ତଥାପି ଦ୍ଵନ୍ଦ
-------------
ବେଳ ବାରିବା ଭାରି କଷ୍ଟ ଏବେ
ମଣିଷ ଗୁଡା ଖୁବ ଅସହାୟ ଯେତେବେଳେ
ଅଧମ କୋଇଲି,ଗଙ୍ଗଶିଉଳିର କିବା ସାହସ।
କାଉ ରାବିଲେ ଅନ୍ଧାର ଫିଟେ
ନା ଗାଈ ଫେରିଲେ ସଂଜ ଆସେ
ଜାଣିବା ଭାରି ମୁସ୍କିଲ
ହସ୍ତକ୍ଷେପ କାହାର ଏ ବିବର୍ତ୍ତିତ ଅଧ୍ୟାୟରେ ଜଣାନାହିଁ
ତଥାପି ଭୋଗୁଛି ଏ ନିରବ ଆକାଶ।
ପତ୍ରଝଡା ପରେ ଲୁହ ଫେରେ
ନା ଲୁହ ଜମାଟ ବାନ୍ଧିଲେ ବର୍ଷା ଝରେ
ଅନୁରାଗ ଉଚ୍ଚାଟପଣରେ ଥାଏ
ନା ମୌନ ମୁହଁରେ ପ୍ରେମର ସଂଘ୍ୟା ସାଜେ
ଜାଣିବା ଭାରି ମୁସ୍କିଲ
ସ୍ବପ୍ନକୁ ସଜେଇ ଆଖି ହଜେ
ନା ଆଖି ଶୋଇଲେ ସ୍ୱପ୍ନ ଫସେ।
ତେବେ ତୁମେ କୁହ ଦେଖି
ଜହ୍ନ ଆସିବା ଆଳରେ ତୁମେ ହସ
ନା ତୁମେ ହସିଲେ ହିଁ ଜହ୍ନ ଦିଶେ।
ବେଳ ବାରିବା ଭାରି କଷ୍ଟ ଏବେ
ତେବେ କଥା ଆଉ ଆଗକୁ ଥାଉ
ବେଳକୁ କାଳର ସହି କରି
ବା କାଳକୁ ବେଳର ପାଖେ ଥୋଇ
ମୁସ୍କିଲ କୁ ଟିକେ ପାଖେଇ ସାଉଁଟି
ପହଁରୁ ଥାଉ ସବୁ ହେଇ ଫେଣ୍ଟାଫେଣ୍ଟି....
-ରଶ୍ମି..
-
ମନ ଖୋଲି କାନ୍ଦିପାରୁନି
ମାପି ପାରୁନି ବୋଲି
ଆମ ଭିତରର ଦୂରତ୍ୱକୁ ,
ସେଇ ଦୂରତ୍ୱକୁ କଜଳ କରି ପିନ୍ଧିଛି
ପାଇବି ବୋଲି ନିକଟରେ ତୁମକୁ ।।
-
ଆଜି ସୋମବାର ମହାଦେବଙ୍କ ବାର
ଚାଲ ଯିବା ଆମେ ଶିବ ମନ୍ଦିର
ବାବାଙ୍କ ପାଖେ ଗୁହାରି କରିବା
କୋରୋନାକୁ ଆମେ ପରା ରୋକିବା ।
ବାବା ଯଦି ଆମ ସାହା ହୋଇବେ
ସବୁ ବିପଦରୁ ରକ୍ଷା କରିବେ
ବାବାଙ୍କ ପାଖେ ଆମ ଏତିକି ଅଳି
କୋରୋନା ମହାମାରୀ ଯାଉତ ଟଳି ।
ମହାଦେବ ହେ ତୁମେ ରକ୍ଷା କରହେ
ସବୁବେଳେ ବିଶ୍ୱକୁ ସହାୟ ହୁଅଏ ।
-
ହେ ପାର୍ବତୀ ପତି କହି ନାଇ ପାରେ କେହି ତୁମର କୀର୍ତ୍ତି
ଜଗତ୍ ର ଉଦ୍ଧାର୍ ଲାଗିର୍ ତୁମର୍ ସୃଷ୍ଟି
ତୁମର୍ କରୁନା ସବ୍ କର୍ ଉପରେ ସବୁବେଳେ ଥାଉ
ତୁମର ନା ଧରି ଧରି ଜୀବନ୍ ଟା ତରି ଯାଉ
ଓଁ ନମଃ ଶିବାୟ 🙏-
ଆଜିତ ବାହାଘର ମୋର ପ୍ରଭୁଙ୍କର
ହିମାଳୟ ହେଉଛି ପରା ତାଙ୍କ ଘର
ବାଜାରୋଷଣିରେ କମ୍ପୁଛି ପରାତ ପୃଥିବୀ
ବରଯାତ୍ରୀରେ ଅଛନ୍ତି ସ୍ବର୍ଗ ଦେବାଦେବୀ ।
ପ୍ରସେଶନ ଆସୁଛି ଯେତେ ତ ପାଖେଇ
ବାଜାରୋଷଣି ଶୁଭୁଛି ସେତେ ଢାଇଢାଇ
ଏମିତିକା ବାହାଘର ଦେଖିନାହିଁ କେହି
ଘଣ୍ଟଘଣ୍ଟା ମହୁରୀର ଶବଦ ଯେ ହୁଅଇ।
କନ୍ୟା ହୋଇ ବସିଛନ୍ତି ମାତା ଯେ ପାର୍ବତୀ
ଭାବୁଛନ୍ତି କେବେପଡ଼ିବ ତାଙ୍କ ହାତ ଗଣ୍ଠି
ବରହୋଇ ଆସନ୍ତି ଯେ ଈଶ୍ୱର ଠାକୁର
ପାର୍ବତୀଙ୍କୁ ବାହାହୋଇ ନେବେ ତାଙ୍କ ଘର ।
-