दुनिया की सारी खुशियां तुम्हे मिले
कभी ना बिछ़ने बला यार आप को मिले ।
करेगा दुनिया लाख बुराइयां ,
पर हमेशा साथ देने वाला प्यार आप को मिले ।
और जो तुम्हारी झुर्रियों को चूम सके ऐसा बला प्यार आप को मिले ।-
कोई सायर ऐसे ही नहीं बनता
किसीने बहुत कोशिश की होती है
कभी प्यार तो कभी नफरत देकर ।-
ଜୀବନର ଓଦା ବାଲିରେ ଆଙ୍କି ହୋଇଯାଏ ଅନେକ ଛବି । ଅନେକ ପାଦ ଆସି ମିଶନ୍ତି ଏବଂ ଦୂରେଇ ଯାଆନ୍ତି ; ହେଲେ ଚିହ୍ନ ରହିଯାଏ । କିଛି ଚିହ୍ନ ବେଶ୍ ଗଭୀର ତ ଆଉ କିଛି ଧୂଆଁଳିଆ , ଝା ପ୍ ସା । ସମୟର ଅପରାହ୍ନ କିଛି ଚିହ୍ନ ଲିଭେଇ ଦିଏ ତ ଆଉ କିଛିକୁ ଗଣ୍ଡ ପ୍ରଦେଶ ଦେଇ ବହି ଯାଉଥିବା ଲୁଣିଆ ଜଳ । ହେଲେ ହୃଦୟର ସେଇ ନିବୃତ୍ତ କୋଣରେ ଲୂତିକା ଜାଲରେ ଛନ୍ଦିହୋଇ ରହିଥିବା ସେହି ପୋଟ୍ରେଟ୍ ଟି ବେଶ୍ ବିଶାଳ ହେଲେ ମଧ୍ୟ ତାକୁ ଜାକି ଜୁକି ହୃଦୟ ମଧ୍ୟରେ ବାନ୍ଧି ରଖିବାକୁ ହୁଏ ...
-
ଗୁରୁ , ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ପଥ ପ୍ରଦର୍ଶନ କରନ୍ତି । ଯିଏ ଆମ ଜୀବନର ଶୂନ୍ୟ କଳାପଟାରେ , ଶୂନ୍ୟକୁ ପୂର୍ଣ୍ଣତା ରୂପେ ଅଙ୍କନ କରନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ବିଷୟା ରସ ପରିତ୍ୟାଗ କରି ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ । ଗୁରୁ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । ସେ ହିଁ ବ୍ରହ୍ମା , ସେ ହିଁ ବିଷ୍ଣୁ ଏବଂ ସେ ହିଁ ମହେଶ୍ଵର । ଗୁରୁ ଚାହିଁଲେ ଜନ୍ମାନ୍ଧ ଦିବ୍ୟ ଚକ୍ଷୁ ଲାଭ କରେ । ଗୁରୁ ହିଁ ଆମକୁ ବିଶ୍ଵ ଦରବାର ସହିତ ଜୀବନ ଦ୍ଵାରରେ ବିଜୟ ଲାଭ କରିବାର ମାର୍ଗ ପ୍ରଦର୍ଶନ କରିଥାଏ ।
ଯଦି ଶିଷ୍ୟ ବର୍ଣ୍ଣ ହୁଏ ତେବେ ଗୁରୁ ଭାଷାକୋଷ ।
