Rahul Nanda  
20 Followers · 7 Following

Joined 20 May 2019


Joined 20 May 2019
7 APR 2020 AT 21:23

ହେଲେ କାହିଁକି ଏ ଆଲୋଚନା ଆଜି ଆଲୋଡ଼ିତ କରେ...
କଣ କିଛି ପାଇବାର ବିଶ୍ୱାସ ରେ, ନା ହରେଇବାର ଆଶଙ୍କାରେ
ହଜିଯିବାର ଚେଷ୍ଟାରେ, ନା ଲୁଚିବାର ପ୍ରୟାସରେ
ହଁ ଭିଯିବାକୁ ଚାହୁଁଥିବାର ଅଭିପ୍ରାୟ ରେ ବୋଧେ !
ହେଲେ କଣ ସତରେ ନିଜକୁ ହଜେଇଛ ସେଇ,
ଛଳନା ଭଲପାଇବା ରେ ......

#ମୋର_କଥା
#ତୁମପାଇଁ_ପଦେ

-


19 JAN 2022 AT 20:43

ପ୍ରତିଶୃତି ପରେ ପ୍ରତିଶୃତି, ପ୍ରତିଶୃତି ର ଏକ ସମୁଦ୍ର । ସେ ସମୁଦ୍ରର ନାଁ କାଳେ ପ୍ରେମ...
ଅପହଞ୍ଚ ଦୂରତାରେ ଦୃଷ୍ଟି ନିକ୍ଷେପ ପରେ ଦେଖି ହୁଏ ଏକ ବିଶାଳ ଶୂନ୍ୟତା, ସେଥିରେ ପୁଣି ପବନର ସଁ ସଁ ଶବ୍ଦ ବାଧ୍ୟକରେ ଭାବିବା ପାଇଁ କିଛି ଅତୀତ ଓ ଭବିଷ୍ୟତର ମିଶାମିଶି ଭାବନାକୁ । ପୁଣି ଦେହ ସାରା ଖେଳାଇ ଦିଏ ଏକ ସିହରଣ ଯାହା ନିସ୍ତେଜ୍ କରି ଦିଏ ପ୍ରତ୍ୟେକ ଇନ୍ଦ୍ରୀୟକୁ ଆଉ ବୁଡ଼େଇ ଦିଏ କିଛି ସମୟ ପାଇଁ ତାର ସୌନ୍ଦର୍ଯ୍ୟର ଜାଲରେ । ସତରେ, ବିତି ଯାଇଥିବା ସମୟ କେବେ ଫେରି ଆସେନା, କେବଳ ମନେ ପଡ଼େ ତାର ସ୍ମୁତି ଅବା ମନେପଡ଼େ ସେଇ ଅତୀତ । ବିତିଯାଇଥିବା ସମୟ ଯାହା ସୁଖ ଦିଏ ତାକୁ ଆମେ "ସ୍ମୃତି" କହୁଁ, ଆଉ ଯାହା ଦୁଃଖ ଦିଏ ତାକୁ "ଅତୀତ" । ମନର ବନ୍ଦୀ ମଣିଷ ସବୁବେଳେ କିଛି ନା କିଛି ଭାବନା ଦ୍ଵାରା ଛନ୍ଦି ହେଇ ରହିଥାଏ । କେତେବେଳେ ଦେଖେ ସେ ଅସୁମାରୀ ସ୍ଵପ୍ନ ତ କେତେବେଳେ ସାମ୍ନା କରେ ନିରାଟ ବାସ୍ତବତା ଓ ସତ୍ୟତା ସହ । ହେଇ ସିଆଡେ ବଡ଼ ଜୁଆର ଟେ ଉଠିଲାଣି, ହଁ ପ୍ରେମ ସମୁଦ୍ରର ଜୁଆର, କିନ୍ତୁ ସେ ଜୁଆର ପ୍ରେମର ନୁହେଁ ବରଂ ଏଇଟା ଏତେ ଆଗକୁ ମାଡିଆସି ଲିଭେଇ ଦେଇ ଗଲା ସେ ଦୁଇ ଯୋଡ଼ା ପାଦ ଚିହ୍ନକୁ; ଯାହା ଥିଲା ପ୍ରତିଶୃତି ର ପାଦ ଚିହ୍ନ...........✍️

#ମୋର_କଥା
#ତୁମପାଇଁ_ପଦେ

-


8 JAN 2022 AT 22:02

ତାଙ୍କ ଆଖିରେ କବିତା ଟେ ଅଛି
କିଛି ପଢ଼ିହୁଏ
କିଛି ବୁଝି ହୁଏନା
ସେ କିନ୍ତୁ ବୁଝେଇ ଦିଅନ୍ତି
ତାଙ୍କ ଓଠରେ ହାଲୁକା
ହସ ଟେ ସଜେଇ....

