ମଣିଷର ଭାଗ୍ୟ ତାର ଅନ୍ତିମ ଅବସ୍ଥାରେ ବି ସାଙ୍ଗରେ ଥାଏ!
କେମିତି ଜାଣିବାକୁ ଚାହୁଁଛନ୍ତି କି?
ଏଇ ଦେଖୁନାହାନ୍ତି ମଣିଷ ମରିଯିବା ପରେ ଛଅ ଖଣ୍ଡ କାଠରେ ତ କୋକେଇ ସମସ୍ତଙ୍କ ପାଇଁ ସଜା ହୁଏ, ହେଲେ କିଏ ସେଇ କୋକେଇ ରେ ମଶାଣୀ କୁ ଯାଏ ତ ,ଆଉ କିଏ ସ୍ୱର୍ଗ ଦ୍ୱାର!!...-
ମୋତେ ଯିବାକୁ ହେବ!!...
କେଉଁ ଯଶ ବାନା ଉଡ଼ାଇବ ପ୍ରଭୁ
ଅଭାଗିନୀ ମୋତେ ସଜେଇ,
ପାରିବକି ପ୍ରଭୁ?ତୁମ ଶ୍ରୀଚରଣେ,
ଟିକିଏ ମୋତେ ସ୍ଥାନ ଦେଇ।।
ଅବୁଝା ମନର ମରମ କଥାଟି
ଶୁଣିବକି ଟିକେ କାନ ଦେଇ,
ଯିବାକୁ ଚାହୁଁଛି, ତୁମ ପଥ ଧାରେ
ଦେବ କି!!ଟିକିଏ ବାଟ ବତେଇ!!..-
ଅନ୍ଧାର ଘରେ ଲୁହ ବୁହାଇ,
ନିସଙ୍ଗତାକୁ ନିଜର ପରିଚୟ ପଚାରି ଦେଖ!
ପୃଥିବୀ ବକ୍ଷରେ ଲୁହଟୋପେ ଢ଼ାଳି ଦେଖ;
କିଏ ତୁମ ନିଜର?
ଯିଏ ତୁମକୁ ନିଜ ବକ୍ଷରେ ଟିକେ ସ୍ଥାନ ଦେଲା ସିଏ ;
ନା ଯେଉଁ ଘରେ ସବୁଲୁହକୁ ବୁହାଇ ମନକୁ ଟିକିଏ ଶାନ୍ତି ଦେଲା ସେ?
ଉତ୍ତର ଆପଣଙ୍କର ,ପ୍ରଶ୍ନ ମୋର!!...
-
ମିଛି ମିଛିକା ହସିବାକୁ ଆଜି କାହିଁକି ,ମନରେ କେଉଁଠି ଡର ଲୁଚି ରହିଛି;
କିଏ ଜାଣେ କେତେବେଳେ ପୁଣି ;
ଏ ହସରେ ନଜର ଲାଗିଯିବନି ତ!!..
ସେଥିପାଇଁ ଆଜିଠାରୁ ,ମୋ ହସକୁ କବର ଦେବାକୁ ମୁଁ ନିଷ୍ପତି ନେଇଛି,
ଅପେକ୍ଷା ସେଇ ସମୟକୁ!!...-
ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ🙏
ପ୍ରୀତି ପୁଷ୍ପ ସଞ୍ଚି ରଖିଛି ତୋ ପାଇଁ
ତୁ ମୋ ହୃଦ ଚନ୍ଦନ,
ବିବାହ ବନ୍ଧନେ ବାନ୍ଧି ହୋଇଯାଉ
ତୋ ସାଥେ ମୋ ଜୀବନ।।
ତୋ ପରି ଆଉ ଅଛି କେ ଜଗତେ
ବୁଝି ପାରିବ ମୋ ମନ,
ମାନ ଅଭିମାନ ମୋ ପାଇଁ ସପନ
ତୁହି ମୋ ମାନଭଞ୍ଜନ।।
ଭାବଗ୍ରାହୀ ତୁହି ଭାବର ଠାକୁର
ତୋ ଭାବରେ ବନ୍ଧା ମନ,
ତୁ କହୁଥିବୁ ମୁଁ ଶୁଣୁଥିବି
କିଏ ବା କରିବ ମାନ।।
ବିବାହ ବେଦୀରେ ତୁ ବସିଥିଲୁ
ମୋ ଆଡ଼କୁ ଚାହିଁ କରି,
ଅଗ୍ନି ସାକ୍ଷୀ ରଖି ବିବାହ ବନ୍ଧନେ
ବାନ୍ଧି ହୋଇଥିଲା ମନ।।
ତୁ ମୋର ସ୍ୱାମୀ ନୟନ ପଥଗାମୀ
ଭାବ ବଂଧନରେ ବାନ୍ଧି,
ତୋ ନାମେ ମୁଁ ଯେ ସିନ୍ଦୁର ନାଇଛି
ଶେଷ ନିଶ୍ୱାସ ମୋ ସାକ୍ଷୀ।।
ପବିତ୍ର ବନ୍ଧନେ ବାନ୍ଧି ଦେରେ ଥରେ
ସବୁ ଅପବାଦ ତେଜି,
କଳଙ୍କର ଟୀକା ପୋଛିଦେରେ ତୁହି
ମୋ ଭରସା ବିଶ୍ୱାସେ ବାନ୍ଧି।।
ନୁହେଁ ଦେବଦାସୀ ନୁହେଁ ମୁଁ ଯେ ଗୋପୀ
ତୋ ନାମକୁ ନୀତି ଭଜି,
ହଜିଯାନ୍ତିକି ତୋ ପ୍ରେମ ରଙ୍ଗରେ
ସବୁ ଦୁଃଖ କଷ୍ଟ ଲଙ୍ଘି।।-
ମା".....
