ହେଲେ ସାଥି ତୁମେ ସେଦିନ ମିଛ କହିଥିଲ ବୋଲି ମୁଁ ସେତେ ବେଳେ ଜାଣିଲି, ଯେତେବେଳେ ମାଆ ଘରକୁ ଆସି ମୋ ଦେହରେ ବି ନାଲି ଗାର ଆଙ୍କି ଦେଇଥିଲା।
-
ଧୂପ
ଆରତୀ କରୁଚି ମୁଁ,
ସଂଜ ସକାଳେ ନିତି,
ଧୂପ ଦୀପ ନୈବେଦ୍ୟ ଦେଇ,
ନିଆଁରେ କୁହୁଳୁଚି ମୁଁ,
ପ୍ରେମ ପ୍ରତାରଣା ସହି,
କେବେ ମାହେନ୍ଦ୍ର ବେଳାରେ,
କେବେ ମନ ଅଗଣାରେ,
ଦିଅଁ ଦର୍ଶନେ ମନାସୁଚି ମୁଁ,
କେବେ ମନ୍ଦିର ବେଢାରେ,
କେବେ ଶିଆଳି ଲଟାରେ,
ଓଷା ବାର ବ୍ରତ ତେର ପର୍ବରେ,
ଖାଲି ଏତିକି କହିବି ମୁଁ,
ଭାବି ଥିଲି ତୁମ ବାନ୍ଧବୀ ରୁ ବଧୂ ହେବି ବୋଲି,
ହେଲେ ଭାବନା ଭାବନାରେ ରହିଗଲା,
ଆଉ କିଛି ଆଶା ରହିଗଲା ବାକି।-
କେବେ ମୁଁ ଅପରୂପା,
କେବେ ମୁଁ ଅରୂପା,
କେବେ ମୁଁ ଚେତନା,
କେବେ ମୁଁ କଳ୍ପନା,
କେବେ ମୁଁ ସ୍ରଷ୍ଟାଙ୍କ ସର୍ଜନା,
କେବେ ମୁଁ ସର୍ଜନାର ସ୍ରଷ୍ଟା,
ମୁଁ ଗଜ ଗାମିନୀ,
ମୁଁ ମଧୁ ଯାମିନୀ,
ସନ୍ଧ୍ୟାର ଶୀତଳତା,
ମୋ ପାଦର ନାଲି ଅଳତା,
ସୂର୍ଯ୍ୟର ଆଭା,
ମୋ ଲଲାଟର ଚିତା,
ବର୍ଷାର ଜଳ,
ମୋ ଆଖିର କଜ୍ବଳ,
ମୁଁ ପ୍ରକୃତିର ପୂର୍ଣ୍ଣତା,
ସକଳ ସମୀକରଣର ଆବେଗତା,
ମୁଁ ଅଭିସାରିକା,
ମୋ ମାୟାରେ ଆବଦ୍ଧ ବିଧାତା,
ମୁଁ ଶବ୍ଦର ପ୍ରହେଳିକା,
ମୁଁ ନାରୀର ନିରବତା।-
समझने की कोशिश करो,
हमें प्यार की ही तलाश है,
पर क्या करू,
घबराहट में प्यार भी,
जरूरत जैसी,
लगने लगती है।-
ଅନେକ କିଛି କଥା କହିବାର ଅଛି ସଖା
ଲେଖିବି ଯଦି ସରିବନି...
ଏହି ବାସ୍ତବବାଦୀ ଦୁନିଆ କ'ଣ ବିଶ୍ଵାସ
କରିବ ପ୍ରେମର ଅଧୁରା ଗଳ୍ପ ସବୁକୁ..!!
ମୁଁ ମଧ୍ୟ ବାସ୍ତବବାଦୀ ବିଜ୍ଞାନ ଛାତ୍ରୀ
କିନ୍ତୁ ସେହି ସ୍ବପ୍ନ, ଭାବନା ଯେବେ
ଅନୁଭବ ରୂପରେ ଜୀବନ୍ତ ହୋଇ ପ୍ରତିଫଳନ ହୁଏ..
ମୁଁ ମଧ୍ୟ ସମ୍ପୂର୍ଣ୍ଣ ଦ୍ଵନ୍ଦରେ..-
ରାତି ସବୁ ଦିନ ଆସୁଛି,
ହେଲେ ତୁମ ବିନା ପାହିଯାଉଚି,
ସ୍ଵପ୍ନରେ ତୁମ ସହ ଦେଖା ହେବି ଭାବୁଚି,
ହେଲେ ରାତି ନିଦ ବିନା ସରି ଯାଉଛି,
ଏଇଟା ରାତିର ଅଝଟ ନା ତୁମର,
ଭାବି ଭାବି ଦିନ କାଟୁଛି,
ଦିନ ଗଡି ଯାଇ ପୁଣି,
ରାତି ଆସିଯାଇଛି,
ହେଲେ ତୁମେ ନାହଁ,
ମୁଁ ସବୁ ଦିନ ପରି ମନ ମାରି ବସିଚି,
ସେଇ ଦିନକୁ ଚାହିଁ ରହିଛି,
ଯେବେ ତୁମେ ନ ଥିବ କି ମୁଁ ବି ନ ଥିବି,
ରହି ଥିବ ଏଇ ରାତି କାଳ କାଳର,
ମୂକ ସାକ୍ଷୀ ହୋଇ।-
ମଣିଷର ମନ ଯେତେ କଥା କହେ,
ଓଠ ବି ସେତେ କହି ପାରେନି।
ବେଳେ ବେଳେ ଓଠ କିଛି ନ କହି,
ସବୁ ସହି ଯାଏ,
ହେଲେ ମନ କିଛି ସହି ପାରେନି।-
हमने दिल की आवाज सुनी,
तो बदनाम हो गए,
फिर हमने दिमाग की सुनी,
तो गुमनाम हो गए,
जीवन अब जीवन ना रहा,
कुछ सांस,
और कुछ धड़कनें बन गए...-
तुम भूल गए,
कोई बात नहीं,
पर हम याद तुमको ना आए,
उस बातपे एतराज है,
ये ना सोचना हम नाराज है,
हम तो जानना चाहते है,
सच्चे मोहब्बत का क्या राज है?-