ତୁମେ କେଉଁ ପୁସ୍ତକର ପୃଷ୍ଠା
ଯାହା କୁ ଆଡେଇଲେ
ଲାଗେ ସବୁବେଳେ ନୂଆ ।
ତୁମେ କେଉଁ ପୁସ୍ତକ
ଯାହାର ଆରମ୍ଭ ଓ
ଶେଷ ସୀମା ନାହିଁ ।
ତୁମେ କଣ ଅସରନ୍ତି
ପୃଷ୍ଠା ର ସମ୍ଭାର
ଯାହାକୁ ମୁ ପାର କରିପାରିନାହି ।-
ମୋ ଛୋଟୋ ବେଳ କଥା ମନେ ପଡୁଛି
ଖେଲ କୁଦ ମନକୁ ଆନନ୍ଦରେ ଭରି ଦେଇଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ଖାଲୀ ପାଦେ ଗାଁ ଅଗଣା ସାଙ୍ଗ ସାଥେ ବୁଲିଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ଅତୀତର ସେଇ ସ୍ମୃତି ସ୍ମୃତିଫୁଲ ହୋଈ ବାସୁଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ମା ଓ ବାପାଙ୍କ ଗାଳିକୁ ଆଜି ମୁ ବୁଝିପାରିଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ରାସ୍ତା କଡ଼ର ବରକୋଳି ଦେଖୀ
ସ୍କୁଲ ବରକୋଳିର କଥା ମନକୁ ଆସୁଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ଜୀବନର କେତେ ସୁନ୍ଦର ମୁହୂର୍ତ୍ତ ନିମିଷକେ ବିତି ଯାଇଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ସ୍କୁଲକୁ ନଯାଇ ଲୁଚିକି ରହିବା କେତେ ଆନନ୍ଦ ଦେଇଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।
ଭାବି ଅତୀତ କୁ ଆଖିକୁ ଲୁହ ଆସିଯାଉଛି
ମୋ ଛୋଟୋ ବେଳ କଥା ମନେ ପଡୁଛି ।-
ସକାଳର ଚଞ୍ଚଳତା
ମାଁ ହାତ ତିଆରି କଫି ରୁ ।
ପାହାନ୍ତିଆ ଶୀତଳତା
ଅକସ୍ମାତ ଏଇ ବସନ୍ତରୁ ।
ମୋହ ମୋହ ମାଟିର ଶୁଗନ୍ଧତା
ଆଗମନ ବର୍ଷାର ଭୂମୀ ସ୍ପର୍ଶ ରୁ ।
ପରିବର୍ତ୍ତନର ମହକ ଯଥା
ନୂଆ ଓ ସକାରାତ୍ମକ ଆରମ୍ଭ ରୁ ।-
ଛଳନାର ରଙ୍ଗ ମୁହେଁ ଲଗାଇ
କପଟତାର ହାସ୍ୟ ଓଠରେ ।
ସମାଜରେ ଶ୍ରେଷ୍ଠ ଦେଖେଇ ହବାର ଇଚ୍ଛା
ବାହା ବାହା ଆପଣେଇବାର ଚେଷ୍ଠାରେ।
କଳ୍ପ କଳ୍ପିତ ମାୟାର ବୁଢିଆଣୀ ବସା
ବୁଢିଆଣୀ ଏବେ ନିଜେ ନିଜ ଜାଲରେ।
ଚନ୍ଦ୍ରମାର ଆଲୋକ ସ୍ଵୟଂ ଅସମ୍ପୂର୍ଣ୍ଣ
ନିଶା ଲିଭେ କେବଳ ରବିର କିରଣରେ।
ଛଳନାର ରଙ୍ଗ ମୁହେଁ ଲଗାଇ
କପଟତାର ହାସ୍ୟ ଓଠରେ ।
ସମାଜରେ ଶ୍ରେଷ୍ଠ ଦେଖେଇ ହବାର ଇଚ୍ଛା
ବାହା ବାହା ଆପଣେଇବାର ଚେଷ୍ଠାରେ।-
ବାସ୍ତବତାକୁ ନା ମୁଁ ବୁଝିଛି
ନା ବୁଝିବାର କ୍ଷମତା ଅଛି।
ଯଦି ବୁଝିବା ଏତେ ସହଜ
ଅବୁଝାଙ୍କ ସଂଖ୍ୟା କାଇଁ ଅଧିକ।
ଯଦି ବାସ୍ତବତା ବିଦ୍ୟମାନ ତେବେ
ଆଖି ଆଢ଼ୁଆଳରୁ କାଇଁ ଦୂରରେ।
ଯଦି ବାସ୍ତବତା ବୋଲି ନାହିଁ କିଛି
ତାକୁ ବୁଝିବାର ପ୍ରତିଯୋଗିତା କାଇଁ।
ବାସ୍ତବତାକୁ ନା ମୁଁ ବୁଝିଛି
ନା ବୁଝିବାର କ୍ଷମତା ଅଛି।-
କାଲିର ସ୍ଵପ୍ନ ପାଇବାକୁ
ଆଜିର ନିଦ ହଜେଇଛି ।
ମରୀଚିକା ରୁ ବଞ୍ଚିବା ପାଇଁ
