କାହା ପଛରେ ଧାଇଁବା ଅପେକ୍ଷା
ନିଜ ପରିଚୟ ନିଜେ ଗଢ଼ିବା ହି ବେଶ ଭଲ।
ଲୋକଙ୍କ ଏପଟ ସେପଟ କଥା ଶୁଣିବା ଅପେକ୍ଷା,
ନିଜ ବୁଦ୍ଧି ବିବେକ ଲଗେଇ କାମ କରିବା ହିଁ ଭଲ।
ସମ୍ମାନ ପାଇଁ ସମସ୍ତଙ୍କ ଠାରୁ ଭିକ୍ଷା ମାଗିବା ଅପେକ୍ଷା,
ନିଜକୁ ସମ୍ମାନ ଯୋଗ୍ୟ କରିବା ଟା ହିଁ ଅଧିକ ଭଲ।
ନିଜକୁ ଦୁର୍ବଳ, ମୂର୍ଖ, କିମ୍ବା ଘୃଣ୍ୟ ମନେ କରିବା ଅପେକ୍ଷା,
ନିଜକୁ ସବଳ, ବୁଦ୍ଧିମାନ ଏବଂ ଯୋଗ୍ୟ ଭାବିବା ହିଁ ଭଲ।
ମଣିଷ ତେବେ ହାରେନି ଯେବେ ଭାଗ୍ୟ ତାକୁ ହରାଇ ଦିଏ, ମଣିଷ ତେବେ ହାରେ ଯେବେ ସେ ନିଜେ ଭାଗ୍ୟ ଆଗରେ ହାର ମାନି ନିଏ। ମଣିଷର ପରିଚୟ ଖାଲି ଭାଗ୍ୟ ନୁହେଁ, ବେଳେ ବେଳେ ତା କର୍ମ ଆଉ ଦୃଢ଼ ବିଶ୍ବାସ ଗଢିଥାଏ। କେବେ କାହା ଆଗରେ ଗୁହାରି ପଡ଼ିବା ଅପେକ୍ଷା, ନିଜ ଓଜନ ଜଣେ ଯଦି ବୁଝି, ନିଜର ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା କରିଥାଏ, ତେବେ ଆଜି ହେଉ କିମ୍ବା କାଲି ସେ ଦିନେ ନା ଦିନେ ସଫଳତା ନିଶ୍ଚିତ ପାଇଥାଏ।
କର୍ମ ହିଁ ଜୀବନ ଆଉ କର୍ମ ହିଁ ଧନ।
ଆଜି ପାଇଁ ଏତିକି ମୁଁ ଚାଲିଲି।
-
11 JUN 2022 AT 10:19