#ଶବ୍ଦ_ପ୍ରେମ
ଭଲପାଇଥିଲି ତୁମ କବିତାର ପଂକ୍ତିକୁ,
ଭଲପାଇଥିଲି ତୁମ ଗଳ୍ପରେ ଥିବା ମର୍ମସ୍ପର୍ଶୀ ବାକ୍ୟକୁ,
ଆଉ ଭଲପାଇଥିଲି ତୁମ ମସ୍ତିଷ୍କରେ ଅହରହ ଆସୁଥିବା ଭାବନା ଗୁଡ଼ାକୁ ଯାହାକି ତୁମେ ଶବ୍ଦ ସଂଯୋଜନା କରି ଜୀବନ୍ତ କରିଦିଅ।ଭାଷା ଦୁନିଆରେ ତୁମେ "ଶୀର୍ଷକ" ହେଲେ ମୁଁ "ଶେଷ ଅକ୍ଷର",ଯାହାର ଦୂରତା ବି ବେଶ୍ ଅଧିକ।ଏଇ ବିଶାଳ ଦୂରତା ମଧ୍ୟରେ ବି ଆମ ଭିତରେ ଏକ ସମ୍ପର୍କ ଗଢି ଉଠିଛି।
ଜାଣିବାକୁ ଚାହୁଁଛ?ତ ଶୁଣ
ହଁ ମୁଁ ପ୍ରେମରେ ପଡ଼ିଛି
ଏଇ ଶୁଣ!!
ତୁମ ପ୍ରେମରେ ନୁହଁ ମ
ତୁମ "ଶବ୍ଦ" ପ୍ରେମରେ ପଡ଼ିଛି।
-
10 OCT 2021 AT 1:16