The ink of seven colours_✒   (Deepak Meher "Rainbow" ©)
210 Followers · 70 Following

read more
Joined 20 April 2019


read more
Joined 20 April 2019
20 JUL 2022 AT 8:44

ମନ ଭିତରଟା ଶୁନଶାନ ଭୂତକୋଠି ପରି ଲାଗେ । ଚାରିଆଡେ ବୁଢିଆଣୀ ଜାଲ ପରି ଛନ୍ଦା ଛନ୍ଦି, ପୁରୁଣା ସ୍ବପ୍ନର ଓର ସବୁ ବିଛାଡ଼ି ହୋଇ ପଡ଼ିଥାଏ । ଚତୁର୍ଦ୍ଦିଗ ଧୂମ୍ରାଭ ଦିଶେ, ଚାଳରୁ ଉଠୁଥିବା ଧୁଆଁ ପରି । ରାତି ସବୁ ବେପରୁଆ ହୋଇଯାଏ । ଆକାଶରେ ଉଏଁ ନାହିଁ ଜହ୍ନ । ଢେଉ ଗୁଡିକ ବି ଆଉ ପାଗଳ ନୁହଁନ୍ତି ଜହ୍ନ ପାଇଁ । ମୁହଁ ଦେଖାଇବାର ସାହସ ହରାଇ ମେଘ ଉହାଡ଼ରେ ତାରା ସବୁ ଲୁଚିବାକୁ ଚେଷ୍ଟା କରନ୍ତି ।
ଫଗୁଣ ଆସି ଫେରିଯାଏ । ହେଲେ ଫୁଟେ ନାହିଁ ଗାଢ଼ ନାଲି ପଳାଶ । ମନ ଆଉ ପୁଲକିତ ହୁଏନାହିଁ ମଲ୍ଲୀ କି ଗୋଲାପର ତୀବ୍ର ବାସନାରେ । ଅସରା ଅସରା ବର୍ଷା ଭିଜେଇ ଦେଇ ଯାଏ ଶରୀରର ସର୍ବାଙ୍ଗକୁ । ମନ ତଥାପି ରହିଯାଏ ଶୁଖିଲା । ବହି ଗୁଡ଼ିକ ଉପରେ ମାଡିଯାଏ ଧୂଳିର ଏକ ବହଳିଆ ଆସ୍ତରଣ । ଆଉ ଲେଖିବାକୁ ହାତ ପାଏନା । ବହି କଲମ ସହିତ ସବୁ ହିସାବ କିତାବ ବି ଶେଷ ହୁଏ
ମସ୍ତିଷ୍କ ଶୃଙ୍ଖଳିତ ଆଉ ସଭ୍ୟ ହେଇଚାଲେ, ଆଉ ମନ କେଉଁ ଏକ ପୁରୁଣା କାଠବାକ୍ସର ପରିତ୍ୟକ୍ତ ନେକଲେସ ଡବା ଭିତରେ ବେଧଡ଼କ ବେପରୁଆ ହୋଇ ପଡ଼ିରହେ । ଚାରିପାଖେ ଅତୀତଟା ରିପ୍ଲେ ହୁଏ ଥ୍ରୀଡ଼ି ହୋଲୋଗ୍ରାମ ପରି । ହେଲେ ତାକୁ ଦେଖି, ନ ଦେଖିଲା ପରି ଜୀବନ ମାଡ଼ିଚାଲେ ଆଗକୁ ଆଗକୁ ।
(From my diary pages... #deepakmeher)

-


12 JUN 2022 AT 8:13

कहने वालों को कुछ नहीं मिलता,
सहने वाले कमाल करते हैं ।
उनकी कमाल का राज़ कौन ढूंढे
लोग तो सिर्फ बवाल करते हैं ।

कोई कुछ भी कहे, अंदर से तो
आप भी यह बात जानते हैं ।
के आपकी फैंकी हुई ईंटो से
वहाँ कई इमारतें बनते हैं ।

जब सहने वाले थक जाते हैं ।
किले से तोपें गिरते हैं ।
मिलते हैं हिसाब सारे ईंटों के
आप तमाशा बनके रह जाते हैं ।

आप तो पढ़े लिखे समझदार हैं
न्यूटन का तीसरा नियम जानते हैं
अपने करतूतों पर नज़र हटाए
फिर भी सवाल क्यों करते हैं ।

-


20 MAY 2022 AT 20:31

What it costs,
What lies on the other side of what you see,
And
What the lines of fate intend to play.

