ଦିନେ ହାତ ବଢାଇଲି
ଆକାଶକୁ ଛୁଇଁଦେବି ବୋଲି
ଆକାଶ ବି ନଇଁଆସି
ଚୁମିଦେଲା ଚିବୁକକୁ ମୋ'ର
ଏ ସୁଖ କ'ଣ ଦୀର୍ଘସ୍ଥାୟୀ କେବେ !
ସତରେ
ଏ ସାରା ଆକାଶଟା କ'ଣ ମୋଅର !
ଏବେ ଆକାଶ ଫେରି ଯାଇଛି
କାହା ଘର ଅଗଣାରେ
ଛାଇଟିକେ ବିଞ୍ଚି ଦେବ ବୋଲି
ତପ୍ତ ନିଦାଘରେ ସିଝୁଥାଏ ମୁଁ
କେବଳ ଟୋପେ ପାଣି ପାଇଁ !
କାହା କପାଳେ ଛାଇ
କାହା ଭାଗ୍ୟେ ତାତି !
ଆକାଶର ଦୋଷ ଅବା କ'ଣ ?
ସେ ତ ସବୁଠି ଥାଏ
କେବେ ପୁଣି,କେଉଁଠି ବି ନାହିଁ ।
********
-
21 AUG 2020 AT 19:54