QUOTES ON #ମୋଭବନା

#ମୋଭବନା quotes

Trending | Latest
23 AUG 2023 AT 18:23

ମେଘ ଛାଡ଼ିଗଲା ପରେ
ଫର୍ଚ୍ଚା ଆକାଶ ଟା ସତେ ଯେମିତି
ମୋତେ ହାତ ଠାରି ଡାକେ
ଚାଲୁନ କିଛି ସମୟ
ବୁଲିଯିବା ଟିକେ
ଭାବନାର ଉପବନ ଆଡ଼କୁ
ଏଇ ନିଛାଟିଆ ଶାନ୍ତ ବେଳାରେ
ଯୋଉଠି ଖାଲି ତୁମେ ଆଉ ମୁଁ
ହାତ ଧରା ଧରି ହେଇ
ଚାଲୁ ଥାନ୍ତେ....
ଦୁହେଁ ଗପି ଗପି!!

ମୁଁ"
ମୋ କୋହକୁ ଅଜାଡ଼ି ଦେଇ
ତୁମ ଆଞ୍ଜୁଳାରେ
ଟିକେ ମୁଣ୍ଡ ରଖି ବିଶ୍ରାମ ନିଅନ୍ତି
ତୁମ ବିସ୍ତାରିତ ଛାତି ଉପରେ
ଓଃ କି ଶାନ୍ତି....!
ଆଉ ତୁମେ ତୁମ ବାହୁରେ
ମୋତେ କୋଳେଇ ନେଇ
ପାପୁଲିରେ ଆସ୍ତେକରି
ଟିକେ ମୋ ମୁଣ୍ଡକୁ
ଆଉଁସି ଦିଅନ୍ତ....!
ତୁମେ ଆଉ ମୁଁ କିଛି କ୍ଷଣ ନିରିଖି
ଦୁହେଁ ଦୁହିଁକୁ ଟିକେ
ମନଭରି ଦେଖନ୍ତେ
ଅନେକ ଗପନ୍ତେ....!


-