ବେଳେବେଳେ ମୁଁ ରାତିଅଧରେ ଚେଇଁ ଉଠେ
ପୁରୁଣା ସ୍ମୃତିର ସ୍ପର୍ଶରେ .....-
3 AUG 2021 AT 1:13
30 AUG 2019 AT 1:17
ମଧ୍ୟରାତ୍ରି ପରେ ମୁଁ ଭାବନାର ଗୋଲାମ ହୋଇଯାଏ
କିଛି କାଗଜରେ ବହିଯାଏ କିଛି ମନରେ ରହିଯାଏ
ରାତିର ଅନ୍ଧକାର ସହିତ ଲଢୁଥାଏ
ମିଞ୍ଜି ମିଞ୍ଜି ତାରା ସହିତ ଜଳୁଥାଏ
ରାସ୍ତା କଡ଼ରେ ଥିବା ବତୀ ଖୁଣ୍ଟ ପରି ଛିଡ଼ା ହୋଇଥାଏ
ପୁଣି କେତେବେଳେ ହାଲିଆ କୁକୁର ଭଳି ପଡ଼ିଥାଏ
କିଛି କିଛି ଯୋଗାଡ଼ କରି ବହୁତ କିଛି କହିଦିଏ
ପୁଣି କାହାର କେତେ କାଳ୍ପନିକ ପ୍ରତାରଣା ସହିଯାଏ
ମୁଁ ବହୁତ କିଛି କହୁଥାଏ ହେଲେ ନିରବ ଥାଏ ।-