ତାଙ୍କ ମନରେ ବହୁତ୍ ଆଘାତ ଲାଗିଛି
କିଛି ଦେଖିହୁଏ
କିଛି ଖୋଜି ହୁଏନା
ସେ କିନ୍ତୁ ପାସୋରି ଯାଆନ୍ତି ସବୁ କଷ୍ଟ
ଆଶ୍ଵାସନା ର ମଲମ ଲଗେଇ....

ତାଙ୍କ ପାଖରେ କେତେ ଯେ ସ୍ମୃତି
କିଛି କୁହନ୍ତି
କିଛି ଜାଣି ହୁଏନା
ସେ କିନ୍ତୁ ଆଜି ବି ଜିଉଁଛନ୍ତି
ଅତୀତର ଦାଗକୁ ନେଇ....

-


15 NOV 2021 AT 3:45

ଠିକଣା ଖୋଜୁଛି ଗଭୀର ନିଦରେ
ସ୍ଵପ୍ନ ସହରରେ ଯାଇ
ଜାଣିନି ତାର ରୂପ ଅସ୍ତିତ୍ବକୁ
ମନ ହୁଏ ଖାଲି ବାଇ
ଚିହ୍ନିଲା ଚିହ୍ନିଲା ପାଦ ପାଉଁଜି ଟା
ଛମ୍ ଛମ ହୋଇ ଉଠେ
କାନ ପାଖ ଦେଇ ମିଠା ଲୟ ସବୁ
ପବନ ସାଥିରେ ଛୁଟେ
ଅସ୍ତରଙ୍ଗେ ସବୁ ଚଢ଼େଇ ଗୁଡାକ
ଆକାଶରେ ଉଡ଼ି ବୁଲନ୍ତି
ପ୍ରିୟା ସାଥେ ଦେଖା ଆର ସପନକୁ
ସ୍ଵପ୍ନରାଣୀ ମୋତେ କୁହନ୍ତି ।

#ତୁମପାଇଁ_ପଦେ


-


6 JUN 2021 AT 19:19

ପ୍ରେମର ଅମାପ ଗଭୀରତା
ବିଚ୍ୟୁତି ପରେ ବିଚ୍ୟୁତି
ହେଲେ ଚାରିଆଡ଼େ ଶୂନ୍ୟତା
ଏକ ବିଶାଳ ନିରବତା...
କାଳେ ପ୍ରେମ ମୂକ ନା କଣ !
ନା ସେ କିଛି କହିପାରେ
ନା ବ୍ୟାଖ୍ୟା କରିପାରେ..
ଅନୁଭୂତିର ଫର୍ଦ୍ଦ ରେ
ପ୍ରୀତିର ହସ୍ତାକ୍ଷର
ନୀଳ ଆକାଶର ଛାୟା ପରି
ସେ ସ୍ମୃତି ରେ କେବଳ
ଚନ୍ଦ୍ରମାର ଶୀତଳତା ।
ସିଏ ତ ରାତିର ନାୟିକା
ସ୍ଵପ୍ନରେ ଆସନ୍ତି....💕
ଏ ପ୍ରେମ ବାସ୍ତବିକତା ଠୁଁ
କୋସେ ଦୂରରେ......