ବର୍ତ୍ତମାନ ଆମେ ଗୁରୁ କହିଲେ ଶିକ୍ଷକ ବୋଲି ଭାବୁଛେ। ମାତ୍ର ଗୁରୁ ଓ ଶିକ୍ଷକ ଦୁଇଟି ସଂଜ୍ଞା ଭିନ୍ନ । ବର୍ତ୍ତମାନ ସମାଜରେ ଗୁରୁ ନାମରେ ଶିକ୍ଷକ ଏବଂ ଶିକ୍ଷା ନାମରେ ବ୍ୟାପାର ଚାଲୁଅଛି । ବର୍ତ୍ତମାନ ଅମୂଲ୍ୟ ଜ୍ଞାନର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । କିନ୍ତୁ ଯେ ପ୍ରକୃତ ଗୁରୁ ସେ ବିଦ୍ୟାର ଦାନ ଦିଏ ବ୍ୟାପାର କରେ ନାହିଁ । ସେଥିପାଇଁ ଗୁରୁ ଶିଷ୍ୟ ଠାରୁ ଦକ୍ଷିଣା ଆଶା କରେ ମୂଲ୍ୟ ନୁହେଁ ।ଯାହା ପାଖରେ ମୋହ , ଅଳଙ୍କାର , ଲାଳସା ଥାଏ ତା' ପାଖରେ ଗୁରୁତ୍ବ ଶକ୍ତି ରହି ନ'ଥାଏ । ଗୁରୁ ହେଉଛନ୍ତି ନିଲିପ୍ତ ଯେ କି ଜୀବନର ପ୍ରକୃତ ସତ୍ୟ ବୁଝି ଓ ବୁଝାଇଥା'ନ୍ତି । ଯନ୍ତ୍ର ଭିତରେ ରହି ନିଜକୁ ଯନ୍ତ୍ରୀ ଭାବିବାର ଶିକ୍ଷା ଶିକ୍ଷକ ଦେଉଥିବାବେଳେ, ଗୁରୁ ଏହି ଶରୀର ରୂପକ ଯନ୍ତ୍ରର ପ୍ରକୃତ ଯନ୍ତ୍ରୀକୁ ଚିହ୍ନିବାର ଦୃଷ୍ଟି ପ୍ରଦାନ କରିଥାଏ । ଭୌତିକ ଜଗତରୁ ଆଧ୍ୟାତ୍ମିକ ଉତ୍ତରଣର ମାଧ୍ୟମ ହୋଇଥାଏ ଗୁରୁ । ସର୍ବଶେଷରେ ଏଇ ସଂସାର ରୂପକ ଅର୍ଣ୍ଣବରେ ଶିଷ୍ୟ ନାବ ଓ ଗୁରୁ ନାବିକ ।-
ସଜଳ ନୟନୁ ଝରେ
ଲୋତକର ଧାରା
ପୁଣି ଅଧରେ ସାଇତା
କ୍ଷୀଣ ସ୍ମିତହାସ୍ୟ ।
ମହାର୍ଣ୍ଣବେ ଡୁବ ଦେଲା
ଶୁଣି କେଇପଦ କଥା ,
ଆଜି ଏକାକିନୀ ଡୁବେ
ନାହିଁ ତା'ର କୁଟାଖିଅକୁ ଆଶ୍ରୟ ।
ତେଜ ଦେଖି କୀଟ
ଧାଇଁଗଲା ପାଶେ
ବରିଲା ଅସହ୍ୟ ଦୁଃଖ
ଆଗେ ଆଗେ ମଜା ଲାଗୁଥିଲା ଯାହା
ପିଡା ଦିଏ ଆଜି ତାହା ।
ସଜ ପୁଣି ଆଜି ବାସି ହୋଇଗଲା
ଯାହା ମିଠା ଥିଲା ଖଟାତ ଲାଗିଲା
ଲୋଡେ ମନ ଆନ ଦ୍ରବ୍ୟ ।
ସାଇତେ ଯାହାକୁ ହୃଦ କନ୍ଦରରେ
ସେ ଛାଡ଼ିଗଲା ପଙ୍କଜର ଦଳେ
ତୋଳି ନେଇଗଲା ପଦ୍ମ ,
ଶୁଖିଲା ନାଡଟି ପଡ଼ିରହି ତହିଁ
ହୋଇଯିବ ଦିନେ ଭସ୍ମ ।-
