#ସାହିତ୍ୟ_ସିନ୍ଧୁ
ମୁଁ ଆଜି
ବୁଡିଯାଏ
ସାହିତ୍ୟ ର ସିନ୍ଧୁ ମଧ୍ୟରେ
କାବ୍ୟ, କବିତା ର
ଅକାତ ଜଳ ରାଶି ରେ,
କିନ୍ତୁ
ପହଁରା ଜାଣେନି
ତଥାପି, ମୁଁ ବୁଡିଯିବାକୁ
ଚାହେଁ
ଏହା ର ଗଭୀରତା ରେ ।
© ଲିପିନ-
ଶ୍ରବଣେନ୍ଦ୍ରିୟର କୌତୁହଳେ ସତେ ନିଷ୍ପନ୍ନ
ସୃଜନପ୍ରସୂତ ହୋଇ ତୁମ ଲେଖନୀ ନିଃସ୍ଫୃହ,
କୋଟି ବର୍ଣ୍ଣାଢ୍ୟ ଲୀଳାର ଅମରାବତୀ
ଲୀନ ହୁଏ ପ୍ରାଣତନ୍ତ୍ରର ଉଦ୍ଵେଳିତ ପ୍ରସ୍ଫୁଟନ।
ହିରଣ୍ମୟୀ ଉଜ୍ଜାଗ୍ରତ ମଧ୍ୟେ ଅୟୁତ କନ୍ଦର୍ପ
କ୍ଳେଦାକ୍ତ କାୟାକୁଞ୍ଜର ସ୍ୱପ୍ନାବିଷ୍ଟତା ମୂର୍ଚ୍ଛନା,
ବନସ୍ପତିର ବପୁବନ୍ତ ଗୀତିର ଦୃଷ୍ଟି
ମ୍ଳାନ ହୋଇଯାଇଥାଏ କାରୁଣ୍ୟର ସମ୍ମୋହନ।
ପ୍ରଶାନ୍ତିର ଉନ୍ମୁଖତା ଉଚ୍ଚାରିତ ସ୍ମିତ ଶେଖର
ଦିବାନିଶୀଥ ଆତ୍ମନ ପ୍ରତ୍ୟୟ ବିନୋଦ ଚୈତ୍ର,
ଜୀବନ ମୁକୁର ମଧ୍ୟେ ମହିମ୍ନ ଅନୁଭୂତି
ସକଳ ଆକାଂକ୍ଷାର ବିବିଧତାର ସୁଖ ଚେତନ।
ରସାର୍ଦ୍ର ସୁନ୍ଦର ମନ୍ଦାକିନୀସମ ନିର୍ଝର ନିଖୁଣ
ନଭମଣ୍ଡଳର ସ୍ତବକିତ ଗୁଚ୍ଛର ଅଟ ପାରିଜାତ,
ରୂପସୀ ବେଦନାର ସଞ୍ଜୀବନୀ ତୁମେ
ପ୍ରସ୍ରବିତ ତୁମଠି ନିର୍ଝର ଏକାକୀ ଶାନ୍ତେ ବିଲୀନ।
-
ସୁପ୍ତ ଭାବନାର ଶଙ୍କିତ ଶୟନେ
ଉପନୀତ ତୁ ଆଜି ସ୍ଫୀତ ନୟନେ,
ସିତ ରାଜିସମ କୁସୁମ ତ୍ୟଜିଲ
ଉପଳର ଔଜ୍ଜ୍ୱଲ୍ୟେ ଦିଶ ପ୍ରଫୁଲ୍ଲ।
******************
ବଳ୍କୀୟ କାନ୍ତେ ମଣି ତୁମେ ଶୋଭା
ବୁକୁ ତୁମର ଆଜି ସତେ ସୂର୍ଯ୍ୟପ୍ରଭା,
ବର୍ତ୍ତୁଳାକାରେ ରଖିଲ ଜଗନ୍ମୋହନ
ବଙ୍କିମ ଆଢୁଆଳେ ତୋଳି ନିକେତନ।
-
ସାହିତ୍ୟ
ମୁଁ
ନିଶାଗ୍ରସ୍ତ ଆଜି ସାହିତ୍ୟ ନିଶାରେ
ଶବ୍ଦ ଗହଳିରେ ହଜି
ବାନ୍ଧିହୋଇଛି ତା ପ୍ରୀତି ବନ୍ଧନରେ
ତାହାରି ପ୍ରେମିକା ସାଜି
କେବେ କାରିଗର ,ମହା ବିନ୍ଧାଣି ମୁଁ
ଶବ୍ଦରେ ଖେଳେ ହୋଲି
ଲେଖାରେ ମୋହର ରଜର ମଉଜ
ଶବ୍ଦ ସେ ରଜର ଦୋଳି
ସାହିତ୍ୟ ର ରସ ପାନ ମୁଁ କରିଛି
ସୁନ୍ଦର ସେ ଅନୁଭୂତି
ତା ବିନା ଅନ୍ଧାର ଦଶ ଦିଗ ମୋର
ତା ବିନା କଟେନି ରାତି।।
ତା ବିନା କଟେନି ରାତି।।
-
ହୃଦୟର ଭାଷା ସମୁଦ୍ର ପାଲଟି
ଲହଡ଼ି ଆଣୁଛି ଅସରନ୍ତି
ତନୁ ମନ ସେଇ ଲହଡ଼ିରେ ହଜି
ପ୍ରତି ମୁହୂର୍ତ୍ତରେ ତୋତେ ହିଁ ଖୋଜନ୍ତି ।।
ତୁ କିନ୍ତୁ ଚାନ୍ଦ ଲୋ ପୂର୍ଣ୍ଣମୀର
ଆସିବୁ ଗୋଟିଏ ପକ୍ଷପରେ
ଢାଳିଦେଇ ଯିବୁ ପ୍ରେମର ଜ୍ୟୋସ୍ନା ତୁ
ବିରହ ବେଦନା ମାନସରେ ।।
ବେଦନା ବି କିଛି ଏଇମିତି
କୋହ ବଦଳରେ ଦିଏ ସୁଖ
ତ୍ୟାଗ ପୁଷ୍କରିଣୀ ହାତ ଠାରି ଡାକେ
ବୁଡାଇ ଦେଖାଏ ପ୍ରିୟା ମୁଖ ।।
ଭିଡ଼ି ନେଇ ଦଳ ଭିତରକୁ
କରିଦିଏ ମୋତେ ଗୋଟେ କଇଁ
ଚାନ୍ଦ ଆଡେ ମୋଡ଼ି ମୋ ମୁହଁକୁ
ଅପେକ୍ଷାର ମାଳା ଦିଏ ସେ ଧରାଇ ।।
କଇଁ ହେଲା ପରେ କିନ୍ତୁ ମିଳେ ଟିକେ ଖୁସି
ପ୍ରାପ୍ତିର ନୁହେଁ ସେ ଅପ୍ରାପ୍ତିର
ସାରା ବିଶ୍ବ ପାଇଁ ଝରେ ଯେଉଁ ଜ୍ୟୋସ୍ନା
ଛୁଇଁଯାଏ ତନୁ ସେ କଇଁର ।।-