Tina Giri  
17 Followers · 12 Following

Joined 26 December 2018


Joined 26 December 2018
28 APR AT 11:35

ସଜେଇ ଗୋଲାପ ରଖିଥିଲି ତୋ ଫେରିବା ବାଟରେ,
ସେ ଗୋଲାପ ବି ଶୋଈଗଲେଣି ତୋ ଅପେକ୍ଷା ରେ
ଅଧାଗଢ଼ା ସେ ବାଲିଘର ବେଳାଭୂମି ତୀରେ,
ଭଗ୍ନପ୍ରାୟ ଆଜି ତୋ ଅପେକ୍ଷା ରେ |
ଫଗୁଣ ଆସି ଫେରିଗଲାଣି କେଉଁ ଅଫେରା ବାଟରେ,
କାଶତଣ୍ଡୀ ସେମିତି ଝୁରୁଛି
ସେ ନଈ ପଠା ରେ,
ଅଭିମାନୀ ମୌସୁମୀ ବସିଛି
ଏବେବି ତୋ ଅପେକ୍ଷା ରେ,
ତୁ ଆଉ ଫେରିବୁନି ଜାଣନ୍ତି ଏ ଭ୍ରମର ମାନେ
ତଥାପି ଖୋଜନ୍ତି ତୋତେ ଏଠି ସେଠି ସବୁଠି
ସୀମାହୀନ ପରିଧି ଭିତରେ |

-


4 JAN AT 10:48

ଗୋଲାପ ସଜେଇ ରଖିଥିଲି ତୋ ଫେରିବା ବାଟରେ
ସେ ଗୋଲାପ ବି ଶୋଈଗଲେଣି ତୋ ଅପେକ୍ଷା ରେ
ଅଧାଗଢ଼ା ସେ ବାଲିଘର ବେଳାଭୂମି ତୀରେ
ଭଗ୍ନପ୍ରାୟ ଆଜି ତୋ ଅପେକ୍ଷା ରେ
ଫଗୁଣ ଆସି ଫେରିଗଲାଣି କେଉଁ ଅଫେରା ବାଟ ରେ
କାଶତଣ୍ଡୀ ସେମିତି ଝୁରୁଛି,
ଅଭିମାନୀ ମୌସୁମୀ ବସିଛି
ଏବେବି ତୋ ଅପେକ୍ଷା ରେ
ତୁ ଆଉ ଫେରିବୁନି ଜାଣନ୍ତି ଏ ଭ୍ରମର ମାନେ
ତଥାପି ଖୋଜନ୍ତି ତୋତେ ଏଠି ସେଠି ସବୁଠୀ
ସୀମାହୀନ ପରିଧି ଭିତରେ

-


22 MAY 2023 AT 20:19

ତୁ ଆଉ ମୋତେ ମତେ ମନେପକେଇବୁ ,
ସେ କଥା ମୁଁ ଚାହେଁନି
କି, ତୁ ମୋତେ ଭୁଲିଯିବୁ , ସେଇଟା ବି ଚାହେଁନି ।

-


19 JUL 2022 AT 21:01

ଏତେ ବର୍ଷ ର ସାଇତା ଗୋଲାପ କୁ dairy ରୁ କାଢି ଫିଙ୍ଗି ଦବା ଆଗରୁ ଭାବିଲି "ଶ୍ରାବଣୀ ର ଶେଷ ଚିଠି" ଟିଏ ଲେଖିଥିଲେ ହେଇଥାନ୍ତା ॥

