ପ୍ରଜ୍ଞା ପ୍ରସାଦ ତଥାଗତ“କ୍ରାନ୍ତି”  
129 Followers · 293 Following

ଶିକ୍ଷକ, ସ୍ତମ୍ଭ ଲେଖକ, ଅଲୋଚକ
Joined 25 March 2020


ଶିକ୍ଷକ, ସ୍ତମ୍ଭ ଲେଖକ, ଅଲୋଚକ
Joined 25 March 2020

ଅଖଣ୍ଡ ପୌରୁଷରେ ବି ଶାନ୍ତ ରହିବା
ପ୍ରତିବାଦ ବିନା ବନବାସ ଯିବା
କଣ୍ଟାର ଆଘାତକୁ ହସିହସି ସହିଯିବା
ଏତେ ସହଜ ନୁହେଁ “ରାମ" ହେବା....!!

ମର୍ଯ୍ୟାଦାର ଶିକୁଳିରେ ତମାମ
ଜୀବନ ବନ୍ଦୀ ହେବା,
ଦୟା,କରୁଣାର ଶୀତଳ କଣ୍ଠରେ
ସମସ୍ତ କ୍ରୋଧକୁ ପିଇଯିବା,
ଏତେ ସହଜ ନୁହେଁ “ରାମ" ହେବା...!!

ଅଗ୍ନିର ସାକ୍ଷୀ କୁଣ୍ଡରେ କେବଳ
ସୀତାଙ୍କ ପରୀକ୍ଷା ନୁହେଁ,
ବରଂ ନିଜ ସୁଖ,ଶାନ୍ତି,ବୈଭବ,
କାମନାର ପୂର୍ଣାହୁତି ଦେବା,
ବନବାସ ସାରି,ପତ୍ନୀତ୍ୟାଗ କରି
ରାଜ୍ୟ ସୁଖ ହିତେ,ରାଜଗୃହେ
ପୁଣି ସନ୍ନ୍ୟାସୀ ବନିବା,
ଏତେ ସହଜ ନୁହେଁ “ରାମ" ହେବା..!!





-



ଆସୁ କେତେ ଝଡ଼,
ସହିଯିବା ସାଥି ହୋଇ....
ନିଶ୍ୱାସ ଆଉ ବିଶ୍ୱାସର ସନ୍ଧି ଭିତରେ;
ସ୍ୱପ୍ନର ପଥ,
କରିବା ଅତିକ୍ରାନ୍ତ
ଆମେ ଦୁହେଁ ସାଥି ହୋଇ....ll

