ସମ୍ପୂର୍ଣ୍ଣ କବିତାଟି ଅନୁଶୀର୍ଷକରେ....
-
କିଏ କହିଲା ମୁଁ କିଛି କ୍ଷଣର ତୁମ ସାଥି ବୋଲି,
ଆସିଛି ଯେବେ ଯିବିନି କେବେ ଜୀବନରୁ ବୋଲି,
କରିଛି ପଣ କିଆଁ ଅଳ୍ପ କଥାରେ ଅଭିମାନ ତୁମର?
ହୋଇ ପାରେ ସର୍ବଦା ରହି ନ ପାରେ ସଙ୍ଗତ ତୁମର,
ତଥାପି ବନ୍ଧୁତ୍ୱ ନୁହଁ ମୋର କ୍ଷଣ ଭଙ୍ଗୁର....
-
ଆଗୋ ପ୍ରିୟତମ
ସେଦିନର ସେହି ମଲ୍ଲୀ ମାଳ
ଆଜି ବି ସାଇତା ଅଛି
ମୋ ହୃଦୟର ନିବୁଜ କୋଠରୀରେ;
ତୁମେ ସିନା ଥଟ୍ଟା କରୁଥିଲ!
ମୁଁ କିନ୍ତୁ ଯାଇଥଲି ଭାସି
ତୁମକୁ ପାଇବାର ଆଶା ନେଇ
ମୋ ଭାବନାର ନଦୀ ମଧ୍ୟରେ।
ଏ ମନରେ ତୁମେ
ବାନ୍ଧି ଦେଇଥିଲ ଆସି ଯେବେ
ତୁମ ପାଇଁ ଭଲ ପାଇବାର ଡୋର;
କିପରି ଦେଇ ନଥାନ୍ତି କୁହ
ତୁମକୁ ମୋ ଶଙ୍ଖା ସିନ୍ଦୂରର ଅଧିକାର!!
ଯେବେ ଆରମ୍ଭୁ ମାନି ନେଇଥିଲି
ତୁମକୁ ମୋର ପ୍ରିୟବର।
ତୁମ ସହ ମୋର ସମ୍ପର୍କ
ଅଟେ ସଖା ଜନ୍ମ ଜନ୍ମାନ୍ତର;
ପ୍ରତିଜ୍ଞା କରୁଛି ସାଥେ ଚାଲୁଥିବି
ଆସୁ ଯେତେ ବାଧା ବିଘ୍ନ ଅବା
ଜୀବନର ଶେଷ ମଧ୍ୟାହ୍ନରେ ମୋର।-
मैंने अपने दिल से पूछा,
तू इतनी जोर से धड़कता क्यों है?
वो मुझे जवाब देता है कि;
उसे तुमसे प्यार होने लगा है..!!
I asked my heart,
Why are you throbbing so hard?
It answers me that;
It has started loving you ..!!-
ତୁମେ କହିବା ଆଗରୁ
ବୁଝି ନେଇଛି ମନ କଥା ତୁମର
ତୁମେ ଝୁମୁକା ହୋଇ ଛୁଇଁବା ଆଗରୁ
ପାଇ ସାରିଛି ସ୍ପର୍ଶ ତୁମର
ତୁମକୁ ନ ଦେଖି ବି
ଦେଖି ସାରିଛି ଏଇ ନୟନ ମୋହର
ଅଦୃଶ୍ୟ ପ୍ରେମ ପରଶେ
ହଜିଛି ଏବେ ମନ ମୋହର
Nihar✍️
-
ସ୍ମୃତି ସବୁ ଆଜି ଖୋକା ଭାଇ ଗୀତ ପରି
ମନ ଆକାଶ ବାଣୀ ର ଅଭୁଲା କିମ୍ବଦନ୍ତୀ,
କେବେ ସେ ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ
ତ କେବେ ପୁଣି ଅସଜଡ଼ା ସ୍ବପ୍ନ ଅସରନ୍ତି..!!
କେବେ ସାଜେ ସେ ଶାମୁକା -
ଆଉ ଘୁରି ବୁଲେ ସ୍ବପ୍ନ ସାଗରର ତଟ ପ୍ରଦେଶରେ,
ପୁଣି କେବେ ସେ ସାଜେ ଚିଠିଟିଏ
ଉଡ଼ିବାକୁ ଟିକି ଚଢ଼େଇର ଡେଣା ଝାଡ଼ି ମୁକ୍ତ ଗଗନରେ..!!
କେବେ ନିଜକୁ ସେ ଖୋଜି ବସେ -
ଏଇ ପାହାଡ଼ ଆଉ ବନଲତା ଘେର ଭିତରେ,
କେବେ ପୁଣି ଖୋଜେ ନିଜ ପରିଚୟ
ସତର ବରଷ ଝିଅର ଅପରୂପ ଯୌବନ ଭିତରେ..!!
କେବେ ଥରୁଟିଏ ତୁମେ ସ୍ମୃତିରେଖା ସାଜି
ଟାଣି ଦିଅନ୍ତନି ରେଖାଟିଏ ମୋର ଏ ମନ ବଳୟରେ?
ବେଶୀ କିଛି ନହେଲା ନାହିଁ ଅନ୍ତତଃ;
ଦଣ୍ଡା ବାଳୁଙ୍ଗାଟେ ହୋଇ ରୁହନ୍ତି ମୁଁ ତୁମ ହୃଦୟରେ..!!-
ତୁମେ ଏହା ଭାବୁଥିଲ କି?
ମୁଁ ହଜିଯାଇଛି
ଦୁର୍ଦ୍ଦିନର କେଉଁ ଏକ କାଳିମା ଭିତରେ..!!
କିନ୍ତୁ, ମୁଁ ତ ହେଉଛି
ସେହି କଳା ବାଦଲର ବଳୟ ଭିତରେ
ଉଙ୍କି ମାରୁଥିବା ଚନ୍ଦ୍ରମାଟିଏ;
ଯିଏ କିଛି କ୍ଷଣ ଲୁଚିଯାଏ ସିନା
କିନ୍ତୁ ନିଜର ଗୁଣବତ୍ତାକୁ
କେବେ ଭୁଲି ନଥାଏ...!!-
ମଧୁର ଜଳ ପାନ କରି ମୋହର
ସାର୍ଥକ କରିଦିଅ ମୋ ଜୀବନ
ମେଣ୍ଟାଇ ତୃଷ୍ଣା ତୁମର;
ଆବଦ୍ଧ କରିନିଅ ଆସି
ମୋ ଅସୀମ ଧାରାକୁ ଅନ୍ତରେ ତୁମର,
ପଥ ମୁଁ ଦେଖାଇ ନେବି
ହେ ବାଟବଣା ପଥିକ ମୋର
ପହଞ୍ଚିବା ପାଇଁ ସେ ଗନ୍ତବ୍ୟ ସ୍ଥଳେ ଆମର।-
दूरिओंको वेवफाई का नाम ना दे
अगर कोई खता हुई है तो सौ बार डांट ले....
बक्त अब थोड़ी तंग है,
कभी ना मिल पाऊं तो
यूँ रूठ के इसतरह का इल्जाम ना दे.....-