ତୁମକୁ କିଏ ତାରିଫ କରୁ କିମ୍ବା
ତୁମେ କାହାକୁ ତାରିଫ କର ଇଏ ମୁଁ ସହି ପାରେନା,
ତୁମକୁ କିଏ ପଲକ ଭରି ଚାହୁଁ
କିମ୍ବା ତୁମେ କାହାକୁ ଅପଲୋକ ନୟନରେ ଚାହଁ
ଇଏ ମୁଁ ଦେଖି ପାରେନା,
ତୁମେ କାହାର ନୀଳ କଇଁ ହୁଅ କିମ୍ବା
ତୁମକୁ କିଏ ଆକାଶ ପରି ଚାହିଁ ରହୁ
ଇଏ ମୁଁ ଭାବି ପାରେନା,
ଏ ଭାବନା ଏ ଚେତନା
କଣ ଆସେ ସେ ପ୍ରିୟା ବିନା !
ତୋ ପାଖରେ ତୋ ସିନା ଆଜି ମୁଁ ନାହିଁ
ହେଲେ ତୁ ମୋ ରଙ୍ଗବେରଙ୍ଗ ଆତ୍ମାର
ମଖମଲ ବସ୍ତ୍ର କନା....|
-