-



ରାଜମୋହନ ଗାନ୍ଧୀ ତାଙ୍କ ପୁସ୍ତକ “ମୋହନଦାସରେ" ନେହେରୁଙ୍କ 1946ର ଏକ ବିବୃତ୍ତିକୁ ଉଦ୍ଧୃତ କରିଛନ୍ତି।ଯାହା ଅନୁଯାୟୀ,ଗ୍ରାମଗୁଡ଼ିକୁ ସମ୍ବିଧାନର ମୌଳିକ ଏକକ କରିବା ପାଇଁ ଗାନ୍ଧୀଙ୍କ ଧାରଣାକୁ ପରିହାସ କରି ନେହେରୁ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ।ନେହେରୁ ଲେଖିଥିଲେ ଯେ,ଯାହାକୁ ଗ୍ରାମ କୁହାଯାଏ ତାହା ସାଂସ୍କୃତିକ ଏବଂ ବୌଦ୍ଧିକ ପଛୁଆ ଅଟେ, ପଛୁଆ ପରିବେଶରେ କୋୖଣସି ଅଗ୍ରଗତି ହୋଇପାରିବ ନାହିଁ। ଏହାର ପ୍ରତିକ୍ରିୟାରେ ଗାନ୍ଧୀ ଜୁଲାଇ 1,1947ରେ ୟଙ୍ଗ ଇଣ୍ଡିଆର ଠିକ ସ୍ୱାଧୀନତା ପୂର୍ବର ଅଙ୍କରେ ଲେଖିଥିଲେ, “ସ୍ୱାଧୀନତା ତଳସ୍ତରରୁ ଆରମ୍ଭ ହେବା ଉଚିତ୍।ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତ ନିୟମ ରହିବ। ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଏବଂ ଶକ୍ତି ରହିବ।ପ୍ରତ୍ୟେକ ଗାଁକୁ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ। ଏପରିକି ଗ୍ରାମ, ନିଜକୁ ସମଗ୍ର ବିଶ୍ୱରୁ ରକ୍ଷା କରିପାରିବେ।" କିନ୍ତୁ ଗାନ୍ଧୀଙ୍କ ଏହି ବିଚାରକୁ ସମ୍ବିଧାନର ଡ୍ରାଫ୍ଟ କମିଟିର ଅନ୍ୟ କେତେକ ସଦସ୍ୟ ଗ୍ରହଣ କଲେ ନାହିଁ ଏପରିକି ନେହରୁ ବି।ଫଳାଫଳ ଏହା ହେଲା ଯେ ଗାନ୍ଧୀଙ୍କ ସ୍ୱପ୍ନ ଅନୁଯାୟୀ ଭାରତର ଗ୍ରାମଗୁଡିକ ଏହାର ସମ୍ବିଧାନର ପବିତ୍ର ପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରିଲା ନାହିଁ।କିନ୍ତୁ ସେହି ଗ୍ରାମର ଉନ୍ନତି ନାମରେ ଆମେ ନିର୍ବାଚନ ଜିତୁଛୁ। ନଭେମ୍ବର, 1949ରେ ଯେତେବେଳେ ସମ୍ବିଧାନ ଅନୁମୋଦନ କରାଗଲା,ସେତେବେଳେ ମହାବୀର ତ୍ୟାଗି ସମ୍ବିଧାନ ସଭାରେ ପ୍ରଶ୍ନ କରିଥିଲେ, “ଗାନ୍ଧୀ"ସମ୍ବିଧାନରେ କେଉଁଠାରେ ଅଛନ୍ତି? କିନ୍ତୁ ଏହି ପ୍ରଶ୍ନର ଉତ୍ତର କେହି ଦେଇ ନଥିଲେ।ନେହେରୁ ହୁଅନ୍ତୁ ଅବା ଆଉ କେହି,ଭାରତୀୟମାନେ ଗାଁର ମହତ୍ତ୍ୱ ଭୁଲିଗଲେ।ସ୍ୱାଧୀନ ଭାରତରେ ଗାନ୍ଧୀ-ଦର୍ଶନ ହତ୍ୟାର ୟେ ଗୋଟିଏ ନିଦର୍ଶନ।

-



ସାମ୍ପ୍ରତିକ ଅସ୍ଥିରତାର ଯୁଗରେ,ଯେଉଁଠାରେ ନୂତନ ରୋଗ ଓ
ମହାମାରୀ ଲୋକଙ୍କୁ ନିରାଶ ଏବଂ କଷ୍ଟ ଦେଉଛି,ଅନ୍ୟପକ୍ଷରେ ଏହାର
ଭବିଷ୍ୟତ-ଅର୍ଥନୈତିକ ପରିଣାମ ମଧ୍ୟ ଲୋକଙ୍କୁ ଭୟଭୀତ କରୁଛି।
ବଳାତ୍କାର,ନିଶା,ଡ୍ରଗ୍ସ,ସାଇବର ଠକେଇ ଆଜି ମାନବୀୟ ମୂଲ୍ୟବୋଧର
ସ୍ଖଳନକୁ ଦର୍ଶାଉଛି। ଆଜି ସମଗ୍ର ବିଶ୍ୱ ବଜାରବାଦର ଦୌଡ଼ରେ ସାମିଲ। ଲୋଭ,ମୋହ ଯୁଦ୍ଧ
ପରିସ୍ଥିତିକୁ ଉତ୍ପନ୍ନ କରୁଛି।ଏଭଳି ପରିସ୍ଥିତିରେ 'ଗାନ୍ଧୀବାଦ'ର
ପ୍ରାସଙ୍ଗିକତା ପୂର୍ବ ଅପେକ୍ଷା ବହୁତ ଅଧିକ ହୋଇଯାଇଛି।
★ତେବେ, ଗାନ୍ଧୀବାଦୀ ଆଦର୍ଶକୁ ଗ୍ରହଣ କରିବା ପାଇଁ ଆମକୁ କ’ଣ ଗାନ୍ଧୀ
ଟୋପି କିମ୍ବା ଧୋତି ପିନ୍ଧିବା ଆବଶ୍ୟକ କି?ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ କି ନା ଆଉ କିଛି......!!!!
(ମତାମତ ଅପେକ୍ଷାରେ🙏🙏)

