तुम समंदर की बात करते हो,
लोग इन आंखों में डूब मरते हैं!👀
यह प्यार है जनाब,💘
इसे बहुत कम लोग समझते हैं!— % &-
ख्वाब तो सब मीठे देखे थे,
ताज्जुब है..
आँखों का पानी खारा कैसे हो गया🤔
शायद मेरी खुशी में किसी की नजर लग गया😥— % &-
ପାଖେ ଥିଲା ଯାଏଁ ବୁଝି ପାରିଲିନି
ପ୍ରେମର ମୂଲ ମୁଁ ସାଥି।
ବୀରହର ଜ୍ୱାଳା କରେ ବିଦାରୀତ
କଲବଲ କରେ ତୋ ସ୍ମୃତି॥
ମନେପଡ଼େ ତୋର ଲାଜୁଆ ଚାହାଣୀ
ମନେପଡ଼େ ପ୍ରେମପ୍ରୀତି।
କେମିତି ଭୁଲିବି ସେ ଅଭୁଲାଦିନ
ଝୁରି ମରୁଛି ମୁଁ ନିତି॥
-
#ମୁଁ_ପ୍ରେମିକ
ମୁଁ ଦୁଃଖି ଆଖିର ଲୋତକ,
ମୁଁ ବର୍ଷା ଅପେକ୍ଷାରେ ଚାତକ,
ହୃଦୟରେ ହରେଇବାର ଭୟ,
ତଥାପି ମୁଁ ନିର୍ଭୀକ,
ହଁ ମୁଁ ଗୋଟେ ପ୍ରେମିକ।😥
ଜୀବନ ମୋ ପ୍ରେମ ପାଇଁ କଳଙ୍କିତ,
ବିନା ଦୋଷେ ମୁଁ ଅଭିଷପ୍ତ,
ଲୁହକୁ ଲୁଚାଇ ହସିପାରେ
ମୁଁ ଜୀବନ ଯାକ,
କାରଣ......ମୁଁ ଗୋଟେ ପ୍ରେମିକ।😥-
॥ଏତେ ବି ସହଜ ନୁହେଁ॥
ସାରାଜୀବନକୁ କଥା ଦେଇ ପୁଣି
ଅଧାବାଟେ ତା ଠାରୁ ଦୂରେଇଯିବା।
ହୃଦୟକୁ ଥରେ ଦେଇ ଦେଲାପରେ
ଆଉଥରେ ତା ଠାରୁ ମାଗି ଆଣିବା।
ମନ ଥରେ ନିଜର କରିନେଲା ପରେ
ପୁଣି ଥରେ ତାକୁ ପର କରିବା।
ଅନ୍ତରେ ଅସଂଖ୍ୟ ପ୍ରେମକୁ ଲୁଚାଇ
ଉପର ମନରେ ଘୃଣାକରିବା।
॥ଏତେ ବି ସହଜ ନୁହେଁ॥😭😭-
ବହୁ ଦିନରୁ ଲେଖିନି ପ୍ରେମର କବିତା
ଲେଖିନି ବୀରହ ଗୀତ।
ପ୍ରେମ ବଖାଣିଲେ କିଏ ଈର୍ଷା କରିବକି
କାଳେ ବୀରହ ହୋଇବ ସତ।
ଲେଖିଦେଲି ଆଜି ମନର କଥାକୁ
ରହି ପାରଲିନି ନୀରବରେ।
ପ୍ରଭୁଙ୍କ କୃପାରୁ ସଂସାରଟା ଚାଲୁ
ଆଶୀର୍ବାଦ ଆଶାକରେ।
-
ଫୁଲ ଭୁଲେନାହିଁ ପ୍ରଜାପତିର ପ୍ରେମକୁ
ପ୍ରଜାପତି ଯାଏ ଭୁଲି,
ଉଡ଼ି ବୁଲୁଥାଏ ଫୁଲରୁ ଫୁଲକୁ
ବାସନା ପାଇବ ବୋଲି।
ଅପେକ୍ଷାରେ ଥାଏ ଫୁଲ ପାଗେଳିଟି
ତା ପ୍ରେମ ଫେରିବ ବୋଲି,
ବୁଝିପାରେ ନାହିଁ ପ୍ରେମ କଣ୍ଟକିତ
କଷ୍ଟ ଦେଉଥାଏ ଖାଲି।-
ଫୁଲ ଭୁଲେନାହିଁ ପ୍ରଜାପତିର ପ୍ରେମକୁ
ପ୍ରଜାପତି ଯାଏ ଭୁଲି,
ଉଡ଼ି ବୁଲୁଥାଏ ଫୁଲରୁ ଫୁଲକୁ
ବାସନା ପାଇବ ବୋଲି।
ଅପେକ୍ଷାରେ ଥାଏ ଫୁଲ ପାଗେଳିଟି
ତା ପ୍ରେମ ଫେରିବ ବୋଲି,
ବୁଝିପାରେ ନାହିଁ ପ୍ରେମ କଣ୍ଟକିତ
କଷ୍ଟ ଦେଉଥାଏ ଖାଲି।-
ତୁ ଥିଲୁ ମୁଁ ଥିଲି
ଥିଲା ଏହି ବର୍ଷା।
ସେ ବର୍ଷାରେ ଭିଜୁଥିଲି
ଥିଲା ପ୍ରେମନିଶା॥
ତୁ ନାହୁଁ ପ୍ରେମ ନାହିଁ
ଆସିଛି ସେ ବର୍ଷା।
ତତେ ଫେରି ପାଇବାର
ମନେ ନାହିଁ ଆଶା॥-
ନା ମୁଁ କବି
ନା ମୁଁ ଲେଖକ,
ତୋ ପାଇଁ ପାଗଳ
ମୁଁ ତୋ ପ୍ରେମିକ॥
ନା ତୁ ବୁଝିପାରୁ
ନା ମୁଁ ବୁଝାଇପାରେ,
ତୋ ପ୍ରେମ ପାଇବା ପାଇଁ
ଖାଲି ଜଳିଜଳି ମରେ॥
ନା ମୁଁ ବଞ୍ଚିପାରେ
ନା ତୋ ବିନା ମରିପାରେ,
ତୋ କଥା ଭାବିଭାବି
ମନକଥା ଲେଖେ ସାଧା କାଗଜରେ॥-