📱।।ମୋବାଇଲ୍।।📱
ମୋବାଇଲ୍ ସାଜିଛି ଏଠାରେ
କାହାର ରୋଜଗାରର ମାଧ୍ୟମ,
ପୁଣି ବାଳୁଙ୍ଗା ଡୋହରା କାରଣ
ମୋବାଇଲ୍ ବିନା ସତେ ଅକ୍ଷମ...
କି ଫୋନ୍ ଯୁଗ ହେଲା କେଜାଣି
ଛୋଟରୁ ବଡ଼ ସଭିଙ୍କ ହାତେ ଫୋନ,
ୱାଟସପ୍ ଇନଷ୍ଟାଗ୍ରାମ୍ ଫେସବୁକ,ରେ
ଆଜିକାଲି ନୀତି ଖୋଜା ହୁଏ ମନ...
ମୋବାଇଲ୍ ପାଇଁ ଆଜି ଦିଏ ସେ
ଜବାବ ଭୁଲି ପରିବାର ସଂସ୍କାର,
କେତେ ସମ୍ପର୍କ ଯୋଡେ ,ଭାଙ୍ଗେ
ସେ କିଆଁ ବୁଝିବ ସଂସାରର ସାର...
ଥିବେ ଏକାଠି ପରିବାର ହେଲେ
ନଥିବ କାହା ମଧ୍ୟରେ ବାର୍ତ୍ତାଳାପ,
ମନେହୁଏ ସମସ୍ତେ ଯେମିତି ମୂକ
ସପନ ଆଜି ଅଜା ଆଈଙ୍କ ଗପ...
✍️@Jyoshnarani Nemalpuri
-
7 JUL 2023 AT 15:12
20 JUN 2020 AT 15:50
ନିଜ ଦେଶଭକ୍ତିର ପରିଚୟ ଦେବା ପାଇଁ ଲୋକମାନେ ଆଜିକାଲି ଚାଇନା ଆପ୍ଲିକେସନ ସବୁ ନିଜ ମୋବାଇଲରୁ ହଟେଇ ଦେଉଛନ୍ତି ।
ମାତ୍ର, ହାତରେ ଧରିଥିବା ମୋବାଇଲଟା ଯେ
ଚାଇନାର ସେକଥା କାହାକୁ ଦେଖାଯାଉନାହିଁ ।-