ଝଲକ !
ଗୋଟିଏ ଝଲକରେ ଘଟିଗଲା ସବୁକିଛି
ଉଲ୍କାଟିଏ ଧପ କରି ଜଳିଉଠି ,
ଲିଭିଗଲା ଆକାଶରେ !
ଘୁର୍ଣ୍ଣିବଳୟରେ ଚୁରମାର ହେଲା ଘର !
ଝଲକରେ ବଦଳିଗଲା ସ୍ୱପ୍ନର ବଳୟ !
ପହୁଡ଼ ପରେ ଶୋଇଗଲା ଦୂର ଦେବାଳୟ ,
ପ୍ରଭୁ କୃପା ଝଲକରେ ବିସ୍ମୃତ ହେଲା ଆସକ୍ତି !
ପିଣ୍ଡ ଛାଡି ଉଠିଗଲା ପ୍ରାଣ ଉର୍ଧ୍ୱକୁ ଝପଟି !
ପୁଣି ଏକ ଝଲକରେ ଅଦୃଶ୍ୟ ହେଲା ଛାୟା ,
ଗୋପ୍ୟ ରୁ ଅଗୋପ୍ୟ ହେଲା ଗୋଟାପଣେ କାୟା !
ପୁନଶ୍ଚ କାଳବଶେ ଆରମ୍ଭିଲା ଯାତ୍ରା ,
ଅବୋଧ୍ୟ ଅନିତ୍ୟ ଅଚିନ୍ତ୍ୟ ସେ ମାୟା !!-
4 NOV 2018 AT 23:12
5 NOV 2018 AT 8:33
ଝଲକ:
---------
ତୁମେ ଜାଣିଛ କାହିଁକି
ମୁଁ ସେଇ ଅନ୍ଧାରିଆ ଗଳିରେ
ନିଇତି ରାତିରେ ଠିଆ ହୋଇଥାଏ
ସମୟର ଛାଞ୍ଚରେ ଆବଦ୍ଧା
ଶାଳଭଞ୍ଜିକା ପରି,ଭାବନା ସବୁ ଅସ୍ପଷ୍ଟ କରୁଥିବା
ମୁହଁଟିଏ ନେଇ?
ମୁଁ ତ ନୁହେଁ ଚାତକୀ
ଚନ୍ଦ୍ର ଆଲୁଅର ଅପେକ୍ଷାରେ
ମୁଁ ତ ନୁହେଁ ଅହଲ୍ୟା
ରାମଙ୍କ ପଦର ପରଶ ଆଶାରେ
ମୁଁ ତ ନୁହେଁ ସୀତା
ମୋତେ ବା କିଏ ହରଣ କରିଛି
ଦେଖିବାକୁ ଜଗି ରହିଛି ରକ୍ଷକର ଛାୟା
ହଁ, ମୁଁ ଏତିକି ସାହସ କରିଛି
କୃଷ୍ଣାର ବସ୍ତ୍ରହରଣ କଥା ନ ଚିନ୍ତି
ରାତ୍ରିର ନିଶାଚରଙ୍କ ଭୟ ଛାଡ଼ିଛି
ଏଇଠି ଆସିବାକୁ..
କିନ୍ତୁ ତୁମେ ଜାଣିଛ କାହିଁକି
ମୁଁ ସାଜିଛି ଏତେ ଦୁଃସାହସିକା
ମୋର ରକ୍ତରେ ଏତେ ନିର୍ଭୟତା,ଦମ୍ଭର ସୁଅ
କେମିତି ଛୁଟୁଛି?
(ଅନୁଶୀର୍ଷକରେ)-