QUOTES ON #ନବୀନ

#ନବୀନ quotes

Trending | Latest

ବ୍ୟକ୍ତିର ବିଶ୍ଵାସ ଆଉ ଆତ୍ମାର ଆହ୍ୱାନ;
ଯେବେ ହେବେ ଏକାଠି,
ହେବ ପୁନର୍ବିନ୍ୟାସ ଏକ ନବୀନ ସୃଷ୍ଟି...!!!
ନଥିବ ସେଠି ମଧୁଚନ୍ଦ୍ରିକା ଶୋଷକ ଆଉ ଶୋଷିତର,
ବିପ୍ଳବର ଅଶୀଧାରେ ହେବ ରାଜ୍ୟାଭିଷେକ;
ସିଂହାସନ କରିବେ ଆରୋହଣ
ସର୍ବାହରା ସନ୍ତାନଗଣ ଏ ମାଟିର.......!!!!
ପରୀର ଆତ୍ମା ଆଉ ଯିବନାହିଁ ମାଗିବାକୁ ନ୍ୟାୟ,
ଶାସକ ହେବେନାହିଁ ଅପରାଜେୟ,
ମାନବତାର କାୟାକୁ ବଳିଯିବ ନାହିଁ ଦୁର୍ନୀତିର ବଳୟ.....
ଉଠ ଅର୍ଜୁନ ଉଠାଅ ତୁମ ଅସ୍ତ୍ର,
ଦେଖାଇଦିଅ ଏ ଧୃତରାଷ୍ଟ୍ରଙ୍କ ରାଜ୍ୟକୁ ନୂତନ ସୂର୍ଯ୍ୟୋଦୟ.....!!!
ଇତିହାସ କିଛି ନୁହେଁ......!!!
ତୁମ ପୂର୍ବଜଙ୍କ ସଂଘର୍ଷର କାହାଣୀ ତ ସିଏ l
ତେବେ ଏ ସଂକ୍ରାନ୍ତି ବେଳାରେ,
ତୁମ ବିବେକକୁ ଅବରୋଧ କରିଛି କିଏ...???
ଆସ ନର-ଶ୍ରେଷ୍ଠ,ଆଙ୍କିଦିଅ ସଂଗ୍ରାମର ଚିତ୍ରଟିଏ.....
ଲିଭିଯାଉ ଏ ଅନ୍ଧାରି-ମୂଲକର,ଅନୀତିର ଦୀପଶୀଖାଟି,
ନବ-ପଲ୍ଲବରେ ଫୁଟିଉଠୁ ଏ ଖଟିଖିଆର ବନ୍ଧ୍ୟା-ମାଟି...!!!!

-



ମାଗୁଛି ଭିକ୍ଷା କିଛି ରଙ୍ଗୀନ ଅକ୍ଷର
ସମର୍ପି ଦିଅ ଏହି ନିରୀହ କମ୍ପିତ
ପାପୁଲିରେ.....
ଯୋଡ଼ି କିଛି ରଙ୍ଗୀନ ମାତ୍ରା..!!
ମୁଁ କିଛି ଶବ୍ଦ ଗଢ଼ିନେବି
ଜୀବନ ବ୍ୟାକରଣ ସଜାଡ଼ିବି..
ପୁଞ୍ଜିଭୂତ ଅସନ୍ତୋଷର ଭାବନାରେ
ନବୀନ ବିଚାର ମିଶ୍ରଣେ
ଅଙ୍କୁରିତ ହେବ କିଛି କବିତା...!!!!
ମୁଁ ଜାଣିଛି ମୋ ନିସ୍ତେଜ ହାତର
ଶକ୍ତି କେତେ......
ମୋ କ୍ଷୋଭଜର୍ଜରିତ ମସ୍ତିଷ୍କରେ
ଶବ୍ଦର ମରୁଡ଼ି ସତେ...
ସେଥିପାଇଁ ମାଗୁଣି;ଅକ୍ଷର ଆଉ ମାତ୍ରା
ଏ ‛ରଙ୍ଗହୀନ' ଜୀବନେ
ରଚିବାକୁ ରଙ୍ଗୀନ କବିତା....!!!!!

-