-



ଠିକ ଆଜିର ଦିନରେ ଅର୍ଥାତ ବୁଦ୍ଧ ପୂର୍ଣ୍ଣିମାରେ ଜୀବନର 33 ବର୍ଷ ପୂର୍ଣ୍ଣ କଲି।ବୁଦ୍ଧ ପୂର୍ଣ୍ଣିମାରେ ଜନ୍ମ ହୋଇଥିଲି ବୋଲି ବାବା “ତଥାଗତ” ନାମଟି ରଖିଲେ।ନାନୀ ଏ ଦୁନିଆ ଛାଡ଼ି ଯିବା ପୂର୍ବରୁ ମୋ ନାଁ ସହିତ “କ୍ରାନ୍ତି" ନାମଟି ଯୋଡ଼ି ଦେଇ ଚାଲିଗଲା।ସମାଜରେ କିଛି କ୍ରାନ୍ତି ଆଣିବି ବୋଲି।ଅବଶ୍ୟ କ୍ରାନ୍ତି ତ କିଛି ଆଣିପାରିନି।କିନ୍ତୁ ବିଚାରରେ ଅନେକ କ୍ରାନ୍ତି ଅଛି। ହେତୁ ପାଇବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମଣିଷକୁ ଚିହ୍ନିବା ଓ ଚିହ୍ନାଇବାରେ ହିଁ ଆମର ଜୀବନ ବିତିଗଲା ..... ଚିନ୍ତା ଓ ଚେତନାର ଗୋଲାକଧନ୍ଦା ଭିତରେ କେତେବେଳେ ପରଚର୍ଚା କରିଛୁ ତ ପୁଣି କେବେ ପରଚର୍ଚାର ଶିକାର ବି ହୋଇଛୁ।ସାମଜିକତାର ସୀମାରେଖା ନିର୍ଦ୍ଧାରଣରେ ଅନେକ ତ୍ରୁଟି ବିଚ୍ୟୁତି ମଧ୍ଯ ହୋଇଛି।ସମସ୍ତଙ୍କ ସ୍କାନରରେ ନିଜକୁ ପ୍ରସ୍ତୁତ କରିବାବେଳେ ଅନେକ ସଫଳତା ଓ ବିଫଳତା ର ‛ଫେଣ୍ଟ।ଫେଣ୍ଟି' ସ୍ବାଦ ମିଳିଛି।ଅତୀତ ଓ ବର୍ତ୍ତମାନର ସନ୍ଧି ସ୍ଥଳରେ ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଆବିଷ୍କାର କରିବାକୁ ଚେଷ୍ଟା କରିଛି ସେତେବେଳେ ଏକ ତିକ୍ତ- ମଧୁର ଭାବାବେଗ ମନକୁ ସବୁବେଳେ ଆନ୍ଦୋଳିତ ଏବଂ ଆଚ୍ଛାଦିତ କରି ରଖୁଛି।ଅବଶ୍ୟ ସେ ଭବାବେଗର କୌଣସି ସୀମା କିମ୍ବା ନିର୍ଦ୍ଦିଷ୍ଟତା ନାହିଁ କେବଳ ବାହ୍ୟ ଆବରଣ ହିଁ ମୋତେ ସମାଜ ଦୃଷ୍ଟିରେ ପରିପକ୍ବତାର ପରିଚୟ ରୂପକ ସାର୍ଟିଫିକେଟଟିଏ ପ୍ରଦାନ କରୁଛି।ଆଶା ମୋର ଏହି ୩୩ ବର୍ଷର ମଡ଼ା ଅମଡ଼ା ଚଲାପଥରେ ଯେଉଁମାନେ ମୋତେ ସାନିଧ୍ୟତା ପ୍ରଦାନ କରିଛନ୍ତି ସେମାନଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଏବଂ ପୁନର୍ବାର ମୋତେ ସହଯୋଗ କରିବେ ସେଥିପାଇଁ ମୁଁ ପୁଣି ସେମାନଙ୍କ ନିକଟରେ ଅଳି କରିବା ହେବି ............. |||