ବନ୍ଧୁ ! ଜୀବନର ନିରସ ଭୂଇଁରେ ସରସତାର ପ୍ରଲେପ । କେବେ ସେ ପାପର ସାଥୀ ତ କେବେ ପୁଣ୍ୟର ଫଳ । କେବେ ସେ ସାଜେ ମନର ସାରଥି ତ କେବେ ପୁଣି କର୍କଶ ରୁକ୍ଷ ଭୂମି । ଅଧିକାର କରେ ହୃଦ ଭୂମିର ଅର୍ଦ୍ଧେକ ସ୍ଥାନ । ସ୍କୁଲରେ ନିଜ ଅଣ୍ଡା ଖାଇ ମୋ ଅଣ୍ଡା ଛଡ଼ାଇ ଖାଉଥିବା ଦୁଷ୍ଟ ସେ , ପୁଣି କଲେଜର ହତାରେ ଖାଲି ପକେଟରେ ପଇସା ଗୁଞ୍ଜି ଦେଉଥିବା ହାତ ସେ । ସବୁ ଗୁମରର ବାକ୍ସ ପୁଣି ସବୁ ବାଧାର ଚାବି ସେ । ବିନା କାରଣରେ ମୁହଁ ଫୁଲାଉଥିବା ମୁହଁ ସେ , ପୁଣି ଅଭିମାନରେ ଫୁଲି ଉଠୁଥିବା ମୁହଁର ହସ ସେ । ଶାନ୍ତିରେ ବଞ୍ଚିବାକୁ ଦେଉନଥିବା ଜନ୍ତୁ , ପୁଣି ଅଶାନ୍ତ ମନକୁ ଶାନ୍ତ କରୁଥିବା ଆତ୍ମା ସେ । ଅନ୍ଧାର କୋଠରୀରେ ବନ୍ଦ କରୁଥିବା ବଦମାସ୍ ସେ , ପୁଣି ହାତ ଧରି ଅନ୍ଧାରରୁ ଆଲୋକକୁ ବାଟ ଦେଖାଉଥିବା ମସାଲ୍ ସେ ।
ବନ୍ଧୁତ୍ବ ଦିବସର ହାର୍ଦ୍ଦିକ ଅଭିନନ୍ଦନ ।-
ଅବିରତ ଧାରା ବର୍ଷିଣ ଚାଲିଛି
ଦିଗ୍ ବଧୂ ମେଘର ଓଢ଼ଣା ଟାଣିଛି ।
ବକ୍ଷକୁ ବିଦାରି ଜଳ ବର୍ଷିଣ ଯାଉଛି ,
ପଦ ପ୍ରକ୍ଷାଳନେ ସତେ ପ୍ରଜା ଲୋତକ ଢାଳୁଛି ।
ମାସ ମାସ ପ୍ରଭୁ ଲୁଚିଣ ରହିଲେ
କେଉଁ ପରାଭାବେ ସତେ ଏତେ ଦୁଃଖ ଦେଲ ?
ରତ୍ନବେଦୀ ଛାଡି ଜନ୍ମବେଦୀରେ ବିରାଜିତ ,
ଖାଇ ପୋଡ଼ପିଠା ମନ ତୋଷ କର ଆଜି ।
ମାଆଙ୍କୁ ଦେଖିଣ ପ୍ରଭୁ ଦୁଆର କିଳିଲ
ଭୟ କାତରରେ ପ୍ରଭୁ ଗମ୍ଭୀରା ପଶିଲ ।
ରୋଷେ ମାଆ ମୋର ଭାଙ୍ଗିଲେ ଘୋଷକୁ ,
ଅଭିମାନ କରି ଫେରିଲେ ଘରକୁ ।
ଦିବ୍ୟ ବେଶେ ତୁମ୍ଭ , ତୋଷୁଛ ଜଗତ
ସୁନାବେଶ ତୁମ୍ଭ , ଦମୁଛି ଦର୍ପ ତ ।
ଲାଗେ ଅଧର ପଣା , ପୁଣି ଭାଙ୍ଗେ ବହୁ ହାଣ୍ଡି
ଭୁତ , ପ୍ରେତ , ଅଶରୀରି ସବୁ ମୁକ୍ତି ଲଭୁଥାନ୍ତି ।
ପୁଣି , ରସଗୋଲା ଦେଇ ମାନଭଞ୍ଜନ କରିବ,
ନାରୀର ମହତ୍ତ୍ଵ ତୁମ୍ଭେ ଦର୍ଶାଇ ଯେ ଦେବ ।
ଆହେ ମହାବାହୁ , ନେତ୍ର ନଦେଖି ତୁମକୁ ,
ଅବିରତ ବୋହି ଚାଲେ ପଦ ପ୍ରକ୍ଷାଳିବାକୁ ।
ସର୍ବ ଶେଷେ ତୁମ୍ଭେ ବିରାଜି ବେଦୀରେ
ଜଗତକୁ ଚାହିଁବ ଅପଲକ ନେତ୍ରେ ।
-
