The Tushar..  
0 Followers · 2 Following

Joined 11 February 2020


Joined 11 February 2020
19 NOV 2020 AT 23:35

HUM USKI ANNKHEIN DEKH KAR FANAA HO GAYE,
NA JAANE WOH AAINA KAISE DEKHTI HOGI.

-


29 APR 2020 AT 22:57

(ସମୟ )

ସମୟ ସୁଅ ରେ ଅଚିନ୍ହା ନଈ ରେ
ଭାସିବାଟା କେତେ କଷ୍ଟ l
ସବୁ ଜାଣି ଶୁଣି ତଥାପି ମଣିଷ
ଜୀବନ କୁ କରେ ନଷ୍ଟ l

ଖଣ୍ଡ ବିଖଣ୍ଡିତ ସ୍ମୃତିକୁ ସାଇତି
ଜୀବନରେ ହେବ ଚାଲିବାକୁ ନିତି l
ମନେ କେତେ ନେଇ ନୂଆ ଉନ୍ମାଦନା
ଜୀବନରେ ହୁଏ ଚାଲିବାକୁ ସିନା l

ଛାତି ର କୋହ କୁ ଛାତି ରେ ସାଇତି
ଆଖିର ଲୁହ କୁ ପାସୋରି ଯାଇଛି l
ସବୁ ଦିନ ଏଠି ନୂଆ ଝଡ ଝାଂଜି
ଜିତିବାକୁ ହେବ ତଥାପି ଏ ବାଜି l

ଅତୀତ ର ଏଠି ନିତି କରାଘାତ
ଭୁଲିବାକୁ ହେବ ଅତୀତ ନିଶ୍ଚିତ l
ଆଗାମୀ ଦିନ ର ଭବିଷ୍ୟତ ଭାବି
ଲାଗେ ଆଜି ମତେ ଭାରି ଭୟଭୀତ l

ସମୟ ର ସେଇ ନିଛାଟିଆ ନଈ
ଆଶା ସବୁ ମୋର ଯାଏ ଧୋଇ ନେଇ l
ଆଜିବି ଭାବୁଛି କାଲି ବି ଭାବିବି
ଜୀବନ ରେ ସବୁ ବାଧା ମୁଁ ସହିବି l

ଜୀବନ ଯୁଦ୍ଧ ରେ ହାରିଥିବା ଯୋଦ୍ଧା
ପୁଣି ଥରେ ଯୁଦ୍ଧ ଲଢ଼ିବି l
ସମୟ ଆସିଲେ ଶେଷରେ ଜୀବନେ
ବିଜୟ ଟୀକା ମୁଁ ପିନ୍ଧିବି l

-


28 APR 2020 AT 0:02

( ଜୀବନ )

ଜୀବନର ଖୁସି ପାସୋରି ଯାଇଛି
ସବୁ ଦୁଃଖ ମତେ ନିଜର ଲାଗୁଛି l
ଏ ଜୀବନ ଗାଡି ଆଜିବି ଗଡୁଛି
ନିତି ନୂଆ ନୂଆ ଆଶା ସେ ବାନ୍ଧୁଛି l
ଝରି ପଡ଼ିଥିବା ଲୁହରେ ତାହାର
ମୁକ୍ତାକୁ ସେ ଆଜି ଖୋଜୁଛି l

ଜୀବନ ଗିରି ରେ ଚଢ଼ିବାକୁ ହେଲେ
କେତେ ଯେ ଯାତନା ସହିବାକୁ ହୁଏ
ସବୁ ସହି ଯିଏ ଚୂଡ଼ା ସ୍ପର୍ଶ କରେ
ଜୀବନ ଯାତ୍ରା ର ବିଜୟୀ ସେ ହୁଏ l
ଜୀବନ ଲାଗୁଛି ଫମ୍ପା ଶୁକ୍ତି ଟିଏ
ସରସୀ ସୁଅ ରେ ଭାସି ଭାସି ଯାଏ l

ଏ ଭାଗ୍ୟ ର ହେଲେ କଳି ବିକଶିତ
ଜୀବନ ର ପଥ ହୁଅନ୍ତା ପୁଷ୍ପିତ l
ଜୀବନଟା ଯେତେ କଠିନ ବି ହେଲେ
ପାଇବାକୁ ହେବ ସ୍ୱର୍ଗ ପାରିଜାତ l
ଅଜଣା ଏ ମନ କିଛି ବି ଭାବୁଛି
ଵିଧି ର ବିଧାନ ଭୁଲି ସେ ଯାଇଛି l

-


28 APR 2020 AT 0:00

( ଜୀବନ )

ଜୀବନର ଖୁସି ପାସୋରି ଯାଇଛି
ସବୁ ଦୁଃଖ ମତେ ନିଜର ଲାଗୁଛି l
ଏ ଜୀବନ ଗାଡି ଆଜିବି ଗଡୁଛି
ନିତି ନୂଆ ନୂଆ ଆଶା ସେ ବାନ୍ଧୁଛି l
ଝରି ପଡ଼ିଥିବା ଲୁହରେ ତାହାର
ମୁକ୍ତାକୁ ସେ ଆଜି ଖୋଜୁଛି l