-



ଶ୍ରୀୟା,
କାହିଁକି କେଜାଣି ମୋତେ,
ତୁମ ନୀଡ଼ର ଉତ୍ତାପ ଭଲ ଲାଗେ..
ମାଘ-ଅଗି ଜଳା ପୁନେଇର ଉଷ୍ମତା
ଅବା ଗ୍ରୀଷ୍ମର ଶିରପୀଡ଼ା ଝାଂଜିରେ ବି
ତୁମ ନୀଡ଼ର ଉତ୍ତାପ ମୋ ପ୍ରାଥମିକତା।।
ଶ୍ରୀୟା,
ମୁଁ ମୁକ୍ତି ଚାହେଁ ତୁମ ସାନିଧ୍ୟରେ
ମୋ ନିର୍ବାଣ-ପର୍ବ ଆଶ୍ରିତ ତୁମ ବ୍ୟକ୍ତିତ୍ୱରେ।।
ଅସ୍ତିତ୍ୱ ମୋ ଅବଲମ୍ବିତ ତୁମ ଶୁଦ୍ଧ-ଅନୁରାଗେ,
କାହିଁକି କେଜାଣି ତୁମ ନୀଡ଼ର ଉତ୍ତାପ ଭଲଲାଗେ।।
ଶ୍ରୀୟା,
ଫେରିଆସିଛି ମୁଁ ଭିକ୍ଷୁକ ମାର୍ଗରୁ,
ତୁମ ଅର୍ପଣ,ତର୍ପଣ,ସମର୍ପଣର ସନ୍ଧାନ ପାଇଁ;
ବୁଦ୍ଧତ୍ୱର ବୋଝ ମୋର ଲୋଡ଼ା ନାହିଁ,
କାମନାଯୁକ୍ତ “ତଥାଗତ”ର ପରିଚୟ ଭିକ୍ଷା ମାଗେ,
କାହିଁକି କେଜାଣି ତୁମ ନୀଡ଼ର ଉତ୍ତାପ ଭଲଲାଗେ।।
ଶ୍ରୀୟା,
ତୁମ ଉତ୍ତାପରେ ମେଣ୍ଟାଇଦିଅ ମୋ ଅବସାଦ,
ହେ ତପସ୍ୱିନୀ ନିର୍ବାଣରେ ମୋର ଦିଅ ପୂର୍ଣଛେଦ,
ତୁମେ ମୋ ସଂଜୀବନୀ, ତୁମେ ମୋ ପ୍ରତିଧ୍ବନି,
ହେବି ସମାଧିସ୍ଥ ତୁମ ଉଷ୍ମ ଅଲିଙ୍ଗନର ଆବେଗେ
କାହିଁକି କେଜାଣି ତୁମ ନୀଡ଼ର ଉତ୍ତାପ....
ମୋତେ ଭାରି ଭଲ ଲାଗେ..!!!!

-



ଏ ସହର ! ସବୁ କିଛି ଦେଲା .. କିନ୍ତୁ ମୋ ପରିଚୟ ହଜାଇଦେଲା;
“ମୋ ଗାଁ” ରାସ୍ତା ଭୁଲାଇଦେଲା... !!!

-



ମୋ ଆଖିର ଉଜ୍ଜ୍ଵଳ ରାସ୍ତା ତୁମର ପ୍ରତୀକ୍ଷାରେ ସମର୍ପିତ... ମୋ ଅଗଣାର ବୃଷ୍ଟିଜଳ ତୁମ ଅପେକ୍ଷାରେ ଏକାନ୍ତ.....!!!

-



ମୁଁ ପ୍ରଶ୍ନ,
ତୁମେ ଉତ୍ତର,
ମୁଁ ଚରିତ୍ର;
ତୁମେ ଚିତ୍ରକାର.......!!

-



ଶବ୍ଦ ସବୁ ଧୂଳି ଧୂସରିତ..
ବ୍ୟାକରଣହୀନ ଜୀବନ ସଙ୍ଗୀତ,
ଅଜାତଶତ୍ରୁର ଆଜି ଅଜସ୍ର ବେଦନା;
କଳୁଷିତ ମଧ୍ୟାହ୍ନ ପରେ
ଜର୍ଜରିତ-ଅପରାହ୍ନର ଯନ୍ତ୍ରଣା....!!!

-


Fetching ପ୍ରଜ୍ଞା ପ୍ରସାଦ ତଥାଗତ“କ୍ରାନ୍ତି” Quotes