ଏହି ସମୟରେ ଦିବାର ଅବସାନ ଘଟାଇ ସୂର୍ଯ୍ୟ ନାରାୟଣ ପ୍ରସ୍ଥାନ କରୁଥାନ୍ତି ଏବଂ ରାତ୍ରିର ରଚନା ନିମନ୍ତେ ନିଶାରାଜ ଆଗମନ କରୁଥାନ୍ତି । ଆକାଶ ବୁକୁରେ ସୂର୍ଯ୍ୟ , ଚନ୍ଦ୍ର , ତାରା , ମେଘଖଣ୍ଡ , ବଉଦମାଳା ସଭିଏଁ ଉପସ୍ଥିତ । ମହର୍ଷି " ବ୍ୟାଖ୍ୟା " କଲେ ଯେ , ସୃଷ୍ଟି ସଂରଚନାରେ ସଭିଏଁ ଆବଶ୍ୟକ । ଯଦି ଆକାଶ ରୂପକ ଉଦ୍ୟାନରେ ସୂର୍ଯ୍ୟ ନ ଫୁଟନ୍ତେ ତେବେ ଦିବାର ଆଗମନ ହୁଅନ୍ତା ନାହିଁ । ଯଦି ଚନ୍ଦ୍ର ନ ଉଅଁନ୍ତେ ତେବେ ରାତ୍ରି ଅସମ୍ଭବ ହୁଅନ୍ତା । ଏବଂ ଯଦି ତାରା ମାନ ନ ଫୁଟନ୍ତେ ତେବେ ଚନ୍ଦ୍ରର ଲାବଣ୍ୟ ଫିକା ପଡ଼ନ୍ତା । ଠିକ୍ ସେହିପରି ଯଦି ମେଘମାଳା ମାନେ ଗଗନ ବୁକୁରେ କ୍ରୀଡା ନ କରନ୍ତେ ତେବେ ବର୍ଷାର ସମ୍ଭାବନା ଜନ୍ମନ୍ତା ନାହିଁ । ସଭିଙ୍କ କାର୍ଯ୍ୟ ସ୍ଵତନ୍ତ୍ର ମାତ୍ର ସମସ୍ତେ ଅଭିନ୍ନ ଓ ପରଂବ୍ରହ୍ମଙ୍କ ଅଂଶ । ପରଂବ୍ରହ୍ମଙ୍କ ଠାରୁ ହିଁ ଏ ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି ଏବଂ ଆମେ ସଭିଏଁ ତାଙ୍କରି ଅଂଶ । ଯେତେବେଳେ ତୁମେ ସ୍ଵୟଂକୁ ଚିହ୍ନିବ ସେତେବେଳେ ତୁମେ ସ୍ବୟଂ ସ୍ବୟଂ ହୋଇ ରହିବ ନାହିଁ । ସ୍ବୟଂ ମଧ୍ୟରେ ତୁମେ ସେଇ ପରଂବ୍ରହ୍ମଙ୍କ ସ୍ବରୂପକୁ ଚହ୍ନିପାରିବ ।
ମହର୍ଷିଙ୍କ " ବ୍ୟାଖ୍ୟା " ଶୁଣିବା ପରେ ସଭିଏଁ ନିଜ ନିଜ ଭୁଲ ବୁଝିପାରିଲେ ଏବଂ ମହର୍ଷିଙ୍କ " ବ୍ୟାଖ୍ୟା " ସଫଳ ହେଲା ।
ଆଶା କରେ ଆମ " ବ୍ୟାଖ୍ୟା " ମଧ୍ୟ ସଫଳ ହେବ ।-
ବ୍ୟାଖ୍ୟା
ଏକଦା ଏକ ଋଷି ଆଶ୍ରମର ଉଦ୍ୟାନରେ ଥିବା ବୃକ୍ଷ ଗୁଡ଼ିକ ପରସ୍ପର ମଧ୍ୟରେ କଳହ କରିବାକୁ ଲାଗିଲେ । ପୁଷ୍ପ ବୃକ୍ଷ ଗୁଡ଼ିକ କହିଲେ ଆମ ପୁଷ୍ପ ଦେବ କାର୍ଯ୍ୟରେ ଲାଗେ ଓ ପରିବେଶକୁ ସୁଗନ୍ଧିତ ଏବଂ ମାଧୁର୍ଯ୍ୟ ପୂର୍ଣ୍ଣ କରେ ତେଣୁ , ଆମେ ଶ୍ରେଷ୍ଠ । ଫଳ ବୃକ୍ଷ ଗୁଡ଼ିକ କହିଲେ ଆମ ଫଳ ମଧ୍ୟ ଦେବ କାର୍ଯ୍ୟରେ ଲାଗେ ଓ ଆମ ହେତୁ ପ୍ରାଣୀ ସମାଜ ବଞ୍ଚି ରୁହେ , ତେଣୁ ଆମେ ଶ୍ରେଷ୍ଠ । ସଭିଏଁ ଏହିପରି ଭାବେ ଗୃହଯୁଦ୍ଧରେ ଲିପ୍ତ ରହି