'Koraput'
"The place of green valleys, waterfalls,
forests & darting springs.
Nature will definitely call you,
If you love nature from heart".
The highest peak of Odisha,
'Deomali' is here😇
#odisha_diaries
-
ବଣୁଆ ଫୁଲରେ ମାଦକତା ଭରି
ଅଧିର କରୁଛି କିଏ ?
ଏତ ଚଇତାଳି ନୁହେଁ !
ଆଦ୍ୟ ଆଷାଢ଼ର ପହିଲି ଛୁଆଁରେ
ଓଦା ମାଟି ନିଏ
ମନ ଚୋରେଇ,
ବିନା ମହୁଲିରେ ନିଶା ଘାରି ଯାଏ
ମନ ନାଚି ନାଚି ପକାଏ ହୁରି,
କ'ଣ ବା କହିବି ବନ୍ଧୁଙ୍କ କଥା
ପହିଲି କିରଣେ ତା' ଦିଏ ଆଖି ମାରି !
ବୋଧ ଏ ଆଉ କିଛି ନୁହେଁ
ସ୍ୱପ୍ନରେ ବୁଲୁଛି ସ୍ୱପ୍ନ ନଗରୀ ...!
-
ହେଇକି ଆଇଲା ଚଇତି ଛାଇଲା
ବରଷକେ ରାୟଗଡିୟା ଙ୍କର ମନେ
ପରୋଜା ଗାଇଲା ମିର୍ଦ୍ଧା ନାଚିଲା
କନ୍ଧର ବାଜାର ତାଳେ ତାନେ ତାନେ
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ।
ନିୟମଗିରୀ ର ପିଲା ଆମେ ନୁନି
ଭୂମିଆ, ସୋରା ରାୟଗଡିୟା ଜାତି।
ବାଜିଗୁଡ଼ି ତଳେ ପିଆଇଦବୁ ଗୋ
ଶରଧାୟେ ସୋଲେକେ ସଳପ ବସି।
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ।
ମନେ ରଖିଥିବୁ ବେଳେ ଭାବୁଥିବୁ
ସତେ ରାୟଗଡିୟାର କଥା ମନେ ।
ହେଇକି ଆଇଲା ଚଇତି ଛାଇଲା
ବରଷକେ ରାୟଗଡିୟା ଙ୍କର ମନେ
ପରୋଜା ଗାଇଲା ମିର୍ଦ୍ଧା ନାଚିଲା
କନ୍ଧର ବାଜାର ତାଳେ ତାନେ ତାନେ
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ ।-