-


20 MAY 2022 AT 20:25

दुनिया में हर चीज़ का एक सही वक्त होता है । किसी को अपने नैतिकता,अखण्डता और योग्यता की परीक्षा बार बार देने पर मजबूर करना;
आग के जलने पर और पानी के बहने पर शक करने जैसा है । समझदारी सब में है, बस उसका उपयोग करना हर किसी को नहीं आता ।

-


3 MAY 2022 AT 19:14

क्या लिखूँ तुम्हारे बारे में ।
अब तो शब्दों ने भी बयाँ करना भूल गए हैं,
तुम्हारी यह खूबसूरती देख देख कर ।
कमबख्त किसी ने पूछा नहीं मुझे,
मैं बता देता की तुमसे दूर जीना, जीना ही क्या है
ऐसा कोई शाम ही नहीं
जब तुम्हारी याद न आती हो ।

-


13 APR 2022 AT 14:51

★ ଗ୍ରୀଷ୍ମ ଅପରାହ୍ନେ ରୂପର ଶ୍ରାବଣ ★

ଗ୍ରୀଷ୍ମ ଅପରାହ୍ନେ ଶୂନ୍ୟତାର ତୀରେ, ଆମ୍ବ ତୋଟା କରେ ମାନ ।
ପ୍ରିୟା କଣ୍ଠ ଦେଇ ପ୍ରସାରି ଆସେ କି, କୋଇଲିର କୁହୁ ତାନ ?

ଶତ ସିନ୍ଧୁ ତୀରେ ତୃଷ୍ଣା ତ ମେଣ୍ଟେନା, ତଥାପି ପ୍ରଣୟେ ଲିପ୍ତ ।
ଧନ୍ୟ ସେ ନିର୍ଝର, ହୃଦୟ ଯାହାର, ଢୋକେ ଉଦକରେ ତୃପ୍ତ ।

ଅସମ୍ପୂର୍ଣ୍ଣତାର ବିରହୀ ଯାମିନୀ, ନିର୍ଜନ ନିଶୀଥେ ଲୀନ ।
ବାଇଶି ପାହାଚେ ଖେଳୁ ବା ନ ଖେଳୁ, ହୃଦୟେ ଖେଳନ୍ତି ମୀନ ।

ଶୀତଳ ମଳୟ ଧୀରେ ଉଙ୍କି ମାରେ, ନିବୁଜ ଝରକା ଫାଙ୍କେ ।
ଅଦିନିଆ ବର୍ଷା ଆସିଲା କି ବୋଲି, କୁଆଁରୀ ଅଳସ ଭାଙ୍ଗେ ।

ରୂପ ଶ୍ରାବଣରେ ଭିଜାଏ ନିଜକୁ, ଲିଭାଏ ବୟସ ଗାର ।
କେଉଁ ପରିତ୍ୟକ୍ତ ଅନ୍ଧାରୀ ମୁଲକେ, ନିଷିଦ୍ଧ ପୃଥିବୀ ସାର ।

ତା ପାଦ ପାଉଁଜି ରୁଣୁଝୁଣୁ ଶୁଣି, ଚନ୍ଦ୍ରମା କି ପାରେ ଜାଣି ।
ତାରା ଗହଣରେ ଆକାଶକୁ ଉଠେ, ସେ ରୂପ ଦର୍ଶନ ପାଇଁ ।

