Udipta Kumar Bahali  
27 Followers · 3 Following

Joined 6 June 2018


Joined 6 June 2018
24 APR 2022 AT 23:36

हँसते हँसाते कट जाये जिंदगी,
बस यही तमन्ना है।
दुःख तो आता जाता रहेगा,
उसके लिये क्यों रोना है।।— % &

-


24 DEC 2021 AT 20:54

Don't fly high with your expectations,
The reality may hurl you back on the ground.

-


20 DEC 2021 AT 21:21

हमनें छोड दिया किसी गैर केलिए रोना,
जब पता चला कि आंसू कीमती होते हैं।।

-


3 NOV 2021 AT 15:59

ଆଲୋକ ର ପର୍ବ ଦୀପାବଳୀ ଉପଲକ୍ଷେ
ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

-ଉଦ୍ଦୀପ୍ତ କୁମାର ବହଳୀ

-


30 OCT 2021 AT 10:45

सर्वधर्मान्परित्यज्य मामेकं शरणं व्रज |
अहं त्वां सर्वपापेभ्यो मोक्षयिष्यामि मा शुच: ||
~ श्री कृष्ण,
भगवतगीता,अध्याय-१८, श्लोक-६६
Abandon all varieties of dharmas and simply surrender unto me alone. I shall liberate you from all sinful reactions; do not fear.




P.S. Dharma here doesn't mean religion as only Hindu Sanatan Religion existed when it was said.

-


20 OCT 2021 AT 23:00

ଭାବନା ରାଇଜ
- ଉଦ୍ଦୀପ୍ତ କୁମାର ବହଳୀ

ଆକାଶ କୁ ଚାହିଁ ଜ୍ୟୋତ୍ସ୍ନା ଆଲୋକେ, କାହା କଥା ମୁହିଁ ଭାବୁଥିଲି,
ଜହ୍ନ ଉପରେ କା’ର ମୁହଁ ଦେଖି, ମୁରୁକି ମୁରୁକି ହସୁଥିଲି। ||୧||

କାହାର ସେ ମୁହଁ ଜାଣି ନାହିଁ ମୁହିଁ, ଚିହ୍ନା ଚିହ୍ନା କିନ୍ତୁ ଲାଗୁଥିଲା,
ତାକୁ ଦେଖିବାରୁ, ଜାଣି ମୁଁ ପାରିଲି, ସିଏ ବି କଣେଇ ଚାହୁଁଥିଲା। ||୨||

ଖାଲି ଯେ ସେ ମୋତେ ଚାହୁଁଥିଲା ନୁହେଁ, ତା ମୁହଁରେ ବି ହସ ଫୁଟିଥିଲା,
ଜହ୍ନ ରାଇଜରୁ ଓଲ୍ହାଇ ଆସି ସେ, ଆଳାପ କରିବ ଭାବୁଥିଲା। ||୩||

ତାକୁ ଦେଖୁ ଦେଖୁ ଜହ୍ନ କୁ ଆସି, କଳା ବାଦଲ ଗୁଡାକ ଢାଙ୍କି ଦେଲା,
ମୋର ଭାବନା ରେ ପୂର୍ଣ୍ଣ ଛେଦ ଦେଇ, ସେ କେଜାଣି କୁଆଡେ ଚାଲିଗଲା। ||୪||

ଭାବନା ରାଇଜୁ ଆସିଥିଲା ସିଏ, କୁଆଡେ କେଜାଣି ଗଲା ହଜି,
ତାର ସନ୍ଧାନରେ ନୟାନ୍ତ ହେଲିଣି, କାଇଁ ପାଉନାହିଁ ତାକୁ ଖୋଜିଖୋଜି। ||୫||

-


18 OCT 2021 AT 22:14

किसी से दूरियाँ इतना भी न बढाओ की बाद में उसके आंख से आंख मिलाके भी न देख सको,
क्योंकि
समय का पहिया हमेशा घूमता है,
क्या पता कभी उसके पास काम आजायेगा, तब क्या करोगे।

-


14 OCT 2021 AT 17:56

ନିଶାପ
-ଉଦ୍ଦୀପ୍ତ କୁମାର ବାହଳୀ

ଜୀବନଟା ସରା ସପନ ସାଉଁଟି, ତୋଳୁଛି ଯେ ବାଲିଘର,
କାଲି ସେ ଘରକୁ ସମୁଦ୍ର ଜୁଆର, କରିଦେବ ଛାରଖାର।। ||୧||

ମାଟିରୁ ଆସିଛି ମାଟିରେ ମିଶିବି, ଭୁଲି ଯାଇଥିଲି ଦିନେ,
କେଜାଣି କାହିଁକି ଆଜି ତାହା ପୁଣି, ପଡ଼ିଗଲା ମୋର ମନେ।। ||୨||

କେତେ ପାପ କେତେ ପୁଣ୍ୟ ମୁଁ କରିଛି, ହିସାବ ରଖିନି ତାର,
କେବେ ପୁଣି ସତ, ମିଛ କୁ ମୁଁ ଭାବି, ଡେଇଁଛି ଲକ୍ଷ୍ମଣ ଗାର।। ||୩||

କାଲି ଯେତେବେଳେ ଛାଡ଼ିଯିବି ଚାଲି, ସମସ୍ତଙ୍କୁ କରି ପର,
ବିଶ୍ୱ ନିୟନ୍ତାଙ୍କ ଧର୍ମ ଦାଣ୍ଡରେ, ନିଶାପ ହୋଇବ ମୋର।। ||୪||

-


14 SEP 2021 AT 22:56

जिंदगी है...जीना तो पड़ेगा,
मर थोड़ी ही जाऊँगा उसके बिना।

-


12 SEP 2021 AT 13:40

ପ୍ରେମିକର ବିଳାପ

-ଉଦ୍ଦୀପ୍ତ କୁମାର ବହଳୀ

ଭଲ ପାଉଥିଲି, ଛାଡ଼ିଗଲ ମୋତେ
ପ୍ରେମ ମୋର ଭୁଲିଗଲ।
ଦୋଷ କି କରିଲି ମୁଁ ଯେ ତୁମର,
ତୁମେ ଛାଡି ଚାଲିଗଲ।।
ତୁମ ପଛେ ପଛେ ଧାଉଁଥିଲି ମୁହିଁ,
ଭାବି ତୁମେ ମୋର ଏକା।
ଆଜି ଯେତେବେଳେ ଛାଡି ଚାଲିଗଲ,
ଲାଗେ ସବୁ ମରୀଚିକା।।
ପ୍ରେମେ ମୋ ନଥିଲା ଛଳନା ତ କେବେ,
ନଥିଲା ତାହା ଠକାମି।
ଏବେ ଭାବୁଛି ମୁଁ ପ୍ରେମ କରି ବୋଧେ,
କରୁଥିଲି ମୁହିଁ ବୋକାମି।।
ପ୍ରେମ କରିଥିଲି, ପ୍ରେମ ମୁଁ କରୁଛି,
ପ୍ରେମ କରୁଥିବି ଅବିରତ।
କିନ୍ତୁ ପ୍ରେମ କରି ଯଦି ପାପ ମୁଁ କରିଛି,
ତେବେ କରିବି ମୁଁ ପ୍ରାୟଶ୍ଚିତ।।

-


Fetching Udipta Kumar Bahali Quotes