କିନ୍ତୁ,
ଦୁଇ ଦେଶର ସୀମାରେଖା ଭଳି...
ସମାଜ ଠିଆ ହୋଇଥିଲା ଆମ ମଝିରେ ।।-
ତୁମ ଜୀବନରେ ଶ୍ରାବଣୀ ହୋଇ ଆସିବାର
ଅନୁମତି ଦେବ କି?
ପ୍ରଖର ନିଦାଘ ଜାଳି ଦେଇଥିବା
ସ୍ବପ୍ନ ସବୁକୁ ପୁଣି ରଙ୍ଗେଇ ଦେବାର
ଅନୁମତି ଦେବ କି?
କାଳ ବୈଶାଖୀରେ ବିଧ୍ୱସ୍ତ ସେଇ
ସାମ୍ରାଜ୍ୟକୁ ପୁଣି ତୋଳି ଦେବାର
ଅନୁମତି ଦେବ କି?
କଳା ବାଦଲ ଭିତରୁ ବର୍ଷାର ଶୀତଳସ୍ପର୍ଶ
ଭରିଦେବାକୁ ଚାହେଁ ଆଜି,
କିନ୍ତୁ, ତୁମେ କ'ଣ ଜୀବନକୁ ନୁଆକରି ସଜେଇବାର
ଅନୁମତି ଦେବ କି?
ତୁମ ଜୀବନରେ ଶ୍ରାବଣୀ ହୋଇ ଆସିବାର
ଅନୁମତି ଦେବ କି?-
ଜହ୍ନ ଆଗେ ଏତିକି ଖୋଲି କହୁ କହୁ
ଅଚାନକ ବିଜ୍ଞାନ ମନେ ପଡ଼ିଯାଏ,
ଇଏ ବି କୋଉ ବୁଝିଥିବ ମନର ବ୍ୟଥା
ଉପଗ୍ରହର ପୁଣି କି ହୃଦୟ ଥାଏ !!
- (ଆଉ କିଛି ଅନୁଶୀର୍ଷକରେ....)-
ତୁମ ଅର୍ଦ୍ଧ ନିର୍ମିତ ଚିତ୍ରକୁ,
ପୁରା କରିବାକୁ ଆଗ୍ରହ ଅନେକ!
ହେଲେ ତୁମେ ପାଶେ ନାହଁ ବୋଲି,
ବିରହ ଋତୁରେ ପାରେ ନା ତୂଳୀ ଧରି !
ତୁମେ ଆସିଲେ ଆସିବ ଫଗୁଣର ରଙ୍ଗ ପସରା ଧରି,
ପାଖେ ବସେଇ ତୁମକୁ ପୂର୍ଣ୍ଣ କରି ଦେବି ତୁମ ଅର୍ଦ୍ଧ ନିର୍ମିତ ଛବି!!-
ଓଠ ତଳ ନିରବତାକୁ ?
ଶବ୍ଦ କାହୁଁ ପାଇବି
ବଖାଣିବାକୁ ବାସ୍ତବତାକୁ !
(ସମ୍ପୂର୍ଣ୍ଣ କବିତାଟି ଅନୁଶୀର୍ଷକରେ.....)-
ବୁଣିଦିଅ ମୋତେ ଶବ୍ଦରେ ତୁମ, ଶବ୍ଦରେ ଶବ୍ଦରେ ସଞ୍ଚରି ଯିବି ।
ଜାଣେ ଏ ଆୟୁଷ ସରିଯିବ ଦିନେ, ତୁମ କବିତାରେ ବଞ୍ଚି ରହିଥିବି।।-
ଢ଼େଉଟିଏ ଯେବେ ଖୁସି ସାଜି ମୋତେ ଛୁଇଁଯାଏ
ସତେ ବନ୍ୟା ଭାବି ଦି ପାଦ ପଛକୁ ଫେରେଇନିଏ।
ସମୁଦ୍ର ବେଳାରେ ଅବେଳରେ ଲିଭିଯାଉଥିବା ପାଦଚିହ୍ନ ପରି
ଅତୀତ ଓ ଭବିଷ୍ୟତର ଛକାପଞ୍ଛାରେ ବର୍ତ୍ତମାନ ହାରିଯାଏ।
ଅତୀତର ମୁଖା ପିନ୍ଧି କେହି ସତେ ଆକଟ କରି କହୁଥାଏ
କେମିତି ଲେଉଟିବୁ ଅଧାବାଟରୁ ସାଥୀ ଯଦି ଫେରି ଯାଏ।
କେହି ଜଣେ ଯେବେ ନିଜଠୁ ନିଜର ଲାଗୁଥାଏ
ବିଚ୍ଛେଦକୁ ଡରି ଦି ପାଦ ପଛକୁ ଫେରେଇ ନିଏ।
-
ମୁଁ ଆସିବି...
ସବୁ ପ୍ରତୀକ୍ଷାର ଅନ୍ତ ହୋଇ,
ଜାତି ଓ ଜାତକର ସୀମା ଡେଇଁ,
ସବୁ ପ୍ରଶ୍ନର ଉତ୍ତର ହୋଇ
ସବୁ ପ୍ରାର୍ଥନାର ଆଶିଷ ନେଇ।
ମୁଁ ଆସିବି...
ତୁମ ଆଖିର ଅଗଣିତ ସ୍ବପ୍ନରେ
ବାସ୍ତବତାର ରଙ୍ଗ ଭରିବା ପାଇଁ ;
"ଅଧୁରା ତୁମେ" ଓ "ଅଧୁରା ମୁଁ"କୁ
"ସମ୍ପୂର୍ଣ୍ଣ ଆମେ" କରିବା ପାଇଁ ।
ମୁଁ ଆସିବି...
ବୈଶାଖେ ଚନ୍ଦନ ହୋଇ,
ପୌଷର ଉଷ୍ମ ହୋଇ,
ଅଷ୍ଟ ଶ୍ରୁଙ୍ଗାରେ ସଜ୍ଜିତା ହୋଇ
କେବଳ ତୁମରି ପାଇଁ !!
କେବଳ ତୁମରି ପାଇଁ !!-
ପୋଛି ପକା ମିଥ୍ୟା ଆବରଣ ଚେହେରାରୁ
ଲିଭା ଦେଖାଣିଆ ହସ,
କେତେ ଠିଆ ହେବୁ ସଳଖ ହେଇକି
ଅଣ୍ଟା ଭାଙ୍ଗି ଟିକେ ବସ।
ଦିବାଶେଷେ କେହି ନୁହଁଇ କାହାର
ମିଛ ସବୁ ସର୍ତ୍ତ, ସବୁ ଅଧିକାର,
ଈଶ୍ୱର ଚରଣେ ନତ କରି ମଥା
କହିଯା ଯେତେ ଅକୁହା କଥା।-
ସେ ଆଉ ନାହିଁ,
ସେ ଦେଇଥିବା ଦାଗଟି ଅଛି ବାମ ପଟ ଭ୍ରୁଲତା ଉପରେ।
କାହାଣୀଟି ଅନୁଶୀର୍ଷକରେ........-