#ମୋର_କଥା

-


11 MAY 2021 AT 0:54

ଯୁଗେ ଶୁଭିବ ହାହାକାର
ସଭିଏଁ ହୋଇବେ ଏକାକାର
ଧନୀ ବି ମରିବ
ଗରିବ ମରିବ,
ନ ପାଇବେ କେହି ବନ୍ଧୁ ସତ୍କାର,
ଛୁଇଁବେନି ତ ଶବକୁ କେହି
ଦୂରେଇ ଯିବେ ହାତକୁ ଧୋଇ
କ୍ରିୟା କର୍ମ କିଛି ହୋଇବ ନାହିଁ
କୋକେଇ ଧରି କେ ବୁହିବେ ନାହିଁ
ବାହୁନି ବେ ସବୁ ଭୟକୁ ଧରି
କହିବେ କାଳେ ଯିବୁକି ମରି
ଅହଙ୍କାର ସବୁ ଚୁନା ଯେ ହେବ
ଧନ ଟଙ୍କା କିଛି କାମ ନ ଦେବ
ତ ଗର୍ବ ରହିବ ନାହିଁ ତ ପାଖେ
ଯାହାକୁ କହୁଥିଲୁ ତୁ ନିଜର
ସେ ବି ଆଜି ତ ଆଡେ ନ ଦେଖେ
କେତେ ଯେ କୁକର୍ମ କରିଛୁ ମଣିଷ
କଲୁ କି ଏପରି କଠୋର ଦୋଷ
ପାଇଲୁ ଏମିତି ଦଣ୍ଡ ଯେ ତୁହି
ଜଗତ ବୋଲୋଇ ତ୍ରାହି ତ୍ରାହି
ସହି ନ ପାରିଲା ପୃଥିବୀ ବୋଲି
ଦେଖେଇଲା ବିଶ୍ଵ ରୂପକୁ ଖୋଲି
ଜାଳିଦେବ ତାର ପ୍ରୋକପର ତାତି
ସୁଧୁରି ଯାଆ ରେ ମଣିଷ ଜାତି ।
କେତେ ଅହଙ୍କାର କରିବୁ ଆଉ
କେତେ ପ୍ରହସନେ ବଞ୍ଚିବୁ ଆଉ
ବୁଝିଯା ସବୁ ଯେ ଦାନ ବିଧାତାର
ପ୍ରକୃତି କହିଲେ ଅଟେ ଈଶ୍ୱର
ମାନବିକତା ବି ଭୁଲି ତୁ ଗଲୁଣି
ହିଂସାକୁ ଛାଡ଼ି ତୁ ହୋ ମଧୁର ।

#ମୋର_କଥା

-


28 APR 2021 AT 10:14

ଭାବିବା ଆଗରୁ ଭାବିବା ଘରେ
କେତେ ଯେ ସ୍ମୃତି ଥିଲା,
କହିବି ଭାବିଲି କହିଲା ବେଳକୁ
ଜିଭ ଛନ୍ଦି ହେଇ ଗଲା,
ଅଶ୍ରୁଳ ନୟନେ ପ୍ରଣୟ ସମୀର
କେଉଁ ରାଗେ ଛୁଇଁ ଦେଲା,
କୋହଭରା ଲୁହ ବୋହି ବୋହି ଯାଇ
କେତେବେଳେ ଶୁଖି ଗଲା ।

#ମୋର_କଥା

-


26 APR 2021 AT 20:09

ବିରହ ବ୍ୟଥାରେ ମେଘୁଆ ଗଗନ
ଜହ୍ନ ଏକା ଏକା ଅଛି,
ପ୍ରିୟାକୁ ମୋହର ଖୋଜୁଛି ଯେ ମନ
ପିରତି ଗପ ଲେଖୁଛି ।

#ମୋର_କଥା

-


16 APR 2021 AT 0:10

ସେଇ ସମୁଦ୍ର ଭିତରୁ ଆସୁଥିବା ଥଣ୍ଡା କୋହଲା ପବନରେ ଯେମିତି ଅନୁଭବ କରି ହୁଏ ପ୍ରେମର ବାସ୍ତବିକ ଚିତ୍ର, ରେଡ୍ ୱାଇନର 🍷 ହାଲୁକା ନିଶାରେ ମସଗୁଲ୍ ତୁମେ ଆଉ ମୁଁ ପୁଣି ସମୟ ବି ରଙ୍ଗୀନ୍ । ତୁମ ଆଖିର ଭରା ନିର୍ଜନତା ଭିତରେ କେବଳ ଗୋଟିଏ ମଣିଷକୁ ଦେଖିହୁଏ...ସିଏ ମୁଁ । ସତରେ ତୁମ ମନ ଭିତରେ କଏଦୀ ସାଜି ବନ୍ଦୀ ହେଇ ରହିଲେ ବି ଅଛି ଅନେକ ସ୍ଵାଧୀନତା, ମୋ ସାମ୍ନା ଏଇ ପ୍ରଶସ୍ତ ସମୁଦ୍ରର ⛵ ଗଭୀରତା କୁ ବି ଭୟ ନାହିଁ ହେଲେ କାହିଁକି କେଜାଣି ତୁମ ଆଖି ଗଭୀରତା ଆଜି ବୁଡେଇବାକୁ ଲାଗିଛି । ରାତି 🌃 ଅନ୍ଧାର ହେବାରେ ବ୍ୟସ୍ତ, ରେଡ୍ ୱାଇନ🍷 ବି ସରି ଆସିଲାଣି, ମୁଁ ବି ତୁମ ଆଖିରେ ହଜିବା ଉପରେ......... ସତରେ ବେଳେବେଳେ ହଜିବା ଖୁସି ଦିଏ ।

#ତୁମପାଇଁ_ପଦେ

-


4 APR 2021 AT 0:07

The character says how educated you are.

-


Fetching Rahul Nanda Quotes