QUOTES ON #ସୁଲଗ୍ନା

#ସୁଲଗ୍ନା quotes

Trending | Latest
12 SEP 2019 AT 23:16

ଆଶାର ଅମୃତବେଳାରେ
ଯଦି ଚାହଁ ଶୁଣିବାକୁ ଶୁଖିଲା ପତ୍ରର
ଦରଦୀ କବିତା,
ଗୋଟିଏ ରାତ୍ରି ଯଥେଷ୍ଟ
ଉଡ଼ିଯିବ ସେ ତୁମ ମନକୁ,
ଅଶିଣ ମେଘ, କାଶ ଫୁଲ
ଆଉ କିଛି ଅମାନିଆ ଉଣ୍ଡି ଦେଖୁଥିବା ତାରା
ସାକ୍ଷୀ ରହିବେ...।

-


29 NOV 2019 AT 22:57

ଜାଣିନି କାହିଁକି କଥା ହେଉଛି
ବାସ୍ କାରଣ ନାହିଁ ବୋଲି
ଗୋଟିଏ ନାଁ ଉପରେ ଗାର ଟାଣୁଛି।

ବରଣ କରି ଆଣିବାକୁ ତୁମକୁ ବର୍ତ୍ତମାନରେ
ସବୁ ଚେଷ୍ଟା ମୋର ଏଇ ରିସିଭର୍ ଜାଣେ।
କିନ୍ତୁ ସମୟର ଟେଲିଫୋନ ସେପଟରେ
ନୀରବତା..।

-