ଏ ବର୍ଷ ରାକ୍ଷୀ ଦୋକାନରେ
ଏତେ ଭିଡ଼ କାହିଁକି ?
କଣ ଭାଇ ବେଶୀ ହେଇ ଗଲେ କି !
🤔🤔🤔-
Bijay Nanda
(junk files)
2 Followers · 2 Following
Joined 10 May 2020
11 AUG 2022 AT 12:59
30 MAY 2022 AT 11:16
ଯମରାଜାଙ୍କ ଗୋଟିଏ ଭୁଲ ପାଇଁ
ସାରା ସତ୍ୟବାନ ସମାଜ
ବାକିରେ ହେଉପଛେ
ଶାଢ଼ୀ, ଚୁଡି, ଭୋଗରାଗ କିଣି ନୟାନ୍ତ !-
15 OCT 2021 AT 18:25
ରାବଣ ଦହନର
ଦୃଶ୍ୟକୁ ଦେଖୁଥିବା ସମୟରେ
ଭିଡ଼ ମଧ୍ୟରେ ଥିବା
ସୀତା ନିଜକୁ
ରାବଣମାନଙ୍କ ମଧ୍ୟରେ
ଅସୁରକ୍ଷିତ ମନେ କରୁଥିଲା ।-
14 NOV 2020 AT 19:42
ସହରର ଗୋଟିଏ କୋଣରେ
ଅର୍ଥାଭାବରୁ ବିନା ଚିକିତ୍ସା
ପ୍ରାଣ ହରାଇଥିବା ଗରିବ ଲୋକଟିର
ଚିତା ଜଳୁଥିଲା
ଅନ୍ୟପଟେ,
ସାରା ସହର ଟଙ୍କା ଜଳାଇବାରେ ବ୍ୟସ୍ତ ଥିଲା ।-
14 NOV 2020 AT 9:28
ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା,
ମାତ୍ର ମୂଳା ଓ ମିକ୍ସଚର ଖାଆନ୍ତୁ ଏବଂ
ଦୀପାବଳିର ଅନୁଭବ ଫୁଲ ଦମରେ କରନ୍ତୁ ।
😂😂😂-
2 NOV 2020 AT 16:18
ଏକା ସାଥିରେ ରହି ମଧ୍ୟ
ନା କଣ୍ଟାକୁ ମହକିବା ଆସିଲା,
ନାହିଁ ଫୁଲକୁ କ୍ଷତାକ୍ତ କରିବା ଆସିଲା ।-
3 OCT 2020 AT 19:52
ଏଇ ବୋଧେ ପ୍ରେମ
**************************
ବୋଉ ମାଡ଼ ମାରିଲା,
ମୁଁ ରାଗିଯାଇ ଖଟ ତଳେ ଲୁଚିଗଲି,
ବହୁ ଖୋଜା ଖୋଜି କଲାପରେ
ମୋତେ ନ ପାଇ ମୋ ବୋଉ କାନ୍ଦି ପକେଇଲା,
ବୋଉ କାନ୍ଦ ଦେଖି ମୁଁ ବାହାରକୁ ଆସିଲି,
ମୋତେ ଦେଖି ବୋଉ କାନ୍ଦ ବନ୍ଦ ଆଉ,
ମୋତେ ପୁଣି ମାଡ଼...-