ନିଜ ଧର୍ମ ତ୍ୟାଗ କଲେ । ଯାହା ହେତୁ ଆଶ୍ରମରେ ନାନା ସମସ୍ୟା ଉତ୍ପନ୍ନ ହେଲା । ସମଗ୍ର ଆଶ୍ରମରେ ଫଳ ଓ ପୁଷ୍ପର ଅଭାବ ପରିଲକ୍ଷିତ ହେଲା । ସମଗ୍ର ଆଶ୍ରମ ନିରସତାରେ ଭରିଗଲା । ମହର୍ଷି ଏ କଥା ଜାଣିପାରି ଉଦ୍ୟାନ ଅଭିମୁଖେ ପ୍ରସ୍ଥାନ କଲେ ଏବଂ ଦେଖିଲେ ଯେ ସଭିଏଁ କଳହ ରତ । ମହର୍ଷିଙ୍କ ସମ୍ମୁଖରେ ସଭିଏଁ ନିଜ ନିଜର ଗରିମା ଦେଖାଇ ଉଭୟ ଉଭୟଙ୍କୁ ତାତ୍ସଲ୍ୟ କରି ବହିଷ୍କାର କରିବା ପାଇଁ ଦାବି କଲେ । ସବୁ ଶୁଣି ସାରିବା ପରେ ମହର୍ଷି କିଛି ମୂହୁର୍ତ୍ତ ନିରବ ରହି ; ଅଧୋନତ ହୋଇ ରହିଥିବା ବୃକ୍ଷ ଗୁଡ଼ିକୁ ମୁଣ୍ଡ ଉଠାଇ ବିଶାଳ ଆକାଶର ବୁକୁକୁ ଚାହିଁବା ପାଇଁ ନିର୍ଦ୍ଦେଶ ଦେଲେ ।-
କାରାବାସରେ ଦଣ୍ଡିତ ହୋଇ ନିର୍ବାସିତ ପ୍ରାଣୀ ସମାଜ କିଏ କାହାର ଗବାକ୍ଷ ଓ କିଏ କାହାର ଦେହଳୀ ସେପାଖେ ରହି ଦର୍ଶନ ପ୍ରତିକ୍ଷାରେ ପ୍ରତିକ୍ଷା ରତ । ଆଜି ସେ ଗବାକ୍ଷ ଓ ଦେହଳୀ ମଧ୍ୟ ନିଜକୁ ଧନ୍ୟ ମନେ କରୁଛନ୍ତି ମିଳନର ମାଧ୍ୟମ ସାଜି ।
ମୂହୁର୍ତ୍ତକ ମଧ୍ୟେ ସଂଧ୍ୟାର ଆଭାସ । ସତେ ଯେପରି ଚନ୍ଦ୍ରମା ଜ୍ୟେଷ୍ଠ ଭ୍ରାତା ସୂର୍ଯ୍ୟ ନାରାୟଣଙ୍କୁ ଅନୁରୋଧ କରୁଛନ୍ତି ନଟ ନାଟୁଆର ଦର୍ଶନ ଓ ସେବା କରିବାର ସୁଯୋଗ ଦେବାପାଇଁ ।ଅନୁଜଙ୍କ କଥା ରକ୍ଷାକରି ଦିବାକର ଦିବାର ଅବସନ୍ନ ଘଟାଇ ରାତ୍ରିର ଆଗମନ ପାଇଁ ପଥ ପ୍ରସ୍ତୁତ କଲେଣି । ଧୀର ଧୀରେ ସଖାବୃନ୍ଦଙ୍କ ସହ ନିଶାରାଜ ପ୍ରବେଶ କରୁଛନ୍ତି , ନିଜ ଶୁଭ୍ର ଜୋଛନାରେ ତାଙ୍କର ସେଇ ଚରଣ ଯୁଗଳକୁ ଧଉତ କରିବା ପାଇଁ ।
ସର୍ବ ଦିଗରୁ ଯେପରି ମଣିମା ! ମଣିମାର ଧ୍ୱନି ଘଣ୍ଟ ଘଣ୍ଟା ଓ ଶଙ୍ଖ ମାଧ୍ୟମରେ ଭାସି ଆସୁଛି ।
" ସେହି ପରମ ପୁରୁଷଙ୍କ ଦୟା ହେଲେ ସଭିଏଁ ଆସନ୍ତା ବର୍ଷ ରଥରେ ବାମନ ବେଶେ ତାଙ୍କର ପ୍ରତ୍ୟକ୍ଷ ଦର୍ଶନ କରିପାରିବା ।"
ପବିତ୍ର ଘୋଷ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା ।
ଜୟ ଜଗନ୍ନାଥ 🙏🙏-