Pusparani Patel  
1 Followers · 2 Following

Joined 20 August 2020


Joined 20 August 2020
16 JAN 2021 AT 13:45


If HE cares,he will come
If HE loves,he will return
Just keep breathing my dear heart
Calmly,Quietly...listen just listen to me
U know very well that He cares..He loves..
He will come..He will come...💞

-


4 JAN 2021 AT 11:28

ତୁମେ ଯେ ମଉନ ଯୋଗୀ
ମୁଁ ଛଳଛଳ ଏକ ନଈ
ତୁମେ ଚାହଁ ନାହିଁ ମୁହଁ ଫେରି
ମୁଁ ଯେ ବାଟ ଭାଙ୍ଗି ଜାଣେ ନାହିଁ
ତୁମେ ଚାଲୁଥାଅ ମୋକ୍ଷ ପଥେ
ମୁଁ ଯେ ଧାଉଁଥାଏ ତୁମ ପଛେ
ଯୋଗୀ !ନ ଚାହିଁଲ ପଛେ ନାହିଁ
ଥରେ ଶୁଣିନିଅ କାନ ଡେରି
ନଈ ମୁଁ, ଗାଏ ମୋ ଜୀବନ ଗୀତି
ଶୁଭେ ଯହିଁ ପ୍ରେମ ଖାଲି ତୁମ ପାଇଁ !






-


1 OCT 2020 AT 18:50

#ହାଇକୁ ଓଡିଆ

ଫାଙ୍କା ସ୍କୁଲ
କୃଷ୍ଣଚୂଡାର ସମ୍ଭାର
ମେଞ୍ଚାଏ ସ୍ୱପ୍ନ

-


21 SEP 2020 AT 15:06

#ପ୍ରେମ #

ବିରହ ନିଆଁ
ଜଳିଜଳି ପାଉଁଶ
ଆଉଟା ସୁନା

-


17 SEP 2020 AT 16:20

ପ୍ରେମ
*********
ସୁନା ହରିଣୀ
ଧାଇଁଧାଇଁ ନୟାନ୍ତ
ମୃତ ମାରୀଚ

#Myfirst_ହାଇକୁ

-


30 AUG 2020 AT 11:59

ପବନରେ ତୁମ ବାସ୍ନା ପ୍ରିୟ ମୋ'ର !
ପବନରେ ତୁମ ବାସ...

ଜହ୍ନରେ ତୁମର ଛବି ସିନା ଦିଶେ
କେଜାଣି କାହିଁକି,
ସେଇ ଜହ୍ନକୁ ବି ମୋ'ର ଦ୍ୱେଷ..

ସଭିଏଁ ତୁମରି ପାଖେ ପ୍ରିୟ ମୋ'ର
ସଭିଏଁ ତୁମରି ପାଖେ...
ସଭିଏଁ ଛୁଅଁନ୍ତି ମନକଲେ ତୁମେ
ମୋ' ଭାଗ୍ୟ ଯା ଖାଲି ଛୋଟ
ମୋହରି ଭାଗ୍ୟରେ ଦୋଷ

ଏତିକି ଯା ଖାଲି ଦୁଃଖ
ଏତିକି ଯା ଖାଲି ଦୁଃଖ ।

-


30 AUG 2020 AT 9:13

ପବନରେ ତୁମ ବାସ୍ନା ପ୍ରିୟ ମୋ'ର !
ପବନକୁ ମୋ'ର ଈର୍ଷା..
ଜହ୍ନରେ ତୁମର ଚିତ୍ର ଦିଶେ ସିନା !
ଜହ୍ନକୁ ମୋହର ଦ୍ୱେଷ..

ସଭିଏଁ ତୁମରି ପାଖେ ପ୍ରିୟ ମୋ'ର
ଯାହା,ମୋ' ଭାଗ୍ୟରେ ଖାଲି ଦୋଷ !
ମୋ' ଭାଗ୍ୟରେ ଖାଲି ଦୋଷ !

-


21 AUG 2020 AT 19:54

ଦିନେ ହାତ ବଢାଇଲି
ଆକାଶକୁ ଛୁଇଁଦେବି ବୋଲି
ଆକାଶ ବି ନଇଁଆସି
ଚୁମିଦେଲା ଚିବୁକକୁ ମୋ'ର

ଏ ସୁଖ କ'ଣ ଦୀର୍ଘସ୍ଥାୟୀ କେବେ !
ସତରେ
ଏ ସାରା ଆକାଶଟା କ'ଣ ମୋଅର !

ଏବେ ଆକାଶ ଫେରି ଯାଇଛି
କାହା ଘର ଅଗଣାରେ
ଛାଇଟିକେ ବିଞ୍ଚି ଦେବ ବୋଲି
ତପ୍ତ ନିଦାଘରେ ସିଝୁଥାଏ ମୁଁ
କେବଳ ଟୋପେ ପାଣି ପାଇଁ !

କାହା କପାଳେ ଛାଇ
କାହା ଭାଗ୍ୟେ ତାତି !
ଆକାଶର ଦୋଷ ଅବା କ'ଣ ?
ସେ ତ ସବୁଠି ଥାଏ
କେବେ ପୁଣି,କେଉଁଠି ବି ନାହିଁ ।
********

-


20 AUG 2020 AT 23:30

ଯେବେଠାରୁ ତୁମ ସାଥେ ପରିଚୟ ସଖି !
ସେବେଠୁ ମୋ' ଆଖିର ଲେନ୍ସରେ କଏଦ୍,ପୃଥିବୀର ସୁନ୍ଦରତମ ଛବି.."ଦୁଇଗୋଟି ଆଖି"
(World photography day)

-


Seems Pusparani Patel has not written any more Quotes.

Explore More Writers