସି ମନରେ ସବୁ ରାଗରୁଷା ଛାଡି!!
ଅଝଟ ହେଲେ କି ଭୁଲ୍ କିଛି କଲେ,
ଧରିବନି ମୋର ଦୋଷ,
ଆକଟ କର ବା ଅଭିମାନ କର,
ହେଲେ କରି ଦବନି କେବେ ପର!!
ତୁମ ସୁଖ ରେ ଯେ ଆମେ ହେଉ ଖୁସି,
କରିବନି କେବେ ମନ ଉଣା,
ଭଲରେ ଥାଅ,ଖୁସିରେ ଥାଅ,
ପ୍ରତି ମୁହୂର୍ତ୍ତ ରେ ମନାସଇ ତୁମ ଶୁଭକାମନା!!
ରକ୍ଷା କରିବ ମୋତେ ସବୁ ବିପଦ-ଆପଦୁ,
ବାନ୍ଧିଦେଲି ରାକ୍ଷୀ ର ଡୋରି,
ସବୁ ଜନମ ପାଇଁ ,ଏମିତି ଏ ସମ୍ପର୍କ ଥାଉ,
ଠାକୁର ଙ୍କୁ ନିତି କରୁଛି ମୁଁ ଗୁହାରି!!!-
ଓଡିଶା ର ଗର୍ବ,
ଚଳଚିତ୍ର ଜଗତ ର ମହାନାୟକ,
ଭୀଷ୍ମପିତାମହ ସିନେଜଗତ ର ତୁମେ,
ଚମତ୍କାର ଅଭିନୟ ରେ ତୁମ,
ଦର୍ଶକ ର ଅତି ପ୍ରିୟ!!
ତୁମ ବିୟୋଗ ରେ,
ଝୁରୁଛି ତୁମକୁ ଜନନୀ ମାଆ ଉତ୍କଳିନୀ,
ଲୁହ ଝରାଉଛି ଆଜି,ଅକାଳେ ଛାଡି ଚାଲିଗଲ ବୋଲି!
ତୁମ ଶୂନ୍ୟସ୍ଥାନ ହେବ ନାହିଁ ପୁରଣ,
ତୁମେ ଯେ ଏକା ତାର ନିରାଧାର!!
ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରୁଛି,
ଅମର ଆତ୍ମା ର ସଦଗତି ପାଇଁ!!
-
ମୁଁ ଆଉ ଶୂନ୍ୟତା....
କଥା ହେଲି ପଦେ ,
ଶୂନ୍ୟତା ରେ ଶୂନ୍ୟତା ସାଂଗରେ,
ପଚାରିଲି ତାକୁ,
କ'ଣ ତୋର ପରିଚୟ?
ମୁଁ ସବୁବେଳେ ତୋତେ ପାଇଛି ମୋ ପାଖରେ !!
(read in caption)
-
ଫେରି ପାରିବ କି ବହି ଯାଇଥିବା ଲୁହ ର ଧାର,
ଓଠ ର ମରୁଭୂମି ଛୁଇଁବା ଆଗରୁ!!
ଫେରି ପାରିବ କି ଅତୀତ ର ସେଇ ଅନ୍ଧାରିଆ ଫର୍ଦ
ଆଉଥରେ ସଜାଡି ଦିଅନ୍ତି ରାତି ସରିବା ଆଗରୁ!!
ଫେରି ଆସିବନି ଆଉ ଥରେ କେବେ ଚାଲିଗଲା ସମୟ,
ନୁହେଁ ପ୍ରତ୍ୟାବର୍ତ୍ତନ ,କେବଳ ପରିବର୍ତ୍ତନ - ଜୀବନ ର ଉଦ୍ଦେଶ୍ୟ!!-