ମୋ ମା' ମୋ ଭାରତ ବର୍ଷ
ଶୁଭେଚ୍ଛା ଓ ଶୁଭକାମନା
Happy 74th Independance Day
-
ସଞ୍ଜ ଆଢ଼ୁଆଳେ
ସଞ୍ଜ ଆଢ଼ୁଆଳେ ପ୍ରିୟାର ଠିକଣା
ଖୋଜୁଥିଲି ମୁଁ ହୋଇ ବାଟବଣା,
ସ୍ମୃତି ଓ ସପନେ ଏଇ ମନ ମୋର
ଲେଉଟି ଦେଖିଲା ପ୍ରିୟାର ସହର ।
ଅଙ୍କା ବଙ୍କା ଖଡ଼ି ଗାର ସବୁ ଯାହା
ଆଙ୍କିଥିଲି ଭୁଲିଗଲି,
ପ୍ରେମର ଗାରଟା କଉଠି ଆଙ୍କିଛି
ତାକୁ ବସି ଖୋଜୁଥିଲି ।
ସଞ୍ଜ ସରିଗଲା ରାତି ଆଭାସରେ
ଅନ୍ଧାର ଆସିଲା ମାଡ଼ି,
ଖୋଜିବା ବାହାନା ସେଇଠି ସରିଲା
ସଞ୍ଜ ସଙ୍ଗେ ଗଲା ଗଡ଼ି ।-
ତାଙ୍କ ଆଖିରେ କବିତା ଟେ ଅଛି
କିଛି ପଢ଼ିହୁଏ
କିଛି ବୁଝି ହୁଏନା
ସେ କିନ୍ତୁ ବୁଝେଇ ଦିଅନ୍ତି
ତାଙ୍କ ଓଠରେ ହାଲୁକା
ହସ ଟେ ସଜେଇ....
ତାଙ୍କ ମନରେ ବହୁତ୍ ଆଘାତ ଲାଗିଛି
କିଛି ଦେଖିହୁଏ
କିଛି ଖୋଜି ହୁଏନା
ସେ କିନ୍ତୁ ପାସୋରି ଯାଆନ୍ତି ସବୁ କଷ୍ଟ
ଆଶ୍ଵାସନା ର ମଲମ ଲଗେଇ....
ତାଙ୍କ ପାଖରେ କେତେ ଯେ ସ୍ମୃତି
କିଛି କୁହନ୍ତି
କିଛି ଜାଣି ହୁଏନା
ସେ କିନ୍ତୁ ଆଜି ବି ଜିଉଁଛନ୍ତି
ଅତୀତର ଦାଗକୁ ନେଇ....-
ପ୍ରତିଶୃତି ପରେ ପ୍ରତିଶୃତି, ପ୍ରତିଶୃତି ର ଏକ ସମୁଦ୍ର । ସେ ସମୁଦ୍ରର ନାଁ କାଳେ ପ୍ରେମ...
ଅପହଞ୍ଚ ଦୂରତାରେ ଦୃଷ୍ଟି ନିକ୍ଷେପ ପରେ ଦେଖି ହୁଏ ଏକ ବିଶାଳ ଶୂନ୍ୟତା, ସେଥିରେ ପୁଣି ପବନର ସଁ ସଁ ଶବ୍ଦ ବାଧ୍ୟକରେ ଭାବିବା ପାଇଁ କିଛି ଅତୀତ ଓ ଭବିଷ୍ୟତର ମିଶାମିଶି ଭାବନାକୁ । ପୁଣି ଦେହ ସାରା ଖେଳାଇ ଦିଏ ଏକ ସିହରଣ ଯାହା ନିସ୍ତେଜ୍ କରି ଦିଏ ପ୍ରତ୍ୟେକ ଇନ୍ଦ୍ରୀୟକୁ ଆଉ ବୁଡ଼େଇ ଦିଏ କିଛି ସମୟ ପାଇଁ ତାର ସୌନ୍ଦର୍ଯ୍ୟର ଜାଲରେ । ସତରେ, ବିତି ଯାଇଥିବା ସମୟ କେବେ ଫେରି ଆସେନା, କେବଳ ମନେ ପଡ଼େ ତାର ସ୍ମୁତି ଅବା ମନେପଡ଼େ ସେଇ ଅତୀତ । ବିତିଯାଇଥିବା ସମୟ ଯାହା ସୁଖ ଦିଏ ତାକୁ ଆମେ "ସ୍ମୃତି" କହୁଁ, ଆଉ ଯାହା ଦୁଃଖ ଦିଏ ତାକୁ "ଅତୀତ" । ମନର ବନ୍ଦୀ ମଣିଷ ସବୁବେଳେ କିଛି ନା କିଛି ଭାବନା ଦ୍ଵାରା ଛନ୍ଦି ହେଇ ରହିଥାଏ । କେତେବେଳେ ଦେଖେ ସେ ଅସୁମାରୀ ସ୍ଵପ୍ନ ତ କେତେବେଳେ ସାମ୍ନା କରେ ନିରାଟ ବାସ୍ତବତା ଓ ସତ୍ୟତା ସହ । ହେଇ ସିଆଡେ ବଡ଼ ଜୁଆର ଟେ ଉଠିଲାଣି, ହଁ ପ୍ରେମ ସମୁଦ୍ରର ଜୁଆର, କିନ୍ତୁ ସେ ଜୁଆର ପ୍ରେମର ନୁହେଁ ବରଂ ଏଇଟା ଏତେ ଆଗକୁ ମାଡିଆସି ଲିଭେଇ ଦେଇ ଗଲା ସେ ଦୁଇ ଯୋଡ଼ା ପାଦ ଚିହ୍ନକୁ; ଯାହା ଥିଲା ପ୍ରତିଶୃତି ର ପାଦ ଚିହ୍ନ...........✍️
#ମୋର_କଥା
#ତୁମପାଇଁ_ପଦେ-