ଅର୍ଦ୍ଧ ରାତି ରେ ଯେବେ ଏକ ଭୟଙ୍କର ସ୍ୱପ୍ନରେ ନିଦ ଭାଙ୍ଗିଯାଏ, ତୁମ ଛାତିରେ ମୁଣ୍ଡ ଦେଇ ଶୋଇଲା ବେଳେ ତୁମେ ଏକ ଚୁମ୍ବନ ଆଙ୍କିଦିଅ ମୋ ମଥାରେ। ସେତେବେଳେ ମତେ ଲାଗେ ୟାଠୁ ଭଳି ସୌଭାଗ୍ୟ ଆଉ କଣ ଅଛି, ନିଜର ମନର ମଣିଷ ସହ ସବୁ ବେଳେ ରହିବା ହିଁ ତ ମୋର ଆଶା ଥିଲା। ଯେତେବଳେ ଦରକାର ତୁମ ସାହାରା ମତେ ମିଳିଯାଉଛି, ମୁଁ ଜୀବନର ସବୁ କଷ୍ଟ ଅସୁବିଧା କୁ ପାର କରିଦେବି।ତୁମେ କୁହ ମତେ ପାଇଛ ତୁମର ଭାଗ୍ୟ।।।କିନ୍ତୁ ତୁମେ ତ ମୋ ଜୀବନରେ ଏକ ସୁନ୍ଦର ଉପହାର ଯାହାକୁ ମୁଁ ନିଜ ପାଖେ ସବୁବେଳେ ଚାହେଁ।।ତୁମେ ତ ମୋର ଦିଗ୍ ଦର୍ଶକ ଆଉ ମୋର ଆଲୋକର ଉତ୍ସ।।ତୁମ ସହ ଜୀବନ ରାସ୍ତା ସତରେ ଏକ ସୁନ୍ଦର ପୂର୍ଣ୍ଣମୀ ରାତି ହୋଇଯାଇଛି, ଯେଉଁଠି ତୁମ ହାତ ଧରି ମୁଁ ଏମିତି ଅସରନ୍ତି ରାସ୍ତା ଚାଲୁଥିବି ଆଉ ଡରିଗଲେ, ତୁମ ଛାତିରେ ମଥା ଦେଇ ଶୋଇ ଯାଉଥିବି.....
#ଜୀବନର ସାଥି
-