ପଢନ୍ତୁ ଅନୁଶୀର୍ଷକରେ...
-
ଆଜି ଏ ଜହ୍ନକୁ ମୁଁ କିଛି ମାଗିବିନି।
ମାଗିବି ତ କେବଳ ତୁମକୁ...!!!!
ତମେ ସେ ଜହ୍ନଠୁ ବି କଉଁ କମ୍ କି...???
🤔😍😍
-
ତୁମ ଅନୁପସ୍ଥିତି ହିଁ ଲୋକମାନଙ୍କୁ ସୁଯୋଗ ଦେଇଥାଏ ତୁମ ବିଷୟରେ କିଛି କହିବା ପାଇଁ ।
ସେଥିପାଇଁ ସବୁବେଳେ ସବୁ ପରିସ୍ଥିତିରେ ଉପସ୍ଥିତ ରହିବାକୁ ଚେଷ୍ଟା କର।
ନହେଲେ ସବୁ ସମୟରେ ଅଧର୍ଯ୍ୟ ହେଇ ଭୁଲ୍ ନିଷ୍ପତ୍ତି ନେଇଗଲେ ତମେ ହିଁ ଭୁଲ୍ ବୋଲି ଦୁନିଆ ଆଖିରେ ପ୍ରମାଣିତ ହୋଇଯିବ।-
ସବୁ ଥିଲା ଚିରାଚରିତ ଢଙ୍ଗରେ !
ନୂଆ କରି ଗଢି ତୋଳିବା
କିଛି ବି ଆବଶ୍ୟକ ନଥିଲା
ସେ ଅଜଣା ଇଲାକାର ଲୋକ ମାନଙ୍କ ପାଇଁ ।
ନୂଆ ଗଢାଯାଏ ବର୍ତ୍ତମାନ ଆଉ ଭବିଷ୍ୟତ ପାଇଁ ଏକ ମାଇଲଖୁଣ୍ଟ ସାଜିବାକୁ ।
ହେଲେ ସେ ମାଇଲଖୁଣ୍ଟକୁ ଯଦି କିଏ ଜାଣି ଜାଣି ଭାଙ୍ଗୁଥାଏ ବର୍ତ୍ତମାନରୁ ତାହେଲେ ତମେ ନୂଆ ଗଢିବାର ଆବଶ୍ୟକତା କେଉଁଠି ରହିଲା ?
-
କୁହୁଡି ର କଅଁଳ ଶୀତ
ସକାଳ ନଆସିଲେ ବି
ତୁ ଶୋଇରହୁ କମ୍ବଳ ବିଛେଇ ।
ଶୀତର ଲହରୀ ତତେ ଚାହେଁ ଜାବୁଡ଼ି ଧରିବାକୁ ।
ତୁ କିଆଁ ଡରୁଛୁ ପ୍ରବଳ ପ୍ରତାପି ଶୀତକୁ ।
ଏ ଶୀତ ତତେ ଛୁଇଁବା ପାଇଁ ତ ରାତିରୁ ଜନ୍ମ ନେଇଛି !!!!-
ଇର୍ଷା ର ଗଣ୍ଠିଲି ଛାଡି ଟିକେ ତ ଚାଲିବା ଶିଖ,,,,
ଦେଖିବ ସତରେ ତୁମକୁ ଭାରି ଶାନ୍ତି ଲାଗିବ.. ..-
ଏ ଜୀବନ ବିତିଯାଉ .......... ❤️
ଜୀବନ ଆରମ୍ଭ ହୁଏ ହସ,ଖୁସି ସହ
ଥାଏ କେତେ ରାଗ,ରୁଷା,ଅଭିମାନ,
କେବେକେବେ ସାହାରା ଲୋଡ଼ା ହୁଏ
ଯୋଡିବାକୁ ଇଛା ହୁଏ ସୁନା ସପନ ll
ଜୀବନ ଆସିଥାଏ ସାତ ରଙ୍ଗ କୁ ନେଇ
ମନରେ ଭରେ କେତେ ଅସୁମାରୀ ଆଶା,
ଖୁସି ଆସିଲେ ମୁହଁ ରେ ଫୁଟିଯାଏ ହସ
ହୃଦୟ ଭିତରେ ପ୍ରେମ କରିନିଏ ବସା ll
ଜୀବନ ର ଥାଳି ପୂର୍ଣ୍ଣ ହୁଏ ଯେବେ
ଯଦି କଥା ରେ ଥାଏ ମିଠା ଭାବନା,
ବିଶ୍ୱାସ ମନ୍ଦିର କୁ ତୋଳିଦେଲେ ମନେ
କିଛିଦିନ ବଂଚିବା ପାଇଁ ମିଳେ ବାହାନା ll
ଜୀବନ ଟା ଲାଗେ ଭାରି ମିଠା ମିଠା
ହେଲେ କିଏ ଆମ ଦୁଃଖ ରେ ଦୁଃଖୀ ,
ଜିତିବା ବେଶୀ ଦୂର ଲାଗେ ନାହିଁ ଜମା
ମନ ରେ ଧର୍ଯ୍ୟ କୁ ରଖିଲେ ବାକି ll