ତୁ,
ଅପରିସୀମ ଉନ୍ମୁକ୍ତ ଭାବନାର ପ୍ରତିଶବ୍ଦଟିଏ,ମା"..
ମୁଁ ତୋ ଗର୍ଭରେ ବଢୁଥିବା ଛୋଟ କଳିକା ଟିଏ,ମା"!...-
ଏ ଦର ପୋଡ଼ା ଶରୀରଟାରେ ଆଜି ବି
ରକ୍ତ କଣିକା ଗୁଡ଼ିକରେ ରକ୍ତ ପ୍ରବାହ ବନ୍ଦ ହୋଇନି,
ପ୍ରତି ପାଦେ ପାଦେ ଚାଲି କଣ୍ଟାର ଆଘାତ ବି ତୁଚ୍ଛସମ
ହୋଇଗଲାଣି।
-
ପ୍ରିୟର ପ୍ରଭୁ,
ତୁମେ ହିଁ ମୋର ପ୍ରାଣସ୍ପନ୍ଦନ,
ଅନ୍ତିମ ନିଶ୍ୱାସର ଅପେକ୍ଷା ରେ ମୁଁ
ଯେଉଁ ଦିନ ମୋର ତୁମ ସଂଗେ ଭେଟ ହେବ,
ନା ଥିବ କାହା ପ୍ରତି ଲୋଭ, ମୋହ, ମାୟା
ନା ଥିବ କିଛି ଭୟ।।
ହୃଦୟ ର ଅନ୍ତିମ ଆବାହନରେ ମୋ ନିଶ୍ୱାସ
ତୁମ ନାଁ ରେ ହିଁ ଚାଲୁଥିବ...
ପ୍ରିୟର ମଣିଷକୁ ପାଇ ଯେମିତି ଖୁସିରେ ଅଧିର ହୋଇ
କହୁଥିବ!!...
ସତରେ ତୁମେ ମୋ ଡାକ ଶୁଣିଛ ପ୍ରଭୁ
ଆଉ କିଛି ଚାହେଁନା ପ୍ରଭୁ!!..
ମୋତେ ସବୁ ଖୁସି ଆଜି ମିଳିଯାଇଛି।।-
ସମ୍ମାନ ସମସ୍ତଙ୍କ ପାଇଁ ସମାନ। ସେ ଗରିବ ହେଉ କି ଧନୀ!
ସେଥିପାଇଁ ତ ଗରିବ ଲୋକଟେ ତାର ସମ୍ମାନକୁ ଜଗି କେବେ କାହାକୁ ହାତ ପତାଏନି; ପେଟରେ ଓଦା କନା ଦେଇ ଶୋଇପଡ଼େ ପଛେ।। କାହିଁକି ଜାଣିଛନ୍ତି, ଦୁନିଆ ତାକୁ ଯେମିତି ଭିକାରୀ ନ କହୁ।ଭାବୁଥିବେ ଗରିବ ହୋଇ ,ଏ କି ସ୍ୱାଭିମାନ ତାର ।ହଁ ଆଜ୍ଞା ,ସେ ସଂଘର୍ଷ କଣ ଜାଣିଛି।ତେଣୁ ସେ ଡରିବ ବା କାହିଁକି।।....-
କିଛି ଲୁହର ପସରା ମେଲି
ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ
ଘୁରିବୁଲିବା ସତରେ ଭାରି କଷ୍ଟ ଦିଏ,
କିଛି ଅକୁହା ଆବେଗର ଭାଷା ବି
ସତରେ କେତେ ଯେ ମହାନ...
ଥରେ ଅନୁଭବ କରି ଦେଖ
ହେ ପ୍ରପଞ୍ଚକ ବନ୍ଧୁ,
ତୁମର ଏ ଭୀରୁତାର କାର୍ପଣ୍ୟ ମନ
ଏତେ ବେଇମାନ କେମିତି!!..
ଭୁରିଶ୍ରବା ବି ହାର ମାନିଯିବ,
ଦୁଃଖ ଯଦି ଏ ବନ୍ଦ ଆଖି ତଳେ
ଭିଜିବାକୁ ମନା କରୁଛି,
ତାହେଲେ ଛଳନା କଣ ପାଇଁ?
ଧର୍ମର ହିଁ ଜୟ ସୁନିଶ୍ଚିତ;
ବନ୍ଦ ଆଖିରେ ଏ ଦୁଇ ବୁନ୍ଦା ଲୁହ
ସର୍ବଦା ଈଶ୍ୱରଙ୍କ ନିକଟରେ ସମର୍ପିତ.....-