-


19 MAR 2022 AT 9:47

ଜୀବନର ଶୁଭ୍ରାଲୋକ ହୋଲିର ପ୍ରିଜମ ମଧ୍ୟ ଦେଇ ସପ୍ତବର୍ଣ୍ଣର ବର୍ଣ୍ଣାଳୀ ସମ ଉଦ୍ଭାସିତ ହେଉ । ଅମା ଅନ୍ଧକାର ମଧ୍ୟରେ କ୍ଷୀଣ ସୌଦାମିନୀର ସୂତ୍ରପାତ ହେଉ । ସମସ୍ୟାର ବିଶାଳ ବେଲୁନ ମଧ୍ୟରେ ସମାଧାନର ଛୋଟ ପିନ୍ କଣ୍ଟାଟିଏ
ପରି ଦୁର୍ଦ୍ଦଶମୟ ଜୀବନ, ଏକ ପାହାଡ଼ି ଝରଣା ପରି କଲ୍ଲୋଳିତ ହେଉ । କଣ୍ଟକିତ ମନ-ଉପବନରେ କୋମଳ କୁସୁମ ପ୍ରସ୍ଫୁଟିତ ହେଉ । ସମସ୍ତଙ୍କ ଜୀବନ ନୂତନତାର ଆହ୍ଲାଦରେ ଆହ୍ଲାଦିତ ହେଉ, ପ୍ରୀତିର ରଙ୍ଗରେ ରଙ୍ଗାୟିତ ହେଉ, ଇଶ୍ୱରଙ୍କ ନିକଟରେ ଏତିକି କାମନା । ସମସ୍ତଙ୍କୁ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

-


14 FEB 2022 AT 15:46

रोजगार की बात नहीं आत्म-संतुष्टि तक जाना होता है
चाहतों की तृप्ति में वक़्त तो लगता है ।
जीवन एक स्प्रिंट दौड़ नहीं, लंबी दूरी तय करना होता है
मैराथन खत्म होने में वक़्त तो लगता है ।
स्रोत से पीछा छूटे, बीच भँवर से मिलकर आना होता है
मझधार के सैर करने में वक़्त तो लगता है ।
सुखद यात्रा नहीं, कसौटियों से हो कर गुजरना पड़ता है
व्यक्तित्व तराशे जाने में वक़्त तो लगता है ।
बृक्ष के छाया या उपवन की सुंदरता नहीं -
जीवन के उस रहस्य तक जाना होता है
खुद से रूबरू होने में वक़्त तो लगता है ।

-


27 APR 2019 AT 7:27

(contd.)
ଆମର ନଏଦ ଆମର ଖଣିଜ
ଉଜଡେଇ ଦେଲେ ହଜାର ଗାଆଁ ।
ରାଜଧାନୀ ଥୁ ଅର୍ଡର ଦଉଛନ ;
ଉଜଡ଼ା କୋଶଳର ଛାତି ଲେଖବ,
ଓଡିଶା ବିକାଶର ନା ।

କହି ପାରବ କେନତା ଆଏଲା କୋଶଳ କେ ଇ ସମିଆ
ପଚର ଘାଏ ତ ସରକାର କେ ;
ଆମର ବିଜଲି ଟିକସ ପାଏନ ଫ୍ରି ରେ ହଉଛେ ଦିଆ
କୋଶଳର ଟିକେ ଉନ୍ନତି ହେଲେ ତଥାପି ଜଳୁଚ କିଆଁ ?

-


19 DEC 2021 AT 9:00

I have no interest about
The past, Your and Mine
I want to know
If you're agree to live the present
If you like to stand with me, on the line.
Even when the world, stands on the other side.

I have no interest about
How beautiful you are
From outside or from inside
I want to know
If you see the beauty and the charm
In our oneness,
Standing strong & firm
Even when the world pressures to bow.

I have no interest about
How good the day is
In your eyes and in my eyes
I want to know
If you can make the day nice
Even when everything's not going pretty.

I have no interest about
How the life was before
I want to know
If you're joining me,making Ours better
Even during the empty moments
When life becomes melancholic,
In a phase of lonesome.

-


Fetching The ink of seven colours_✒ Quotes