ମନ୍ତ୍ରମୁଗ୍ଧ ଆଜି କୃଷ୍ଣଚୁଡା ଅଙ୍ଗ
ନାରଙ୍ଗୀ ଫୁଲରେ ଶୋଭିତ,
ଅପୂର୍ବ ଶିହରଣ ସାଥେ ପ୍ରୀତିପୂର୍ଣ୍ଣ
ପ୍ରତିଟି କ୍ଷଣକୁ ଅନୁଭବ କରି,
ସେଇ ବିଭାବସୁର ସ୍ପର୍ଶରେ
ସେଇ ଉନ୍ମାଦନାର ହର୍ଷରେ,
ତପନର ସାଥେ ଶେଷ ଜୀବନକୁ
ତ୍ୟାଗ କରି ସର୍ବଦା ସୁହାଗିନୀ
ସେ ଏଇ ଦୁନିଆ ହାଟରେ।।-
30 SEP 2020 AT 0:41
8 APR 2021 AT 20:08
କୃଷ୍ଣଚୂଡ଼ା
ଭାବୁଛି ଜଗତ ହସୁଛି ମୁଁ ନିତି
ମେଲାଇ ଦେଇ ମୋ ଛାତି
ବୁଝିନି କେବେ ସେ
ଜଳୁଛି କେତେ ମୁଁ
କଷ୍ଟ ସହି ନିତି ନିତି ।
ଅନ୍ୟର ଓଠରେ ହସ ଦେବା ପାଇଁ
ସହୁଛି ଗ୍ରୀଷ୍ମର ତାପ
ନିରସ ଧରାକୁ ସରସ ମଣ୍ଡିତ
କରିବା ପ୍ରୟାସ ମୋର ,
ଶୁଷ୍କ ମନରେ ରସର ଧାରାକୁ
ଛୁଟାଇ ଦେବା ଲକ୍ଷ୍ୟରେ
ଗ୍ରୀଷ୍ମର କୋପରେ ଜଳି ମୁଁ ହସୁଛି
ଧରଣୀ କୋଳେ ଅଚିରେ ।-