ଜୀବନ ଗିରି ରେ ଚଢ଼ିବାକୁ ହେଲେ
କେତେ ଯେ ଯାତନା ସହିବାକୁ ହୁଏ l
ସବୁ ସହି ଯିଏ ଚୂଡ଼ା ସ୍ପର୍ଶ କରେ
ଜୀବନ ଯାତ୍ରା ର ବିଜୟୀ ସେ ହୁଏ l
ଜୀବନ ଲାଗୁଛି ଫମ୍ପା ଶୁକ୍ତି ଟିଏ
ସରସୀ ସୁଅ ରେ ଭାସି ଭାସି ଯାଏ l

ଏ ଭାଗ୍ୟ ର ହେଲେ କଳି ବିକଶିତ
ଜୀବନ ର ପଥ ହୁଅନ୍ତା ପୁଷ୍ପିତ l
ଜୀବନଟା ଯେତେ କଠିନ ବି ହେଲେ
ପାଇବାକୁ ହେବ ସ୍ୱର୍ଗ ପାରିଜାତ l
ଅଜଣା ଏ ମନ କିଛି ବି ଭାବୁଛି
ଵିଧି ର ବିଧାନ ଭୁଲି ସେ ଯାଇଛି l

-


27 APR 2020 AT 0:39

( ଶେଷ ପ୍ରେମ )

ପ୍ରଥମ ଦିନ ର ପ୍ରଥମ ସେ ଦେଖା
ଭୁଲି ପାରିବିନି କେବେ l
କଥା ଦେଇଥିଲ ଦିନେ ତମେ ସାଥି
ଛାଡି ଯିବ ନାଇଁ କେବେ l
ଆଜିବି ତୁମକୁ ଅନ୍ଧାର ରେ ଖୋଜେ
ଜୀବନ ପ୍ରଦୀପ ଜାଳି l
ତୁମ ସ୍ମୃତି ଆଉ ସାଇତା ସପନ
କେମିତି ପାରିବି ଭୁଲି l
ଆଜିବି ସେମିତି ଅବୁଝା ଅନଳ
ହୃଦୟ କୁ ମୋର ଜାଳେ l
ଭାବେ ଏକା ଏକା ଏମିତି ଝୁରିଲେ
ଫେରି ଆସନ୍ତ କି କାଳେ l
ଅବୁଝା ଏ ମନ ଜମା ବି ବୁଝେନା
ଭାବିବାକୁ ତାକୁ କଲେ ଯେତେ ମନା l
ଜୀବନ ସାଗରେ ଏ ମନ ବୋଇତ
ଯେତେ ଦୂର ଭାସି ଯାଏ l
ସାଗର ରେ ସେତେ ଦୁରକୁ ଦୁରକୁ
ତୁମକୁ ସେ ଖୋଜି ପାଏ l
ତୁମରି ସ୍ମୃତି ରେ ମନର ନାଉରି
ଖାଲି ତୁମ ଗୀତ ଗାଏ l
ଜୀବନର ସେଇ ଦୋ ମୁଁହା ଛକ ରେ
ଦେଖା ହୁଅନ୍ତା କି ଆମର l
ଜୀବନର ଅଙ୍କ ପୁଣି ଥରେ କଷି
କରି ନିଅନ୍ତି ମୁଁ ନିଜର l

-


25 APR 2020 AT 22:53

तेरे सामने बाजी पलट कर दिखाऊंगा l
हर बाजी जीत कर दिखाऊंगा l
इंतजार कर ए मेरे दुश्मन,
तुझे हराने केलिए
मौत को भी गले लगालूंगा l
मगर कभी हार नहीं मानूंगा l

-


24 APR 2020 AT 22:46

मरने से पेहेले सारी दुनिया को ये दिखाकर जाऊंगा की मे जन्म किसलिए लिआ था l

-


14 FEB 2020 AT 1:03

Hum ne tum ko Dill diya he .
Kyun ki pyar he tum se .
Chaho toh sambhal Kar rakh lo,
Ya kanhi fek do,
Par iss Dill ko kabhi mujhe lotana mat,
Kyun ki Dill toh aa jayega mere paas,
Par ab sine par nhi rahega,
Dimag pe rahega ,
Aur tumhe dhundta rahega ,
Tumhari yadoon me khoya rahega,
Har waqt tumhare hi baare me sochta rahega.

-


12 FEB 2020 AT 1:20

Ek baar 'pochinki' Jake dekho apko pata lag jayega ki life Kya he..

-


12 FEB 2020 AT 1:14

Be happy always with your dream,and think that a day will come when my dreams are come true..

-


Fetching The Tushar.. Quotes