ମାଆଁର ନାଁ ଟା ବଡା ମଧୁର୍
ଡାକି ଦେଲେ ହୋ ଥରେ
ଜାଗା ଜାନି ପୂଜା ପାଏସି
ପୁରେ ପୁରେ ଘରେ ଘରେ
— % &-
ଭାରତ ମାଆର ,ବୀର ପୁତ୍ର ତୁମେ
କେହି ହେବେ ନାହିଁ ,ତୁମ ସରି
ତୁମରି ମହିମା, ଗୁଣ ଗାରିମା
ଜଗତେ ଅଛି ବିସ୍ତାରି
ଭାରତର ତିନି ସେନାରୁ ଗୋଟିଏ
ଅଟେ ସେ ତ ସ୍ଥଳ ସେନା
ଏହି ଦିବସରେ ସମସ୍ତଙ୍କୁ ମୁଁହି
ଜଣାଉଛି ଶୁଭ କାମନା
ଲତିକା ଭୋଇ-
ଗୁରୁ ମୋର ପୂଜ୍ୟ
ଆରାଧ୍ୟ ଦେବତା
ଗୁରୁ ବିନା ବିଦ୍ୟା
ନ ମିଳେ ଅନ୍ୟଥା !!
ଅଜ୍ଞାନ ଅନ୍ଧକାର
କରି ଦୂରିଭୂତ
ଆଲୋକର ପଥ
କରନ୍ତି ପରିଷ୍କୃତ !!
ଗୁରୁ ଉପଦେଶ ଅଟେ
ଅମୃତ ସମାନ
କି ଗୁଣ ଗାଇବି ତୁମେ
ସ୍ଵୟଂ ପ୍ରଭୁ ଭଗବାନ !!
ତୁମ୍ଭରି ଆଶିଷ ବଳେ
ଆଲୋକର ଧାରା
ଝରଝର ଝରି ଯାଏ
ଦେଇ ଶାନ୍ତି ର ପସରା !!
ଗଢ଼ିଥାଅ ଗୁରୁ ତୁମେ
ମଣିଷ କାରଖାନା
ତୁମରି ଆଶିଷ ବିନା
ସୁଫଳ ମିଲେନା !!
ଯେତେ ଦିନ ଯାଏ ସୂର୍ଯ୍ୟ ଚନ୍ଦ୍ର ଥିବେ
ସର୍ବୋଚ୍ଚ ଆସନେ ଗୁରୁ ପୂଜା ପାଉଥିବେ !!
ଗୁରୁ ତୁମେ ଅସରନ୍ତି ଜ୍ଞାନର ଭଣ୍ଡାର
ଆଶିର୍ବାଦ ଦେଉଥିବ
ହେ ମୋର ଚଳନ୍ତି ଠାକୁର !!-
ଉଠଲା ଖଟୁ ତୋର ନା ମା ଧର୍'ଲେ
ଶୁଭେ ଦିନ ମୋର୍ ଯାଏସି ବିତି
ଗରବ୍ ଅହଙ୍କାର୍ ଦୂର୍ କରି
ଦେଖାସୁ ମାଁ ଆଲୋକର ବତୀ
-
ଆଜିର ଶୁଭର ଦିନେ
ଫିରିଥିଲ ପ୍ରଭୁ ଅଯୋଧ୍ୟା ଧାମେ
ପୁରେ ପୁରେ ଘରେ ଘରେ
ଦୀପ ଜଲାସନ ତୁମର ଆଗମନେ-
ଦୁଃଖର ସାଗର କେ ହରି
ସୁଖ ଦେବୁ ଗୋ ମା ଭରି
ନାଇ ଜାନି ତୋର ପୂଜାର ବିଧି
ଗ୍ରହନ କର୍ ମା ମୋର ମନର ଭକ୍ତି-
ଆଦିଶକ୍ତି ସ୍ୱରୁପିନି ତୁଇ ମା ଭବାନୀ
ବିପଦେ ଆପଦେ ସାହା ଏକା ତୁଇ
ସଂସାରର ସାଗର ନୁ ଉଦ୍ଧାରି ଗୋ ତୁଇ
ଖୁସିର ଲହର ବାଟୁଥିବୁ ମାଁ ମୋର୍ ସମଲେଇ-
ଦଶରା ମାସର୍ ଉଜଲ୍ ପକ୍ଷେ
ଦିନ୍ ସପ୍ତମୀ ଅଷ୍ଟମୀ ତିଥୀ
ରାଏଜ ଜାନି ପୂଜା କରସନ୍
ମାନି ସବୁ ରୀତିନୀତି l
ଦୁର୍ଗତି ନାଶିନି ମହିଶା ମରଦ୍ଧିନି
ନାମେ ପୂଜାକରି ନୀତି
ଭାଇ ର ନାମେ ଉପାସ କର୍ଶି
ବହେନ୍ ଦେଇ ମନର ଶ୍ରଦ୍ଧାଭକ୍ତି l
ଭାଇ ର୍ ଲମ୍ବା ଆୟୁଷ ଲାଗି
ବହେନ କର୍ସି ମାଁ ନ ଗୁହାରି
ଆଶିଷ ର ଢାଲ ଢାଳି ଗୋ ମାଁ
ବଢ଼ାଉ ଥିବୁ ତୋର ଯଶର୍ କୀର୍ତ୍ତି l
-