ହେଲେ କ'ଣ ଲେଖିବି?
— ସେ ସାଇତା ଗୋଲାପ ର ଭାବନା କୁ ପାଖୁଡା ରେ
ସଜେଇ ଲେଖିଥିଲେ ହୁଅନ୍ତା ,
ଝଡିଯିବା ଆଗରୁ ପାଖୁଡାରେ ଲେଖାଥିବା ପ୍ରେମ କବିତା କୁ
ଚିଠି ର ଆଗଧାଡି ରେ ଛନ୍ଦିଦେଇଥିଲେ ହୁଅନ୍ତା,
ମଉଳା ଗୋଲାପର ବେସୁରା ରାଗିଣୀ ରଶେଷ ପଦଟିକୁ
ଶୁଣି ଲେଖିପାରିଥିଲେ ହେଇଥାନ୍ତା,
ହେଲେ କେମିତି ଲେଖିବି
ଯଦି ସେ dairy ରାଣ ନ ପକାନ୍ତା, ହୁଏତ
"ଶ୍ରାବଣୀ ର ଶେଷ ର ଚିଠି" ଲେଖି ପଠେଇଦେଇ ହୁଅନ୍ତା ।


-


22 MAR 2022 AT 11:44

କିଛି ସ୍ବପ୍ନ କୁ ପୁରା କରିବାପାଇଁ ,ଆଉକିଛି ସ୍ବପ୍ନ କୁ ସ୍ବପ୍ନ ରେ ହିଁ ରହିଯିବାକୁ ହୋଇଥାଏ

-


9 MAR 2022 AT 8:37

finally ଆଜି ସମୟ ଆଉ ମୋ ଭିତରେ ଝଗଡା ହେଇଗଲା।
ଭାବୁଥିଲି ନିଜ ସ୍ବପ୍ନପାଖେ ପହଁଚିବା ପାଇଁ ସମୟ କୁ ମୋ ହିସାବ ରେ ନେବି , ହେଲେ ସେ ମୋତେ ତା ହିସାବ ରେ ନଉଚି ।
ଟିକେ ଡେରି ହେଇଯାଉନି?

-


13 AUG 2021 AT 7:43

ମୁଁ ଟିକେ ଭଲପାଏ

ମୁଁ ଟିକେ ଭଲପାଏ ,,, କିଛି ଲେଖିବାକୁ
କିଛି ପଢିବାକୁ ପୁଣି କିଛି ଦେଖି ଟିକେ ହସି ଟିକେ ବେଶି କାନ୍ଦିବାକୁ ।

ମୋର ଟିକେ ଇଛ୍ଥା ,
ବିଜୁଳି ସହ ଲଢି ଟିକେ ମେଘ ସାଥେ ନାଚିବାକୁ, ଇନ୍ଦ୍ରଧନୁ ସହ କରି ଛଳନା ଗୋଟେ ରଙ୍ଗ ଚୋରେଇ ଆଣିବାକୁ,
ଆଉ ପୁଣି ନିଜ କାହାଣୀ ର ନିଜ ସ୍ବପ୍ନ ପୁରା କରିବାକୁ।

ମୁଁ କିଏ ?
କିଛି ବି , ଅର୍ଥହୀନ କବିତା ର ଶେଷ ଧାଡି ଟିଏ ,
ବେସୁରା ସଙ୍ଗୀତ ର ଶେଷ ଧୁନ୍ ଟିଏ ,
ହେଇପାରେ ଗଣିତ ବହି ଶେଷ ପ୍ରୁଷ୍ଠା ର ନିର୍ଭୁଲ ଉତ୍ତର ଟିଏ,

ମୁଁ ଟିକେ ଭଲପାଏ ନିଜକୁ
ଆଉ ଟିକେ ବେଶି ଭଲପାଏ
ଆଇନା ଆଗର ମୋ ପ୍ରତିଛବି କୁ ॥

-


9 AUG 2021 AT 19:02

Life goes on ,,,,
In that hide &seek game between
Moon & Sun.....

-


17 JUL 2021 AT 20:55

Yeah that dream was colourfull,
In which,
u were a damn butterfly but beautiful 🦋

-


16 JUN 2021 AT 15:18

ଛାଡିଯାଇଥିଲୁ ମୋତେ ତୁ ଯଉଠି
ସେଇଠି ରହିଚି ବସି
ଆ ପଛେ ଆଉ କାହା ଛତା ତଳେ ହସି
ଦେଖିଯା ହାଲ୍ ମୋର ଥରୁଟିଏ ଆସି

-


Fetching Tina Giri Quotes