ଜୀବନ ଟା ଲାଗେ ରଙ୍ଗୀନ ସପନ
ଖୁସି ଲାଗେ ଅଛି ହାତ ମୁଠାରେ,
ଏ ତୁଣ୍ଡ ହରି ନାମ ଜପୁଥାଉ ସଦା
ଶାନ୍ତି ବାସ କରୁ ହୃଦ ର ମନ୍ଦିରେ ll
-
*ଆଜି ବି ସେ ଚୁପ୍ ପାଲଟିଯାଇଛି,ଆଉ ନିଜକୁ ଅନୁତାପ ନିଆଁ ରେ ଜଳେଇ ଜଳେଇ ଖାଲି ଯାହା ଅପେକ୍ଷା,ସମ୍ପର୍କ କୁ ମୁଠାଏ ପାଉଁଶ ରେ ପରିଣତ କରିବା ପାଇଁ ,,
-କଥା କୁହା ଓଠ ପାଲଟିଯାଇଛି ମୁକ,
ଫିକା ପଡିଗଲା ନିବିଡ଼ ଥିବା ସମ୍ପର୍କ ll
ପବିତ୍ର ସମ୍ପର୍କ ହେଲା ମୁଠାଏ ପାଉଁଶ,
ଦାୟୀ ହୋଇରହିଗଲେ କିଛି ଅବିଶ୍ୱାସ ll
*ଆଜି ବି ସେ ପଥର ପାଲଟିଯାଇଛି,ଆଉ ଧର୍ଯ୍ୟ ର ପରୀକ୍ଷା ରେ ହାରି ହାରି,ନିଜ ଜୀବନ କୁ ଧିକ୍କାର କରିବା ରେ ସେ ଯେମିତି ଆପ୍ରାଣଉଦ୍ୟମ କରିଚାଲିଛି ,,
-ହୃଦୟ କୁ ସେ କରିଛି ପଥର ସମାନ,
ସହି ସହି ନିଜ ପାଖେ ଯାଇଛି ହାରି ll
ବଂଚିବା ତାହା ପାଇଁ କାଠିକର ପାଠ,
ନିଜ ଖୁସି କୁ ଜଳାଞ୍ଜଳି ଦେଇଛି କରି ll
-
ହାତେ ମାପି ଧନ ଚାଖଣ୍ଡେ ଚାଲୁଥା,,
ଏ ଦୁନିଆ ଟା ପରା ବଡ଼ ସ୍ୱାର୍ଥପର..
କିଏ କେତେବେଳେ ମାରିଦେବ ଚୋଟ,,
ଏ କଥା ଭାବି ବାବୁ ଲାଗୁଛିରେ ଡର..-
🌈 ଆଲୋକ ର ଶିଖା,,, ଶିକ୍ଷା 🌈
💜❤️💜❤️💜❤️💜❤️💜
ଶିକ୍ଷା ଯେ ଆମ ଆଲୋକ ର ଦୀପ
ଆଲୋକ ନଥିଲେ ଆମେ ଅନ୍ଧ ସ୍ୱରୂପ
ଅନ୍ଧ କୁ ଭରସା ପରା ତାହାର ବାଡ଼ି
ଶିକ୍ଷା କରିପାରେ ଉତ୍ତମ ଭାବେ ଗଢି ll
ଶିକ୍ଷାରେ ଶିକ୍ଷାରେ ଆମ ଜୀବନ ଯାଉ
ଗୁରୁ ମୋର କୁହନ୍ତି ସଦା ଉତ୍ତମ ହେଉ
ଜାଣେନା ଭାଗ୍ୟେ ସୁଖ ଅଛି ବା ଦୁଃଖ
ଜାଣେ ଗୁରୁ ଆଶୀର୍ବାଦେ ମିଳେ ଯେ ସୁଖ ll
ମିସ୍ତ୍ରୀ ଟିଏ ଗଢେ ପରା ଘର କୁ ନିଜର
ଶିକ୍ଷା କିନ୍ତୁ ଗଢିଦିଏ ଭାଗ୍ୟ କୁ ଆମର
କଥା ରେ ଅଛି,ଘର କୁ ସୁନ୍ଦର ପାଠୁଆ ପୁଅ
ଦେଶ କୁ ସୁନ୍ଦର ଆମ ପାଠୋଈ ଝିଅ
ମୋ ଦେଶ ଭାରତ କୁ ମୋ ଜାତି ଓଡ଼ିଆ
ତେଣୁ ମୁଁ ଭାବେ ମୋ ଶିକ୍ଷା ଭାରି ବଢିଆ ll
ଶିକ୍ଷା ମାନେ ତାହା ନୁହେଁ ଖାତା ଆଉ କଲମ
ଅନ୍ଧାର କୁ ଦୂର କରି ଗଢେ କରି ଉତ୍ତମ
ଶିକ୍ଷା ରେ ନଥlଏ ଭାବ ବଡ଼ ଆଉ ଛୋଟ
ପଙ୍କ ରୁ ପଦ୍ମ କୁ ସିଏ କରିଥାଏ ଜାତ ll
💜❤️💜❤️💜❤️💜❤️💜❤️💜
-