ସତ୍ୟ ବିନମ୍ରତା, ଶୂନ୍ୟ ଏ ସଂସାର ।
ମାତା ପିତା ଯେ, ଆମ୍ଭ ଋତ ଇଶ୍ୱର ।।
ଜନ୍ତାଳ ପୂଜାକର୍ମ, ନାମକୁ ମାତ୍ର ।
ବିଲୁପ୍ତ ମାନବିକତା, ପ୍ରାୟ ସର୍ବତ୍ର ।।
ପଥଗାମୀ ମୁହିଁ, ଏ ପଙ୍କ ପଥ ର ।
ଥକିଯାଏ ନେତ୍ର, ଝରେ ରକ୍ତର ଆସାର ।।
ଗାରିମା ପରିଧାନ, ତୁମ ମିଛ ଅହଂକାର ।
ମୀମାଂସକ ଅନ୍ଧ, ମୂକ ସଚରାଚର ।।
ଓଳିଆ ପାଣି ଭଳି, ମୁଁ ପଚା ପଚା ବାସ ।
ନୀତି ଆଦର୍ଶ ଚୁଲିକୁ ଯାଉ, ଠିକଣା ମୋ ଜରାନିବାସ ।।
ଚକିତ କଲା ପୁତ, ଦେଇ ବିଦାୟ ରୋଷଣି ।
ଆଦ୍ୟ ବର୍ଣ୍ଣକୁ ଜାଣିବ, ତ ଜାଣିବ କାହାଣୀ ।।
ଡରିବି ମୁଁ କିମ୍ପାଇଁ, ମସୀ ବଳ କେ ନଜାଣି ।
କୁତ୍ସିତ ହୋଇ ଆଜି, ପ୍ରଶ୍ନବାଚୀର ଚାହାଁଣି ।।
-