ସବୁ ସଜାଡୁଛି ଠିକ୍ କରି।
କଳ୍ପନାକୁ ବାସ୍ତବରେ ପରିଣତ
କରିବାର ଉଦ୍ୟମରେ ଲାଗିଛି।
କାଲିର ସ୍ଵପ୍ନ ପାଇବାକୁ
ଆଜିର ନିଦ ହଜେଇଛି ।-
ହେଇକି ଆଇଲା ଚଇତି ଛାଇଲା
ବରଷକେ ରାୟଗଡିୟା ଙ୍କର ମନେ
ପରୋଜା ଗାଇଲା ମିର୍ଦ୍ଧା ନାଚିଲା
କନ୍ଧର ବାଜାର ତାଳେ ତାନେ ତାନେ
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ।
ନିୟମଗିରୀ ର ପିଲା ଆମେ ନୁନି
ଭୂମିଆ, ସୋରା ରାୟଗଡିୟା ଜାତି।
ବାଜିଗୁଡ଼ି ତଳେ ପିଆଇଦବୁ ଗୋ
ଶରଧାୟେ ସୋଲେକେ ସଳପ ବସି।
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ।
ମନେ ରଖିଥିବୁ ବେଳେ ଭାବୁଥିବୁ
ସତେ ରାୟଗଡିୟାର କଥା ମନେ ।
ହେଇକି ଆଇଲା ଚଇତି ଛାଇଲା
ବରଷକେ ରାୟଗଡିୟା ଙ୍କର ମନେ
ପରୋଜା ଗାଇଲା ମିର୍ଦ୍ଧା ନାଚିଲା
କନ୍ଧର ବାଜାର ତାଳେ ତାନେ ତାନେ
ନାଚିବୁ ସଙ୍ଗାତ ହୋଈ ମୟୂର ଚୂଳିଆ
ଢେମେଶା ର ତାଳେ ତାନେ ତାନେ ।-
ନିସ୍ତବ୍ଦ ରାତି ଓ ଆକାଶରେ ତାରକା
ସତେ ତାରକାର ମେଳେ ଗୋଟିଏ ଗାଲିଚା ।
ହଜାର ଗାଲିଚା ବହୁ ଭିଡ଼ରେ ମୁଁ ଜାତ ହୋଈ
ଜହ୍ନର ଜୋସ୍ନାରେ ଛାତ ଉପରେ ମୁଁ ଏକା।
ନୀରବି ଯାଇଛି ଶଦ୍ଦ ସହରର କୋଉଠି
ଶବ୍ଦର କାଳିମା ମଥାରୁ ପୋଛିଚି ଚିତ୍କାର।
ନିଛାଟିଆ ନିଶା ମଧ୍ୟେ ବାସ୍ ତୋର ମୋର
ନୀରବତା ପୁଣି ନିରଳାର ଅନୁଭବ।
ଅଜି ନିରଳାରେ ବି ବହୁ ଭିଡ଼ର ଦାସ
ଜା ତାରା ଜା ତୁ ଜହ୍ନ ଆଜି ମୁଁ ବ୍ୟସ୍ତ ଭିଡ଼ରେ।-
ଆଜି ଅମ୍ବର ଚକିତ ଧରଣୀ ଚଞ୍ଚଳ
ସତ ଶଙ୍ଖ ଓ ହୁଳହୁଳି ତାନେ ତାନେ
ଶତ୍ରୁ ସଂଘାରିଣୀ ସାଜି କି ଆସୁଛି
ବିଶ୍ଵ ବିଜୟିନୀ ସତେ ହୁଳୁ ହୁଳି ତାନେ
ଭାବର ଦୂଆର ଖୋଲିସେ ଆସିଛି
ଦେଖି ଆସିବାକୁ ତା ଭାବ ବୋଲି ।
ମାଁ ର ମମତା କୁ ଢାଳି ଦେଇଛି
କ୍ରୋଧେ ଗଜାନନ ର ଶିରଛିଦେ।
କ୍ରୋଧକୁ ସେ ପାଶୋରି ଯାଇଛି
ଦେଖି ମହାଦେବ ତାଙ୍କ ପାଦପଦ୍ମେ।
କେଉଁ ଭାବେ ପୂଜିବି ଗୋ ତତେ
ଭାବ କି ଅବା ମୋ ତୋ ସରି ।
ବିଂଝାଲ ସାଜିବି କି ମିର୍ଦ୍ଧା ହେବି
ତୋଷିବି ଡାଲଖାଇ ତାଳେ ତାଳେ ।
ଆଜି ଅମ୍ବର ଚକିତ ଧରଣୀ ଚଞ୍ଚଳ
ସତ ଶଙ୍ଖ ଓ ହୁଳହୁଳି ତାନେ ତାନେ
ଶତ୍ରୁ ସଂଘାରିଣୀ ସାଜି କି ଆସୁଛି
ବିଶ୍ଵ ବିଜୟିନୀ ସତେ ହୁଳୁ ହୁଳି ତାନେ ।-
ଅଜି କାହିଁ ଋତୁ ଅଲଗା ଲାଗୁଛି ନିରବତାର ସହ ଶୀତର ପ୍ରୀତି
ଆଜି ମନେ ମନେ ଜାଗୁଛି।
କାର୍ତ୍ତିକର ଆଗମନେ ଶିଶିର ବୁନ୍ଦା ପତ୍ରେ ଗୁଛା ଗୁଚ୍ଛା।
କମ୍ବଳର ଆସ୍ତରଣରେ ଯେବେ ଥାଏ ପାଦ ମୁଖୁଳା ।
ଗାଁ ମୁଣ୍ଡରେ ଥିବା ଚା ଦୋକାନର କ୍ୟାଟଲିରୁ ଚା ର ସୁଗନ୍ଧ ।
ଅଜି କାହିଁ ଋତୁ ଅଲଗା ଲାଗୁଛି ନିରବତାର ସହ ଶୀତର ପ୍ରୀତି
ଆଜି ମନେ ମନେ ଜାଗୁଛି।-