କଥାଦେଇଛି, ଜୀବନର ଶେଷ ସୂର୍ଯ୍ୟାସ୍ତ
ତା' ସହ ଦେଖିଵି ବୋଲି
କେତେ ସୂର୍ଯ୍ୟ ତା' ବିନା ଉଇଁଗଲା
ତାକୁ ଆଉ ଗଣିବି କାହିଁ....??
ତା ଆଖିରେ ହିଁ ନୀଳନିର୍ବାଣ...
ଦୁଇଘଡି ଜୀବନକୁ ଡରିବି କାହିଁ???-
ଚିଲିକା!! ତୁ ଥିବୁ କିନ୍ତୁ ଦିନେ ମୁଁ ନଥିବି
ମୋ ଦେହ କେବେ ଠୁ ମାଟିକବଳରେ ଥିବ
ନା ତୋର ମନେଥିବ ମୋ ଦେହରୁ ନିଗିଡି ଥିବା
ବୁନ୍ଦା ବୁନ୍ଦା ରକ୍ତର କାହାଣୀ
ନା ତୁ କେବେ ଖୋଜିବୁ ମୋ ଅଲେଖା ଇତିହାସର ପୃଷ୍ଠା
ଏମିତି ଆସୁଥିବ ଶୀତ, ଏମିତି ପକ୍ଷୀ ଆସୁଥିବେ
ତୁ ହୁଏତ ଆହୁରି ବେଶୀ ସୁନ୍ଦର ଦିଶୁଥିବୁ
ସେମିତି ତୋ ଦେହ ଛୁଇଁ ଉଇଁ ଆସୁଥିବେ ରବି
ଚିଲିକା!!! ତୁ ଥିବୁ, କିନ୍ତୁ ଦିନେ ମୁଁ ଆଉ ନଥିବି....-
କେବେ କଲମ ଵି ଚୁପ ରହିଯାଏ
କାହା ଦୁଃଖ ଦେଖି....
ନିଗିଡି ଯାଏ ଏ କାହା ଲୁହ?
ସ୍ୟାହିଠାରୁ ବୋଧେ ବେଶୀ ଗାଢ଼
ବେଶୀ ବେଶୀ ଉଷ୍ମ ତାହାରି ରୁଧିର
ବଜ୍ରଠାରୁ ଆହୁରି କଠିନ
ଆହୁରି ବେଶୀ ବେଶୀ ଟାଣ
ତାଙ୍କର ମେରୁ ହାଡ଼ ...
ହଁ ଇଏ ବୋଧେ ତାର ଅତି ପରିଚିତ କବି
ଯାହା ସହ ତାର କାହିଁ କେତେ କାଳର ସମ୍ପର୍କ
ସେ କେତେ ଯେ ଲୁହ କୋହ ଗୁନ୍ଥି
କେତେ ଯେ କବିତାକୁ ଉତ୍ତାରିଛି
ହୃଦୟର କଥା କେତେ କେତେ ଚାପି
କେତେ ସନ୍ତର୍ପଣରେ ଶବ୍ଦକୁ ବାଛିଛି....-
ତୁମେ କଣ କିଣିଲ?
ତୁମ ପାଦତଳର ମାଟି
ନା ତାଙ୍କ ଝାଳନାଳର ମେହେନତ??
ନା ମ ମୁଁ ବାସ୍ ସାଉଁଟିଲି
ମୁଠେ ମାଟିର ଜୀବନ....
-ନିଶିପଦ୍ମା ଓ ତୁହିନାଂଶୁ-
ଏବେ ଠୁ ତୋ ଭାଗର ସବୁତକ ଅନ୍ଧାର
ସାଇତିଲି ଛାତିରେ ମୋହରି
ମୋ ଜୀବନର ଯେତେକ ଆଲୁଅ
ତୋ ପାଦତଳେ ବୁଣିଦେଲି
ଚେନାଏ ଇନ୍ଦ୍ରଧନୁ କରି... ❤️ 🌈-